ଆଠଗଡ଼ ଭୀରୁଡ଼ା ଛକ ଡବଲ ମର୍ଡର ଘଟଣା: ଜବତ ହେଲା ହତ୍ୟାରେ ବ୍ୟବହୃତ ଟ୍ରକ୍

ଆଠଗଡ଼(କେନ୍ୟୁଜ୍): ଆଠଗଡ଼ ତିଗିରିଆ ଥାନା ଭୀରୁଡ଼ା ଛକ ଡବଲ ମର୍ଡର ଘଟଣାରେ ଜବତ ହେଲା ହତ୍ୟାରେ ବ୍ୟବହୃତ ଟ୍ରକ। ବିଶେଷ ସୂତ୍ରରୁ ଖବର ପାଇ ତାଳଚେର ଅଞ୍ଚଳର ଏକ ନିଛାଟିଆ ସ୍ଥାନରେ ଚଢ଼ାଉ କରି ଟ୍ରକ୍‌କୁ ଜବତ କରିଛି ତିଗିରିଆ ପୋଲିସ। ଗତ ସାତ ତାରିଖରେ ପୂର୍ବ ଶତ୍ରୁତାରୁ ପାଞ୍ଚରୁ ଛଅ ଜଣ ଦୁର୍ବୃତ୍ତ ମାରଣାସ୍ତ୍ରରେ ଅତର୍କିତ ଆକ୍ରମଣ କରିବା ସହ ଗାଡ଼ି ଚଢ଼ାଇ ଦୁଇ ଭାଇଙ୍କୁ ହତ୍ୟା କରିଥିଲେ ।

ମୃତକ ଦୁଇ ଜଣ ହେଲେ ଭିରୁଡ଼ା ଗରପଡ଼ାର ଦୁଇ ଭାଇ ଶରତ ଦେହୁରୀ ଏବଂ ଲକ୍ଷ୍ମଣ ଦେହୁରୀ । ତେବେ ଦୁର୍ବୃତ୍ତଙ୍କ ଆକ୍ରମଣରୁ ଜଣେ ଅଳ୍ପକେ ବର୍ତ୍ତି ଯାଇଥିଲେ । ପ୍ରଥମେ ମାରଣାସ୍ତ୍ରରେ ଆକ୍ରମଣ କରିବା ପରେ ବାର ଚକିଆ ଟ୍ରକ ଚଢାଇ ଅତି ନୃଶଂସ ଭାବେ ହତ୍ୟା କରି ଘଟଣାସ୍ଥଳରୁ ଚମ୍ପଟ ମାରିଥିଲେ ଦୁର୍ବୃତ୍ତ। ହତ୍ୟାର ବିଭିନ୍ନ ତଥ୍ୟ ଓ ସିସିଟିଭି ଫୁଟେଜ ପାଇଥିଲେ ମଧ୍ୟ ହତ୍ୟାକାରୀଙ୍କୁ ଗିରଫ କରିବାରେ ପୋଲିସ ସଫଳ ହୋଇପାରିନି।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.