ବଡ ବଡ ମ୍ୟୁଜିସିଆନଙ୍କୁ ମାତ୍‌ ଦେଇପାରେ ମାଙ୍କଡ, ଦେଖନ୍ତୁ ଭିଡିଓ

ଆପଣ ଏବେ ସୋସିଆଲ ମିଡିଆରେ ବିଭିନ୍ନ ପ୍ରକାର ଭାଇରଲ ଭିଡିଓ ଦେଖୁଥିବେ। ସାପ, ବାଘ, ହାତୀ, କୁକୁର, ମାଙ୍କଡ ବିଭିନ୍ନ ପ୍ରକାର ଜୀବଜନ୍ତୁଙ୍କୁ ନେଇ ଭିଡିଓ ଭାଇରଲ ହେବାରେ ଲାଗିଛି। ଆଉ ଏହି ଭିଡିଓରେ କିଛି ମଜାଦାର ରହିଥିବା ବେଳେ ଆଉ କେଉଁଥିରେ ଏହି ଜୀବ ଖାଦ୍ୟ ପାଇଁ କିମ୍ବା ମୃତ୍ୟୁ ପାଇଁ ସଂଘର୍ଷ କରୁଥିବା ଦେଖିଛନ୍ତି। ଠିକ୍‌ ଏମିତି ଏକ ମଜାଦାର ଭିଡିଓ ପୁଣି ଭାଇରଲ ହୋଇଛି, ଯାହାକୁ ଦେଖିଲେ ଆପଣ ହୁଏତ ହସି ହସି ଗଡିଯିବେ। ଏହି ଭିଡିଓକୁ ଆଇଏଏଫ ସୁଶାନ୍ତ ନନ୍ଦ ସେୟାର କରିଛନ୍ତି।

ଆପଣ ସଂଗୀତ ପ୍ରେମୀ କି ? କିଛି ଲୋକଙ୍କୁ ସଂଗୀତ ଶୁଣିବାକୁ ବହୁତ ଭଲ ଲାଗିଥାଏ। ଆଉ ଏହି ସଂଗୀତ ଯେଉଁ ବାଦ୍ୟଯନ୍ତ୍ରରୁ ଆସିଥାଏ, ତାହାକୁ ବଜାଇବା ପାଇଁ ମଧ୍ୟ କେତେକ ଲୋକ ପସନ୍ଦ କରନ୍ତି। କିନ୍ତୁ ଏପରି ବାଦ୍ୟଯନ୍ତ୍ର ବଜାଇବାରେ ଜଣେ ମାଙ୍କଡ ଯେ ମାହିର, ଯାହା ଏହି ଭିଡିଓକୁ ଦେଖିବା ପରେ ଜାଣିପାରିବେ।

କିପରି ମାଙ୍କଡଟି ବହୁତ ଚତୁରତାର ସହିତ ଏବଂ ଦ୍ରୁତ ଗତିରେ ଏହି ବାଦ୍ୟଯନ୍ତ୍ରଟିକୁ ବଜାଉଛି। ହୁଏତ ସାଧାରଣ ମଣିଷ ଏପରି କରିପାରିବ ନାହିଁ। ଏହି ବାଦ୍ୟଯନ୍ତ୍ରଟି କେନ୍ଦରା ପରି ଦେଖାଯାଉଛି। ଯାହାକୁ ମାଙ୍କଡ ବଜାଇବାରେ ବ୍ୟସ୍ତ ହୋଇପଡିଛି। ଏହି ଭିଡିଓକୁ ସାତ ହଜାରରୁ ଉର୍ଦ୍ଧ୍ୱ ଲୋକ ଦେଖିସାରିଲେଣି ଏବଂ ୭୦୦ ଲାଇକ ମିଳିସାରିଛି।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.