ବାସ୍ତୁ : ଭୁଲରେ ବି ସିଡି ତଳେ ରଖନ୍ତୁ ନାହିଁ ଏହିସବୁ ଜିନିଷ, ବଢିପାରେ ଆର୍ଥିକ ଅସୁବିଧା

ବାସ୍ତୁ ଅନୁସାରେ ଘରେ ସିଡିର ତଳେ ଭୁଲରେ ବି ଏହିସବୁ ଜିନିଷ ରଖନ୍ତୁ ନାହିଁ | ନଚେତ ବଢିପାରେ ଆର୍ଥିକ ଅସୁବିଧା ଓ ଏହି କାରଣରୁ କେତେକ ସମସ୍ୟା ଅଚାନକ ସୃଷ୍ଟି ହୋଇଥାଏ | ଘର ଭିତର ସିଡ଼ି ମଙ୍ଗଳ ଗ୍ରହକୁ ପ୍ରଭାବିତ କରିଥାଏ ଏବଂ ବାହାର ସିଡ଼ି ଶୁକ୍ର ଗ୍ରହକୁ | ତେଣୁ ସିଡ଼ି କରିବା ବେଳେ ଏହି ସବୁ କଥା ପ୍ରତି ଧ୍ୟାନ ଦିଅନ୍ତୁ |

ଏହି ଦିଗରେ ବନାନ୍ତୁ ସିଡ଼ି –

ବାସ୍ତୁ ଶାସ୍ତ୍ର କହିଛି ଘର ସିଡ଼ି ନୈରୁତ କୋଣରେ ହେବା ଉଚିତ | ଘରେ ତିଆରି ଚୌଡା ସିଡ଼ି ମଧ୍ୟ ଶୁଭ ହୋଇଥାଏ |ଦକ୍ଷିଣ ଦିଗ, ପୂର୍ବରୁ ପଶ୍ଚିମ ଦିଗ ଆଡକୁ ସିଡିକୁ ମଧ୍ୟ ଉତ୍ତମ ମନାଯାଇଛି |

କରନ୍ତୁ ନାହିଁ ପୂଜା ଘର କିମ୍ବା ବାଥରୁମ –

ବାସ୍ତୁ ଅନୁସାରେ ସିଡ଼ି ତଳେ ବଂଚିଥିବା ଏକ୍ସଟ୍ରା ଜାଗାରେ କିଚେନ ,ପୂଜା ଘର ଘର କିମ୍ବା ବାଥରୁମ ତିଆରି କରିବା ନିଷେଧ କରାଯାଇଛି | ଷ୍ଟୋର ରୁମ ପରି ବ୍ୟବହାର କରାଯାଇପାରେ କିନ୍ତୁ ସେ ଜାଗାକୁ ସର୍ବଦା ସଫା -ସୁତୁରା ରଖିବା ନିହାତି ଆବଶ୍ୟକ |

ତିଜୋରୀ କିମ୍ବା ଜୋତା -ଚପଲ ରଖନ୍ତୁ ନାହିଁ –

ବାସ୍ତୁ ଅନୁସାରେ ସିଡ଼ି ତଳେ ଜୋତା -ଚପଲ ଆଲମାରୀ ବା ଗହଣା ପଇସାର ଆଲମାରୀ ବି ରଖିବା ଉଚିତ ନୁହେଁ |ଏମିତି କଲେ ବ୍ୟକ୍ତିକୁ ଆର୍ଥିକ ସଙ୍କଟର ସାମ୍ନା କରିବାକୁ ପଡିଥାଏ |`

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.