ଏକାକୀ ରହୁଥିବା ବୟସ୍କ ବ୍ୟକ୍ତିଙ୍କ ଘରୁ ବାହାରୁଛି ଦୁର୍ଗନ୍ଧ, ଭିତରୁ ବନ୍ଦ ଅଛି ଘର

ଟାଙ୍ଗୀ(କେନ୍ୟୁଜ୍): ଘର ଭିତରୁ ବାହାରୁଛି ଦୁର୍ଗନ୍ଧ। ରାସ୍ତାରେ ଯାଇପାରୁ ନାହାନ୍ତି ଲୋକେ। ଘରେ ଏକାକୀ ରହିଥିବା ବୟସ୍କ ବୃଦ୍ଧଙ୍କ କିଛି ଅଘଟଣ ଘଟିଥିବା ନେଇ ସନ୍ଦେହ କରୁଛନ୍ତି ପଡୋଶୀ। ଏଭଳି ଘଟଣା ଘଟିଛି ନୟାଗଡ଼ ଜିଲ୍ଲା ଚାନ୍ଦପୁର ଥାନା ଅଧିନସ୍ଥ ଗୋପବନ୍ଧୁ ନଗର ଅଞ୍ଚଳରେ।

ମିଳିଥିବା ସୂଚନା ମୁତାବକ ୭୫ ବର୍ଷୀୟ ଜଗନ୍ନାଥ ସାହୁ ଏକାକୀ ଘରେ ରହୁଥିଲେ। କିନ୍ତୁ ୩ ଦିନ ହେବ ତାଙ୍କ ଘରର କବାଟ ଖୋଲି ନଥିବା କହିଛନ୍ତି କିଛି ସ୍ଥାନୀୟ ବାସିନ୍ଦା। ଦୁର୍ଗନ୍ଧର ମାତ୍ରା ବଢ଼ିଥିବାରୁ ଜଗନ୍ନାଥଙ୍କର କିଛି ଅଘଟଣ ଘଟିଥିବା ସନ୍ଦେହ କରାଯାଉଛି। ତେବେ ଏ ନେଇ ଥାନାରେ ଖବର ପହଞ୍ଚି ନଥିବାରୁ ପୋଲିସ ମଧ୍ୟ ଘଟଣା ସ୍ଥଳରେ ପହଞ୍ଚି ପାରି ନାହିଁ। ତେବେ ବୃଦ୍ଧଙ୍କ ପୁଅ ବୋହୂ ବାହାରେ ଚକିରି କରିଥିବାରୁ ସେମାନେ ଏ ବିଷୟରେ ଖବର ପାଇଛନ୍ତି କି ନାହିଁ ତାହା ମଧ୍ୟ ସୂଚନା ମିଳିପାରି ନାହିଁ।