Below header

ସନ୍ଧ୍ୟା ସମୟରେ ଘରେ ଠାକୁର ପୂଜା କରିବା ପାଇଁ ମଧ୍ୟ ଅଛି ବିଶେଷ ନିୟମ, ରଖନ୍ତୁ ଏହି କଥାର ଧ୍ୟାନ, ହେବ ଉନ୍ନତି

ପୂଜା -ପାଠ ,ବ୍ରତ -ଉପାସନା ଏବଂ ଭଗବାନଙ୍କ ବନ୍ଦନାକୁ ହିନ୍ଦୁ ଧର୍ମରେ ବିଶେଷ ସ୍ଥାନ ଦିଆଯାଇଛି | ସକାଳ ଏବଂ ସନ୍ଧ୍ୟା ସମୟରେ ପ୍ରାୟତଃ ସବୁ ଘରେ ପୂଜା -ବନ୍ଦନା କରାଯାଇଥାଏ | ଭଗବାନଙ୍କ ଆରତୀ କରାଯାଇଥାଏ | ଘରେ ଠାକୁରଙ୍କ ପାଖରେ ଦୀପ ମଧ୍ୟ ଜଳାଯାଇଥାଏ | ଆସନ୍ତୁ ଜାଣିବା ସକାଳ -ସନ୍ଧ୍ୟା ପୂଜାର ବିଶେଷ ନିୟମ –

ସନ୍ଧ୍ୟା ପୂଜାର ନିୟମ –

ହିନ୍ଦୁ ଧର୍ମରେ ପ୍ରାୟ ସବୁ ଘରେ ଦୁଇ ସମୟ ପୂଜା କରାଯାଇଥାଏ | ସକାଳ ଏବଂ ସନ୍ଧ୍ୟା ସମୟ | କିନ୍ତୁ ଏହି କଥାକୁ ବହୁତ କମ ଲୋକ ଜାଣିଥାନ୍ତି ଯେ ସକାଳ ଏବଂ ସନ୍ଧ୍ୟାର ପୂଜା ବିଧିରେ ବହୁତ ତଫାତ ହୋଇଥାଏ | ସନ୍ଧ୍ୟା ସମୟରେ କରାଯାଉଥିବା ପୂଜା ସମୟରେ କିଛି ପ୍ରମୁଖ ସାବଧାନତା ଅବଲମ୍ବନ କରିବା ଉଚିତ | ଆସନ୍ତୁ ଜାଣିବା –

ଶଙ୍ଖ ବଜେଇବା –

ଶାସ୍ତ୍ରରେ ଉଲ୍ଲେଖ ହୋଇଛି, ଘର କିମ୍ବା ମନ୍ଦିର କେଉଁଠାରେ ବି ସୂର୍ଯ୍ୟାସ୍ତ ପରେ ରାତି ସମୟରେ ପୂଜା କରିବା ବେଳେ ଶଙ୍ଖ କିମ୍ବା ଘଣ୍ଟି କିଛି ବି ବଜାଇବା ଉଚିତ ନୁହେଁ | କାରଣ ସୂର୍ଯ୍ୟାସ୍ତ ପରେ ସମସ୍ତ ଦେବୀ -ଦେବତା ଶୟନ କରିବାକୁ ଚାଲିଯାଇଥାନ୍ତି | ତେଣୁ ସେମାନଙ୍କୁ ଉଠେଇବା ଉଚିତ ନୁହେଁ |

ତୁଳସୀ ପତ୍ର –

ଧାର୍ମିକ ଗ୍ରନ୍ଥରେ ଉଲ୍ଲେଖ ଅଛି ଭଗବାନ ବିଷ୍ଣୁ ଏବଂ ଶ୍ରୀ କୃଷ୍ଣଙ୍କ ପୂଜାରେ ତୁଳସୀ ପତ୍ରର ବ୍ୟବହାର ବିଶେଷ ରୂପେ କରାଯାଇଥାଏ | କିନ୍ତୁ ଯଦି ପୂଜା ରାତିରେ କରିବାର ଅଛି ତାହେଲେ ସୂର୍ଯ୍ୟାସ୍ତ ପୂର୍ବରୁ ତୁଳସୀ ପତ୍ର ତୋଳି ରଖି ଦିଅନ୍ତୁ |

ସୂର୍ଯ୍ୟ ଦେବ –

ଶାସ୍ତ୍ରରେ ସୂର୍ଯ୍ୟ ଦେବଙ୍କ ପୂଜା ପାଇଁ ଦିନ ସମୟ ଉତ୍ତମ ମାନାଯାଇଛି | ଦିନରେ କୌଣସି ବି ଦେବୀ-ଦେବତାଙ୍କ ପୂଜାରେ ସୂର୍ଯ୍ୟ ଦେବଙ୍କ ଆବାହନ ଏବଂ ପୂଜନ ଅନିରବାର୍ଜ୍ୟ ହୋଇଥାଏ | ଏଥିପାଇଁ ଏହି କଥାର ବିଶେଷ ଧ୍ୟାନ ରଖନ୍ତୁ ଯେ ରାତି ସମୟରେ ବାରଣ ହୋଇଥିବା ଏହି ଜିନିଷ ଗୁଡିକୁ ଭୁଲ୍ ରେ ବି କରନ୍ତୁ ନାହିଁ |

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.