Below header

ଯୁବତୀଙ୍କୁ ଶୁଆ କିସ୍‌ କରୁଥିବାର ଦେଖି ପାଗଳ ହେଲେ କୋଟିଏ ଲୋକ, ଦେଖନ୍ତୁ ଭିଡିଓ

ସୋସିଆଲ ମିଡିଆରେ ପ୍ରତିଦିନ କିଛି ନା କିଛି ଭିଡିଓ ସେୟାର ହୋଇଥାଏ। ଆଉ ଏହିସବୁ ଭିଡିଓ ଅଧିକାଂଶ ଜୀବଜନ୍ତୁଙ୍କ ସହ ସଂପର୍କିତ ହୋଇଥାଏ। ଲୋକେ ଏହିସବୁ ଭିଡିଓ ଦେଖିବାକୁ ବହୁତ ପସନ୍ଦ କରନ୍ତି ମଧ୍ୟ। ଏବେ ସୋସିଆଲ ମିଡିଆରେ ଏକ ଶୁଆ ଏବଂ ମାଲିକ ମଧ୍ୟରେ କଥାବାର୍ତ୍ତା ହେଉଥିବାର ଏକ ଭିଡିଓ ଭାଇରଲ ହେବାରେ ଲାଗିଛି। ଏହାକୁ ଏପର୍ଯ୍ୟନ୍ତ କୋଟିରୁ ଊର୍ଦ୍ଧ୍ୱ ଲୋକ ଦେଖିସାରିଲେଣି। ଲୋକେ ଶୁଆର କଥା ଶୁଣି ହସୁଛନ୍ତି। ଭିଡିଓ ଶେଷରେ ଶୁଆ ମହିଳା ଜଣକର ଓଠକୁ ଚୁମ୍ବନ କରି ଧନ୍ୟବାଦ ଜଣାଉଛି।

ଇନଷ୍ଟାଗ୍ରାମରେ ସେୟାର ହୋଇଥିବା ଏହି ଭିଡିଓରେ ଶୁଆ ଏବଂ ମାଲିକାଣୀଙ୍କ ମଧ୍ୟରେ ସଂପର୍କ ଦେଖିବାକୁ ମିଳିଛି। ଆପଣମାନେ ଜାଣନ୍ତୁ ଶୁଆ କଥା ହୁଏ। ଆଉ ଏମିତି କଥା କହୁଥିବା ଶୁଆର ଅନେକ ଭିଡିଓ ଆପଣ ହୁଏତ ପୂର୍ବରୁ ଦେଖିଥିବେ। ଆଉ ସାଧାରଣତଃ ଶୁଆ ମିଠୁ ଡାକିଥାଏ। କିନ୍ତୁ ଏହି ଭିଡିଓରେ ଶୁଆ ଇଂଲିଶ କହୁଥିବାର ଦେଖିବାକୁ ମିଳିଛି। ଆଉ ନିଜ ମାଲିକାଣୀଙ୍କ ପ୍ରଶଂସା କରି ଓଠକୁ ଚୁମ୍ବନ କରୁ ଧନ୍ୟବାଦ ଜଣାଉଥିବାର ନଜର ଆସିଛି।

ସୋସିଆଲ ମିଡିଆରେ ଏପର୍ଯ୍ୟନ୍ତ ଏହି ଶୁଆ ଭିଡିଓକୁ କୋଟିଏରୁ ଊର୍ଦ୍ୱ ଥର ଦେଖାଯାଇସାରିଲାଣି। ମାଲିକାଣୀଙ୍କ କାନ୍ଧରେ ବସି ଶୁଆ ମାଲିକାଣୀଙ୍କୁ କ୍ୟୁଟ୍‌ ବୋଲି କହୁଛି। ଯାହାକୁ ଶୁଣି ମହିଳା ଜଣକ ଖୁସି ହୋଇଯାଛନ୍ତି। ତା’ ପରେ ମାଲିକାଣୀଙ୍କ ଓଠକୁ ଚୁମ୍ବନ କୁରୁଛି ଶୁଆ।

 

View this post on Instagram

 

A post shared by Animals (@pets.hall)


ଭିଡିଓକୁ ଇନଷ୍ଟାଗ୍ରାମରେpets.hall ନାମକ ଆକାଉଣ୍ଟରେ ସେୟାର କରାଯାଇଛି। ଏହି ଭିଡିଓରେ ନଜର ଆସିଥିବା ମହିଳା ଜଣକଙ୍କ ନାମ ତମାରା ରହିଛି। ପୂର୍ବରୁ ନିଜ ଟିକ୍‌ ଟକ୍‌ ଆକାଉଣ୍ଟରେ ଏହି ଭିଡିଓକୁ ସେୟାର କରିଥିଲେ। ଲୋକ ଏହି ଭିଡିଓକୁ ବହୁତ ପସନ୍ଦ ମଧ୍ୟ କରୁଛନ୍ତି। ଏହାକୁ ଏପର୍ଯ୍ୟନ୍ତ ୬୦ ଲକ୍ଷ ଲାଇକ୍ସ ମିଳିସାରିଛି।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.