Below header

ଆଜି ଇଞ୍ଜିନିୟର ଦିବସ, ରେଳରେ ବସି ରେଳ ଧାରଣାର ଫାଟକୁ ଠାବ କରିପାରିଥିଲେ ଭାରତର ଏହି ବିଶିଷ୍ଟ ଯନ୍ତ୍ରୀ

ଆଜି “ଇଂଜିନିୟର ଦିବସ” । ଭାରତ ଜନ୍ମିତ ତଥା ଭାରତ ରତ୍ନରେ ସମ୍ମାନିତ ବିଶିଷ୍ଟ ଇଂଜିନିୟର ଏମ ବିଶ୍ୱସାରାୟଙ୍କ ଜନ୍ମଦିନକୁ “ଇଂଜିନିୟର ଦିବସ” ଭାବେ ପାଳନ କରାଯାଏ । ବିଶ୍ବାସରାୟଙ୍କ ଜନ୍ମ ୧୮୬୧ ମସିହା ଆଜିର ଦିନରେ ମହିଶୁର ଠାରେ ହୋଇଥିଲା । ସେ ଖାଲି ଯେ ଜଣେ ଇଂଜିନିୟର ଥିଲେ ତାହା ନୁହେଁ । ସେ ଜଣେ ଦୂରଦର୍ଶୀ ବିଦ୍ୱାନ ଥିବା ସହ ଜଣେ ନିପୁଣ ରାଜନେତା ମଧ୍ୟ ଥିଲେ । ତାଙ୍କ ଅସାଧାରଣ ବ୍ୟକ୍ତିତ୍ୱ ପାଇଁ ୧୯୫୫ରେ ତାଙ୍କୁ ଭାରତ ରତ୍ନ ଉପାଧିରେ ସମ୍ମାନିତ କରାଯାଇଥିଲା । ତାଙ୍କ ଜନ୍ମ କର୍ଣ୍ଣାଟକର ଏକ ଛୋଟ ଗାଁରେ ହୋଇଥିଲା । ନିଜ ପ୍ରାଥମିକ ଶିକ୍ଷା ସେ କର୍ଣ୍ଣାଟକର ଚିକବଲାପୁରରେ ଆରମ୍ଭ କରିଥିବା ବେଳେ ପରେ ଉଚ୍ଚଶିକ୍ଷା ପାଇଁ ବାଙ୍ଗାଲୋର ଚାଲି ଆସିଥିଲେ । ଯେଉଁଠାରୁ ୧୮୮୧ ରେ ବିଏ ଡିଗ୍ରୀ ହାସଲ କରିବା ସହ ପୁନେ ସ୍ଥିତ କଲେଜ ଅଫ ଇଂଜିନିୟରିଙ୍ଗରୁ ଇଂଜିନିୟରିଙ୍ଗ ଶିକ୍ଷା ଶେଷ କରିଥିଲେ ।

m. vishwswaraya

୧୯୧୨ଠାରୁ ୧୯୧୮ ମସିହା ଭିତରେ ମହୀଶୂର ସହରର ୧୯ ତମ ଦିୱାନ ଥିବା ବେଳେ ତାଙ୍କୁ ମାନ୍ଦ୍ୟ ଜିଲ୍ଲାରେ ନିର୍ମିତ କୃଷ୍ଣରାଜ ସାଗର ବନ୍ଧର ମୁଖ୍ୟ ଧାରକ ଭାବେ ଧରାଯାଇଥାଏ । ନିଜ ଦକ୍ଷତା ବଳରେ ହିଁ ସେ ହାଇଦରାବାଦ ସହରକୁ ପ୍ରବଳ ବନ୍ୟା ଦାଉରୁ ଉଦ୍ଧାର କରିପାରିଥିଲେ । ବିଶ୍ବେସରାୟଙ୍କ କର୍ମନିପୁଣତା ଏମିତି ଥିଲା ଯେ ଖୋଦ ବ୍ରିଟିଶ ମାନେ ବି ତାଙ୍କୁ ସମ୍ମାନ ଜଣାନ୍ତି । ତାଙ୍କ ଅସାଧାରଣ ଦକ୍ଷତା ଏକ ଛୋଟ ଉଦାହରଣରୁ ହିଁ ଅନୁମାନ କରିହେବ । ଥରେ ରେଳଯାତ୍ରା କରୁଥିବା ସମୟରେ ରେଳ ଡବାରେ ଅଧିକାଂଶ ବ୍ରିଟିଶ ଲୋକ ମହଜୂତ ଥିଲେ । ବିଶ୍ୱସାରାୟଙ୍କ ପିନ୍ଧା ଶୈଳୀ ଦେଖି ସେମାନେ ତାଙ୍କୁ ମୂର୍ଖ ଅନପଢ଼ ଭାବୁଥିଲେ । କିନ୍ତୁ ହଟାତ କଣ ହେଲା କେଜାଣି ବିଶ୍ୱସାରାୟ ହଟାତ ବସିବା ସ୍ଥାନରୁ ଉଠି ରେଳ ଚେନ ଟାଣି ଦେଇଥଲେ।

କିଛି ସମୟ ପରେ ଗାର୍ଡ ଆସି ଏବାବଦରେ ପଚାରିବାରୁ ସେ ଉତ୍ତରରେ କହିଥିଲେକି ଆଗକୁ ରେଳ ଧାରଣାରେ ଏକ ଫାଟ ଅଛି । ଗାର୍ଡ ପଚାରିବାରୁ ଆପଣ କେମିତି ଜାଣିଲେ, ଏହାର ଉତ୍ତରରେ ବିଶ୍ୱସରାୟ କହିଥିଲେକି ଗାଡିର ସ୍ୱାଭାବିକ ଗତିରେ କିଛିଟା ପରିବର୍ତ୍ତନ ଆସିଛି । ଆଉ ଏହାର ଅସ୍ୱାଭାବିକ ଶବ୍ଦ ମୋତେ କୌଣସି ବିପଦର ଆଶଙ୍କା ଦେଉଛି । ଏହାପରେ ବିଭାଗ ତରଫରୁ ଧାରଣାର ଯାଞ୍ଚ ହେବାରୁ କିଛି ବାଟ ପରେ ରେଳ ଧାରଣାରେ ଏକ ଫାଟ ସୃଷ୍ଟି ହୋଇଥିବା ଜଣାଯାଇଥିଲା । ଆଉ ଧରଣର ନଟ ବୋଲ୍ଟ ଢିଲା ହୋଇଯାଇଛି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.