Below header

ଭୟରେ ଥରିବାକୁ ଲାଗିଲେ ବ୍ୟକ୍ତି ଯେତେବେଳେ ରାସ୍ତାରେ ଦେଖିଲେ ୨୩ ଫୁଟ ଲମ୍ବର ଆନାକୋଣ୍ଡା ସାପ, ଦେଖନ୍ତୁ ଭିଡିଓ

ଆପଣ ରାସ୍ତାରେ କୌଣସି ସ୍ଥାନକୁ ଯାଉଥିବା ସମୟରେ ଯଦି ହଠାତ ଆପଣଙ୍କ ସାମ୍ନାକୁ ଏକ 23 ମିଟର ଲମ୍ବ ଆନାକୋଣ୍ଡା ଆସେ ତାହେଲେ ଆପଣ କଣ କରିବେ ? ବ୍ରାଜିଲରେ ଜଣେ ବ୍ୟକ୍ତିଙ୍କ ସହ ସମାନ ଘଟଣା ଘଟିଛି । ଯଦିଓ ବ୍ୟକ୍ତି ଜଣକ ଏହାର ଏକ ଭିଡିଓ ବନାଇଥିଲେ ଯାହା ବର୍ତ୍ତମାନ ସୋସିଆଲ ମିଡିଆରେ ଭାଇରଲ ହେବାରେ ଲାଗିଛି । ବ୍ୟକ୍ତିଙ୍କ କହିବା ଅନୁଯାୟୀ ଏହା ମାଇ ଆନାକୋଣ୍ଡା ଥିଲା ଏବଂ ସେ ଗର୍ଭବତୀ ମଧ୍ୟ ଥିଲା ।

ସୂଚନା ଅନୁଯାୟୀ ବ୍ରାଜିଲର ମାଟୋ ଗ୍ରୋସୋ ରାଜ୍ୟର କ୍ୟାମ୍ପୋ ଗ୍ରାଣ୍ଡେ ଅଞ୍ଚଳରେ ଏକ ଆନାକୋଣ୍ଡା ଦେଖିବାକୁ ମିଳିଛି । ଏହି ଅଞ୍ଚଳର ଜଣେ କୃଷକ ଏଡୁଆର୍ଡୋ ଜସିଣ୍ଟୋ ନିଜ ପରିବାର ସହିତ କାରରେ କୌଣସି ସ୍ଥାନକୁ ଯାଉଥିବା ସମୟରେ ଏହି 23 ମିଟର ଲମ୍ବା ମାଈ ଆନାକୋଣ୍ଡାକୁ ରାସ୍ତାରେ ଦେଖିଥିଲେ। ଭିଡିଓରେ ଦେଖିବାକୁ ମିଳିଛି ଯେ ଆନାକୋଣ୍ଡା ମଣିଷକୁ ଦେଖିବା ପରେ ଆକ୍ରମଣାତ୍ମକ ହୋଇଯାଇ କାର ଉପରେ ଆକ୍ରମଣ କରିବାକୁ ଚେଷ୍ଟା କରୁଛି।

video cortesy ‘Hasini news’

ଏଡୁଆର୍ଡୋଙ୍କ କହିବା ଅନୁଯାୟୀ, ଆନାକୋଣ୍ଡାର ଲମ୍ବ 23 ଫୁଟରୁ ଅଧିକ ଥିଲା ଏବଂ ସେ ତାଙ୍କ ଜୀବନରେ ଏତେ ବଡ଼ ସାପ କେବେ ଦେଖି ନ ଥିଲେ । ଏଡୁଆର୍ଡୋଙ୍କ ବ୍ୟତୀତ ଏହି ରାସ୍ତା ଦେଇ ଯାଇଥିବା ଅନେକ ଲୋକ ଏହି ଆନାକୋଣ୍ଡା ଦେଖିଛନ୍ତି ଏବଂ ଏହାର ଭିଡିଓ ମଧ୍ୟ କରିଛନ୍ତି । ତେବେ ଯାନବାହାନ ଚଳାଚଳ ହେତୁ ଆନାକୋଣ୍ଡା ଆକ୍ରମଣାତ୍ମକ ହୋଇଯାଇଥିଲା । ସ୍ଥାନୀୟ ଲୋକଙ୍କ କହିବା ଅନୁଯାୟୀ ସେମାନେ ପୂର୍ବରୁ ମଧ୍ୟ ଏହି ଅଞ୍ଚଳରେ ଆନାକୋଣ୍ଡା ଦେଖିଛନ୍ତି, କିନ୍ତୁ ଏତେ ବଡ଼ ଆନାକୋଣ୍ଡା ପ୍ରଥମ ଥର ପାଇଁ ଦେଖିବାକୁ ମିଳିଛି । ଏଡୁଆର୍ଡୋଙ୍କ ଅନୁଯାୟୀ, ସବୁଠାରୁ ଆଶ୍ଚର୍ଯ୍ୟଜନକ କଥା ହେଲା ଯେ ଆନାକୋଣ୍ଡା ଲୋକଙ୍କୁ ଭୟ କରୁନଥିଲେ ବରଂ ଆକ୍ରମଣ କରୁଥିଲେ ।

ପରେ ନିକଟସ୍ଥ ପ୍ରାଣୀ ଉଦ୍ୟାନର ଲୋକମାନେ ଏହି ଆନାକୋଣ୍ଡାକୁ ରାସ୍ତାରୁ ହଟାଇବାରେ ସାହାଯ୍ୟ କରିଥିଲେ । ପାର୍କର ଜୀବବିଜ୍ଞାନୀ ଜୁଲିଆ ଡି’ସୁଜା କହିଛନ୍ତି ଯେ ଆନାକୋଣ୍ଡା ଗର୍ଭବତୀ ଥିଲା ଏବଂ ନିଜକୁ ରକ୍ଷା କରିବା ପାଇଁ ସେ ଆକ୍ରମଣାତ୍ମକ ହୋଇପଡିଥିଲା ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.