ନୀଳମାଧବ ପୀଠ ପରିଦର୍ଶନ କଲେ ଫାଇଭ୍‌ ଟି ସଚିବ: ଉନ୍ନତିକରଣ କାମ ସମ୍ପର୍କରେ ସ୍ଥାନୀୟ ଲୋକ ଓ ସେବାୟତଙ୍କ ସହିତ କଲେ ଆଲୋଚନା

ନୟାଗଡ଼ (କେନ୍ୟୁଜ): ନୟାଗଡ଼ ଜିଲ୍ଲା କଣ୍ଟିଲୋ ନୀଳମାଧବ ପୀଠ ପରିଦର୍ଶନ କଲେ ଫାଇଭ୍‌ ଟି ସଚିବ ଭି. କେ. ପାଣ୍ଡିଆନ୍‌ । ମୁଖ୍ୟମନ୍ତ୍ରୀଙ୍କ ନିର୍ଦ୍ଦେଶ କ୍ରମେ ସେ ଆଜି ନୀଳମାଧବ ପୀଠ ଯାଇଥିଲେ । ମହାପ୍ରଭୁଙ୍କ ଦର୍ଶନ କରିବା ସହ ପୀଠର ଉନ୍ନତି ସମ୍ପର୍କରେ ସ୍ଥାନୀୟ ଲୋକ ଓ ସେବାୟତଙ୍କ ସହ ଆଲୋଚନା କରିଥିଲେ ଫାଇଭ ଟି ସଚିବ । ନୟାଗଡ଼ ଜିଲ୍ଲାର କଣ୍ଟିଲୋ ଏକ ପ୍ରସିଦ୍ଧ ଧାର୍ମିକ ପର୍ଯ୍ୟଟନ ସ୍ଥଳୀ । ଫାଇଭ ଟି କାର୍ଯ୍ୟକ୍ରମରେ ଏହି ପୀଠର ବିକାଶ କରି ସେଠାକୁ ଅଧିକ ପର୍ଯ୍ୟଟକ କିଭଳି ଆକୃଷ୍ଟ କରାଯାଇପାରିବ ସେ ସମ୍ପର୍କରେ ସରକାର ପଦକ୍ଷେପ ନେଉଛନ୍ତି ।

ପୀଠକୁ ଆସୁଥିବା ଭକ୍ତଙ୍କର ସୁବିଧା ସୁଯୋଗର ବିକାଶ କରାଯିବ । ଏଥିପାଇଁ ଖୁବଶୀଘ୍ର ଏକ ମାଷ୍ଟରପ୍ଲାନ କରାଯାଇ ମୁଖ୍ୟମନ୍ତ୍ରୀଙ୍କ ଅନୁମୋଦନ ପାଇଁ ଉପସ୍ଥାପନ କରାଯିବ । ଏଥିପାଇଁ ପୂର୍ତ୍ତ ବିଭାଗକୁ ଦାୟିତ୍ୱ ଦିଆଯାଇଛି । ନୀଳମାଧବ ପୀଠ ପରିଦର୍ଶନ ବବେଳଳେ ଫାଇଭ୍‌ ଟି ସଚିବଙ୍‌ଙ୍କ ସହ ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ ବି.ବି ଯାଦବ, ନୟାଗଡ଼ ଜିଲ୍ଲାପାଳ ଓ ବରିଷ୍ଠ ଅଧିକାରୀ ଉପସ୍ଥିତ ଥିଲେ ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.