Below header

ରାଜ୍ୟବାସୀଙ୍କ ପାଇଁ ଖୁସି ଖବର,ସୁସ୍ଥ ହେଲେ ଆଉ ୧୩୫ କରୋନା ଆକ୍ରାନ୍ତ

କେନ୍ୟୁଜ୍ (ବ୍ୟୁରୋ): ରାଜ୍ୟବାସୀଙ୍କ ପାଇଁ ଖୁସି ଖବର।  ରାଜ୍ୟରେ ସୁସ୍ଥ ହେଲେ ଆଉ  ୧୩୫ କରୋନା ଆକ୍ରାନ୍ତ। ଟ୍ବିଟ କରି ସୂଚନା ଦେଇଛି ସ୍ବାସ୍ଥ୍ୟ ବିଭାଗ।  ଏହି ସୁସ୍ଥ ମାନଙ୍କ ମଧ୍ୟରେ ଅଛନ୍ତି ଗଞ୍ଜାମର ୪୯,ଖୋର୍ଦ୍ଧାର ୧୯, କଳାହାଣ୍ଡିର ୧୬,ଜଗତସିଂହପୁରର ୧୪,ବାଲେଶ୍ବରର ୭, କଟକର ୬, ଅନୁଗୁଳ,ଯାଜପୁର ଓ ପୁରୀର ୪ ଜଣ ଲଖାଏଁ ସୁସ୍ଥ ହୋଇଛନ୍ତି। ସେହିଭଳି ସୁନ୍ଦରଗଡରେ ୩ ଜଣ ସୁସ୍ଥ ହୋଇଛନ୍ତି । ଏଥିସହିତ କେନ୍ଦୁଝର ଓ କେନ୍ଦ୍ରାପଡାରୁ  ୨ ଲଖାଏଁ  ସୁସ୍ଥ ଓ ବରଗଡ,ଭଦ୍ରକ,ଝାରସୁଗୁଡା,ମୟୂରଭଞ୍ଜ ଓ ସମ୍ବଲପୁରରୁ ଜଣେ  ଲଖାଏଁ ସୁସ୍ଥ ହୋଇଛନ୍ତି । ଏହି ସୁସ୍ଥ ମାନଙ୍କୁ ମିଶାଇ ଓଡିଶାରେ ମୋଟ ସୁସ୍ଥଙ୍କ ସଂଖ୍ୟା ୪୧୨୩ ପହଞ୍ଚିଛି ବୋଲି  ସ୍ବାସ୍ଥ୍ୟ ବିଭାଗ ଟ୍ବିଟ  କରି ସୂଚନା ଦେଇଛି।

ସେହିଭଳି ଆଜି ରାଜ୍ଯରେ ପୁଣି ୨୮୨ ପଜିଟିଭ୍ ଚିହ୍ନଟ ହୋଇଛନ୍ତି । ୧୭ ଜିଲ୍ଲାରୁ ଚିହ୍ନଟ ହୋଇଛନ୍ତି ଏହି ୨୮୨ ପଜିଟିଭ୍ । ଏମାନଙ୍କ ଭିତରୁ ୨୫୬ ଜଣ କ୍ୱାରେଣ୍ଟିନ୍ ସେଣ୍ଟରରୁ ଚିହ୍ନଟ ହୋଇଥିବାବେଳେ, ୨୬ ଲୋକାଲ୍ କେସ୍ । ଏହାସହ NDRFର ୮ଜଣ କର୍ମଚାରୀ ମଧ୍ଯ ସାମିଲ୍ ଅଛନ୍ତି । ଯେଉଁମାନେ ଅମ୍ପନ ପୁନରୁଦ୍ଧାର କାର୍ଯ୍ୟରେ ପଶ୍ଚିବଙ୍ଗ ଯାଇଥିଲେ । ତେବେ ଏହାକୁ ମିଶାଇ ରାଜ୍ଯରେ ମୋଟ ସଂକ୍ରମିତଙ୍କ ସଂଖ୍ଯା ୫୭୫୨ରେ ପହଁଚିଛି । ସୂଚନା ଓ ଲୋକସଂପର୍କ ବିଭାଗ ପକ୍ଷରୁ ଏନେଇ ସୂଚନା ଦିଆଯାଇଛି ।

ସୂଚନା ଅନୁଯାୟୀ, ଏହି ୨୮୨ ପଜିଟିଭଙ୍କ ଭିତରୁ ଖୋର୍ଦ୍ଧାରୁ ୨୬, ଝାରସୁଗୁଡ଼ାରୁ ୨୩, ବାଲେଶ୍ୱରରୁ ୩, କଟକରୁ ୪, ଯାଜପୁରରୁ ୬, ପୁରୀରୁ ୯,  ଅନୁଗୁଳରୁ ୧, ଜଗତସିଂହପୁରରୁ ୧୧, କନ୍ଧମାଳରୁ ୧୭, ଗଞ୍ଜାମରୁ ୭୫, ଗଜପତିରୁ ୭୬, ସୁନ୍ଦରଗଡ଼ରୁ ୧, ସମ୍ବଲପୁରରୁ ୧୩, ବଲାଙ୍ଗୀରରୁ ୧, ମୟୁରଭଞ୍ଜରୁ ୬, କୋରାପୁଟରୁ ୧, ନୟାଗଡ଼ରୁ ୧  ଓ ଏନଡିଆରଏଫ୍ ର  ୮ଜଣ କର୍ମଚାରୀ ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.