Below header

ଭାରତର ପ୍ରଥମ ହାତ ନଥିବା ଡ୍ରାଇଭର ଜିଲୋମୋଲ୍‌, ଏମିତି ହାସଲ କରିଛନ୍ତି ନିଜର ଲକ୍ଷ୍ୟ

ମନରେ ଥିବା ଅଦମ୍ୟ ସାହସ, ଆପଣଙ୍କୁ ନିଜ ଲକ୍ଷ୍ୟପଥରେ ପହଞ୍ଚାଇବ। ଯଦି ମନରେ କିଛି କରିବାର ଇଚ୍ଛା ରହିଥିବ, ତେବେ ଆପଣଙ୍କ ରାସ୍ତାରେ କୌଣସି ବାଧାବିଘ୍ନ ଆସିଲେ ମଧ୍ୟ ଆପଣ ନିଜ ଲକ୍ଷ୍ୟ ପଥରୁ ହଟିବେ ନାହିଁ। ଏହି କଥାକୁ ପ୍ରମାଣିକ କରିଛନ୍ତି ଜିଲୋମୋଲ ମେରିଏଟ ଥମାସ୍‌। ତାଙ୍କର ହାତ ନଥିବା ସତ୍ତ୍ୱେ ସେ ଏପରି କାମ କରିଛନ୍ତି, ଯେଉଁଥିପାଇଁ ସେ ସମସ୍ତଙ୍କ ପାଇଁ ଉଦାହରଣ ସୃଷ୍ଟି କରିଛନ୍ତି।

55

ଭାରତର ପ୍ରଥମ ହାତ ନଥିବା ଡ୍ରାଇଭର : ଜିଲୋମୋଲ

କେରଳର ଗାଁ କରୀମନୁରରେ ରହୁଥିବା ୨୮ ବର୍ଷୀୟ ଜିଲୋମୋଲ ମେରିଏଟ୍‌ ଥମାସ ଛୋଟ ବେଳରୁ କାର ଚଲାଇବାକୁ ଚାହୁଁଥିଲେ। କିନ୍ତୁ ତାଙ୍କର ହାତ ନଥିବା ଯୋଗୁଁ ସେ ଏହା କିପରି କରିବେ ଭାବୁଥିଲେ। କିନ୍ତୁ ଯେତେବେଳେ ସେ ବିନା ହାତ ଥିବା ଏକ ବ୍ୟକ୍ତି ବିକ୍ରମ ଅଗ୍ନିହୋତ୍ରୀଙ୍କୁ ଡ୍ରାଇଭିଂ ଲାଇସେନ୍ସ ମିଳିବା ବିଷୟରେ ଜାଣିବାକୁ ପାଇଥିଲେ, ସେତେବେଳେ ତାଙ୍କର ଗାଡି ଚଲାଇବା ପ୍ରତି ଆଗ୍ରହ ବଢିଯାଇଥିଲା। ତା’ ପରେ ସେ ନିଜ ବହୁତ ଚେଷ୍ଟା କରି ବିନା ହାତରେ କାର ଡ୍ରାଇଭ କରିବା ଏବଂ ଲାଇସେନ୍ସ ପାଇଥିବା ଏସିଆର ପ୍ରଥମ ମହିଳା ହୋଇଗଲେ।

jilmol

ଜନ୍ମରୁ ଜିଲୋମୋଲଙ୍କ ହାତ ନଥିଲା କିନ୍ତୁ ସେ ଆଣ୍ଡୁ ଏବଂ ପାଦ ଜରିଆରେ କାର ଚଳାଇବାରେ ମାହିର ହୋଇଯାଇଥିଲେ। ଯେତେବେଳେ ସେ କାର ଚଲାଇବା କଥା ଘରେ କହିଥିଲେ, ସେତେବେଳେ ପରିବାର ଲୋକ ମନା କରିଦେଇଥିଲେ। ସେ ନିଜର କାର କିଣିବା ପାଇଁ ଘର ଲୋକଙ୍କୁ ରାଜି କରାଇବା ପାଇଁ ବହୁତ ଚେଷ୍ଟା କରିଥିଲେ। ପ୍ରଥମେ ପ୍ରଥମେ ପରିବାର ଲୋକ ମନା କରୁଥିବା ବେଳେ ଝିଅର ଜିଦ ଏବଂ ଆତ୍ମବିଶ୍ୱାସ ଦେଖି ପରେ ରାଜି ହୋଇଯାଇଥିଲେ।

JILUMOL-MARIET-THOMAS-1-1

୨୦୧୮ରେ ଜିଲୋମୋଲ ନିଜର ମାରୁତି ସିଲେରିଓ କାର କିଣିଥିବା ବେଳେ ତାଙ୍କୁ ଡ୍ରାଇଭିଂ ଲାଇସେନ୍ସ ମିଳିଥିଲା। ଜିଲୋମୋଲ ସମସ୍ତଙ୍କ ପାଇଁ ବହୁତ ବଡ ଉଦାହରଣ। ଖାସ୍‌ କରି ସେମାନଙ୍କ ପାଇଁ, ଯେଉଁମାନେ ନିଜକୁ ଭିନ୍ନକ୍ଷମ ଏବଂ ଦିବ୍ୟାଙ୍ଗ ଭାବି ଦୁର୍ବଳ ଅନୁଭବ କରୁଛନ୍ତି। ସେମାନେ ସବୁ ଆଶା ଛାଡିଦେଉଛନ୍ତି। ଜିଲୋମୋଲ ୨ ବର୍ଷ ଧରି ନିଜ ଆଣ୍ଠୁ ସାହାଯ୍ୟରେ ଗାଡି ଚଲାଇବା ଶିଖିଥିଲେ।

mol

ଛୋଟ ବେଳରୁ କାର ଚଲାଇବାକୁ ଇଚ୍ଛା ରଖିଥିବା ଜିଲୋମୋଲଙ୍କ ପାଠପଢା ମଧ୍ୟ ବେଶ୍‌ ଉତ୍ତମ ରହିଥିଲା। ଏହାଛଡା ସେ ନିଜ କ୍ୟାରିଅର ଗ୍ରାଫିକ୍ସ ଡିଜାଇନରେ କରିବାକୁ ଚାହୁଁଥିଲେ। ଏହା ସହିତ ପେଣ୍ଟିଂ କରିବା ମଧ୍ୟ ତାଙ୍କର ପସନ୍ଦ ଥିଲା। ଜିଲୋମୋଲଙ୍କ ଏପରି ଡ୍ରାଇଭିଂ ଦେଖି ମହିନ୍ଦ୍ରା ଆଣ୍ଡ ମହିନ୍ଦ୍ରାର ଚେୟାରମ୍ୟାନ ମଧ୍ୟ ବହୁତ ପ୍ରଶଂସା କରିଛନ୍ତି। ଯାହାର ଭିଡିଓ ସୋସିଆଲ ମିଡିଆରେ ଭାଇରଲ ହୋଇଛି। ଏହା ବ୍ୟତୀତ ଜିଲୋମୋଲ ଶାରୀରିକ ଏବଂ ବିକଳାଙ୍ଗ କଳାକାରଙ୍କ ସ୍ଥାପିତ ଷ୍ଟେଟ ମାଉଥ ଆଣ୍ଡ ଫୁଟ ଆସୋସିଏସନର ଫାଉଣ୍ଡିଂ ମେମ୍ବର ମଧ୍ୟ ରହିଛନ୍ତି।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.