Below header

ହାତୀର କ୍ରିକେଟ ଖେଳ ଭିଡିଓ ଦେଖି ବିରେନ୍ଦ୍ର ସେହବାଗ ହେଲେ ଆଶ୍ଚର୍ଯ୍ୟ, ଦେଖନ୍ତୁ ଏହି ଭାଇରାଲ ଭିଡିଓ

ହାତୀ ହେଉଛି ପଶୁ ମାନଙ୍କ ମଧ୍ୟରେ ବିଶାଳକାୟ ପଶୁ । ଶରୀର ଯେପରି ବିଶାଳ ବୁଦ୍ଧିରେ ମଧ୍ୟ ସେପରି ଚତୁର । ସର୍କସରେ ମଧ୍ୟ ଏମାନଙ୍କ ବୁଦ୍ଧିକୁ ଆପଣ ଦେଖିଥବେ । ଜଙ୍ଗଲରେ ରହୁଥିବା ଏହି ପଶୁ ବେଶ ବିପଦଜନକ ମଧ୍ୟ । କିନ୍ତୁ ଏମାନଙ୍କ ମଧ୍ୟରେ ରହିଛି ବୁଝିବାର ଶକ୍ତି । ତେବେ ଆଜି ଆମେ ଆପଣଙ୍କୁ ଏମିତି ଏକ ଭିଡିଓ ଦେଖେଇବାକୁ ଯାଉଛୁ ଯେଉଁଥିରେ ହାତୀ କ୍ରିକେଟ ଖେଳୁଥିବାର ଦେଖିବାକୁ ପାଇବେ ।

କଥା ଟା ଆଶ୍ଚର୍ଯ୍ୟ ଲାଗିଲେ ବି ସତ । ସୋସିଆଲ ମିଡିଆରେ ଏହି ଭିଡିଓ ଏବେ ଭାଇରାଲ ହେବାରେ ଲାଗିଛି । ଯେଉଁଥିରେ ଏକ ହାତୀ ଗାଁ ଲୋକ ମାନଙ୍କ ସହ କ୍ରିକେଟ ଖେଳୁଥିବାର ଆପଣ ଦେଖିବାକୁ ପାଇବେ । ଏହି ଭିଡିଓ ଇଣ୍ଟରନେଟରେ ଏବେ ଭାଇରାଲ ହେବାରେ ଲାଗିଛି । ଆପଣବି ଦେଖନ୍ତୁ ଏହି ଭିଡିଓ..

୩୦ ସେକେଣ୍ଡର ଏହି ଭିଡିଓକୁ ଗନ୍ନୁପ୍ରେମ ନାମକ ଆକାଉଣ୍ଟରେ ପୋଷ୍ଟ କରାଯାଇଛି । ଯାହା ଏବେ ଭାଇରାଲ ହେବାରେ ଲାଗିଛି । ଏହାକୁ ବିରେନ୍ଦ୍ର ସେହବାଗ ମଧ୍ୟ ନିଜ ଆକାଉଣ୍ଟରେ ପୋଷ୍ଟ କରିଛନ୍ତି । ଏହି ଭିଡିଓରେ ୬ଲକ୍ଷରୁ ଅଧିକ ଭିଉ ହେଲାଣି । ଆପଣ ଦେଖି ମଧ୍ୟ ଖୁସି ହୋଇଯିବେ ।

 

View this post on Instagram

 

A post shared by Virender Sehwag (@virendersehwag)

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.