ଷ୍ଟେଜରେ ସପନା ଚୌଧୁରୀଙ୍କ ଉପରକୁ ହଠାତ ବର୍ଷିବାକୁ ଲାଗିଲା ପଥର, ରାଗରେ ପାଚି ଲାଲ ହୋଇଗଲେ ହରିୟାଣୀ ଡ୍ୟାନ୍ସ କୁଇନ

ବିଗ ବସ ୧୧ର ପ୍ରତିଯୋଗୀ ରହିଥିବା ହରିୟାଣୀ ଡ୍ୟାନ୍ସ କୁଇନ ସପନା ଚୌଧୁରୀ ସବୁବେଳେ ନିଜ ଡ୍ୟାନ୍ସକୁ ନେଇ ଚର୍ଚ୍ଚାରେ ରହିଥାନ୍ତି। ଦର୍ଶକମାନେ ତାଙ୍କ ଡ୍ୟାନ୍ସକୁ ନେଇ ଏତେ ଦିୱାନା ଯେ ଦୂର ଦୁରାନ୍ତରୁ ଚାଲିଆସନ୍ତି ତାଙ୍କ ଡ୍ୟାନ୍ସ ଦେଖିବାକୁ। ସୋସିଆଲ ମିଡିଆରେ ତାଙ୍କ ଡ୍ୟାନ୍ସ ଖୁବ ଟ୍ରେଣ୍ଡ କରୁଥିବା ବେଳେ ୟୁଟ୍ୟୁବରେ ମଧ୍ୟ ଧମାଲ ମଚାଇଥାଏ। ଏମିତି ଏକ ଭିଡ଼ିଓ ଏବେ ସୋସିଆଲ ମିଡିଆରେ ଭାଇରଲ ହେବାରେ ଲାଗିଛି, ଯେଉଁଥିରେ ସପନା ଚୌଧୁରୀ ଷ୍ଟେଜ ଶୋ’ କରୁଥିବା ବେଳେ ରାଗିକି ପଞ୍ଚମ ହୋଇଯାଉଛନ୍ତି।

1

ଷ୍ଟେଜ ଶୋ’ ଚାଲିଥିବା ବେଳେ ଏମିତି କିଛି ଘଟଣା ଘଟୁଛି, ଯାହାଫଳରେ ତାଙ୍କୁ ରାଗ ଆସିଯାଉଛି। କଥାଟି ହେଲା, ଷ୍ଟେଜ ଉପରକୁ ହଠାତ କିଛି ଲୋକ ପଥର ଫିଙ୍ଗିବା ଆରମ୍ଭ କରିଦେଇଥିଲେ। ଦର୍ଶକଙ୍କ ଏହିଭଳି ବ୍ୟବହାର ଦେଖି ସପନା କ୍ରୋଧିତ ହୋଇଯାଇଥିଲେ ଏବଂ ଲୋକଙ୍କ କ୍ଲାସ ନେବା ଆରମ୍ଭ କରିଦେଇଥିଲେ।

ଖବରରୁ ଜଣାପଡିଛି, ସପନା ଚୌଧୁରୀ ଷ୍ଟେଜ ଉପରେ ଥିଲେ ଏବଂ ଡ୍ୟାନ୍ସ ଆରମ୍ଭ କରିବାକୁ ଯାଉଥିଲେ। ତେବେ ଏହି ସମୟରେ ଫ୍ୟାନମାନେ ତାଙ୍କ ଉପରକୁ ପଥର ଫିଙ୍ଗିବା ଆରମ୍ଭ କରିଦେଇଥିଲେ। ଘଟଣାଟି ସପନାଙ୍କୁ ଏତେ ଖରାପ ଲାଗିଥିଲା ଯେ ସେ ଲୋକଙ୍କୁ ଲେକ୍ଚର ଦେବା ଆରମ୍ଭ କରିଥିଲେ।

ସପନା କହିଥିଲେ, ‘ମୁଁ ଆପଣଙ୍କ ଭଉଣୀ ଓ ଝିଅ ପରି। ଷ୍ଟେଜ ଉପରେ ଡ୍ୟାନ୍ସ କରିବାର ଅର୍ଥ ଏହା ନୁହେଁ ଯେ ମୁଁ ଅଲଗା। ମୁଁ ଆପଣମାନଙ୍କୁ ଏହା କହିବାକୁ ଚାହୁଁଛି କି, ଯଦି ଆପଣମାନଙ୍କ ଭିତରୁ କାହାର ବି ସାହସ ଅଛି, ମୋ ଜାଗାକୁ ଆସି ଦୁଇଟି ଠୁମକା ଲଗେଇ ଦେଖାନ୍ତୁ’।

video courtesy: youtube

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.