ଫସିଗଲେ ବାବା ରାମଦେବ: ଥଣ୍ଡା କାଶର ଲାଇସେନ୍ସ ଆଣି ବନାଇଛନ୍ତି କରୋନା ଔଷଧ, ଅଭିଯୋଗ ଆଣିଲେ ଲାଇସେନ୍ସ ଅଫିସର

କରୋନାଭାଇରସ୍ ଔଷଧ ବାହାର କରିବା ପରଠାରୁ ବାବା ରାମଦେବ ବିବାଦରେ ଘେରି ହୋଇ ରହିଛନ୍ତି । ଆୟୁଷ ମନ୍ତ୍ରଣାଳୟ ପରେ ବର୍ତ୍ତମାନ ବାବା ଉତ୍ତରାଖଣ୍ଡ ଆୟୁର୍ବେଦ ବିଭାଗର ଟାର୍ଗେଟରେ ଆସିଯାଇଛନ୍ତି ।

ANI ର ଟୁଇଟ୍ ଅନୁଯାୟୀ ଉତ୍ତରପ୍ରଦେଶ ଆୟୁର୍ବେଦ ବିଭାଗର ଲାଇସେନ୍ସ ଅଧିକାରୀ କହିଛନ୍ତି ଯେ ପତଞ୍ଜଳିର ଆବେଦନ ଅନୁଯାୟୀ ତାଙ୍କୁ ଏହି ଲାଇସେନ୍ସ ପ୍ରଦାନ କରାଯାଇଥିଲା । ତେବେ ଆମେ ତାଙ୍କୁ କେବଳ ରୋଗ ଇମ୍ୟୁନିଟି ବୁଷ୍ଟର (ରୋଗ ପ୍ରତିରୋଧକ ଶକ୍ତି ବୃଦ୍ଧି କରୁଥିବା ଔଷଧ) କାଶ ଏବଂ ଜ୍ୱର ଔଷଧ ତିଆରି କରିବା ପାଇଁ ଏକ ଲାଇସେନ୍ସ ଜାରି କରିଥିଲୁ।

ଆୟୁର୍ବେଦିକ ଅଧିକାରୀଙ୍କ କହିବା ଅନୁଯାୟୀ, କରୋନା କିଟ୍ ତିଆରି କରିବାକୁ ସେ କିପରି ଅନୁମତି ପାଇଛନ୍ତି ସେ ସମ୍ପର୍କରେ ବିଭାଗ ପତଞ୍ଜଳିକୁ ନୋଟିସ୍ ଜାରି କରିବ । ଏହାପୂର୍ବରୁ କେନ୍ଦ୍ର ସରକାରଙ୍କ ଆୟୁଷ ମନ୍ତ୍ରଣାଳୟ ମଧ୍ୟ ବାବାଙ୍କ ଔଷଧର ବିଜ୍ଞାପନ ଉପରେ ପ୍ରତିବନ୍ଧକ ଲଗାଇଛି ।

ତେବେ ଏଠାରେ ଆପଣଙ୍କୁ କହି ରଖିବୁ କି ବାବା ଦାବି କରିଛନ୍ତି ଯେ କରୋନିଲ ନାମକ ଔଷଧରେ ମାତ୍ର 7 ଦିନ ମଧ୍ୟରେ 100% କରୋନା ରୋଗୀ ଆରୋଗ୍ୟ ହୋଇଥିବାବେଳେ 69% ରୋଗୀ 3 ଦିନରେ ଆରୋଗ୍ୟ ଲାଭ କରିଛନ୍ତି । ଆୟୁଷ ମନ୍ତ୍ରଣାଳୟ ମଧ୍ୟ ପତଞ୍ଜଳି ଔଷଧର ଉପାଦାନଗୁଡ଼ିକ ବିଷୟରେ ସୂଚନା ମାଗିଛି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.