Below header

ଏହି ଦେଶରେ ମହିଳାମାନେ ନିଜର ସୌନ୍ଦର୍ଯ୍ୟ ପାଇଁ ପିଇଥାନ୍ତି ନାଗ ସାପର ରକ୍ତ

ସମସ୍ତ ଜୀବମାନଙ୍କ ମଧ୍ୟରେ ସାପ ମଧ୍ୟ ଭୟଙ୍କର ହୋଇଥାଏ। ସାପକୁ ଦେଖିବା ମାତ୍ରେ ହିଁ ପ୍ରତ୍ୟେକ ଲୋକମାନଙ୍କର ଝାଳ ବାହାରିଥାଏ। କିନ୍ତୁ ଏଭଳି ଏକ ଦେଶ ଅଛି, ଯେଉଁଠାରେ ଲୋକମାନେ ଚା-କଫି ଭଳି ନାଗ ସାପର ରକ୍ତ ପିଇଥାନ୍ତି। ଆଜ୍ଞା ହଁ ଇଣ୍ଡୋନେସିଆର ରାଜଧାନୀ ଜକାର୍ତାରେ ଲୋକମାନେ ନାଗ ସାପର ରକ୍ତ ପିଇବା ସହ ସାପରେ ପ୍ରସ୍ତୁତ ହୋଇଥିବା ଖାଦ୍ୟ ମଧ୍ୟ ଖାଇଥାନ୍ତି।

snake bloodଜକାର୍ତାର ଲୋକମାନେ ବିଷଧର ନାଗ ସାପର ରକ୍ତ ପିଇଥାନ୍ତି। ଲୋକମାନେ ସକାଳେ ଏବଂ ସନ୍ଧ୍ୟାରେ ଖାଦ୍ୟ ଖାଇ ସାରିବା ପରେ ସାପ ରକ୍ତ ପିଇଥାନ୍ତି। ସେିପରି କିଛି ଲୋକମାନେ ମଧ୍ୟ ସାପର ରକ୍ତ ପିଇବା ସହ ସାପର ମାଂସ ମଧ୍ୟ ଖାଇଥାନ୍ତି। ଏଠାର ଯୋଡିଆକାଲ ଅଞ୍ଚଳରେ ସାପର ରକ୍ତ ବାହାର କରାଯାଇ ବିକ୍ରି କରାଯାଇଥାଏ। ଏଠାର ପୁରୁଷମାନେ ସ୍ବାସ୍ଥ୍ୟ ସୁସ୍ଥ ରଖିବା ପାଇଁ ଏବଂ ମହିଳାମାନେ ନିଜର ସୌନ୍ଦର୍ଯ୍ୟ ପାଇଁ ନାଗ ସାପର ରକ୍ତ ପାଇଁ ରକ୍ତ ପିଇବାକୁ ପସନ୍ଦ କରିଥାନ୍ତି। ଏଠାର ଲୋକମାନଙ୍କ କହିବା ଅନୁଯାୟୀ ନାଗ ସାପର ରକ୍ତ ପିଇବା ଦ୍ବାରା ମହିଳାମାନଙ୍କ ତ୍ବଚାରେ ଚମକ ବଢିଥାଏ ଏବଂ ପୁରୁଷ ମାନଙ୍କର ପୁରୁଷତ୍ବ ବୃଦ୍ଧି ହୋଇଥାଏ।

ସାପର ରକ୍ତ ବାହାର କରିବା ପୂର୍ବରୁ ଦୋକାନୀମାନେ ପ୍ରଥମେ ସାପର ମୁଣ୍ଡ କାଟି ଅଲଗା କରିଦେଇଥାନ୍ତି, ଯାହା ଦ୍ବାରା ରକ୍ତରେ ବିଷ ରହି ନଥାଏ। ରକ୍ତ ବାହାର କରିବା ପରେ ହିଁ ତୁରନ୍ତ ଏହାକୁ ସେବନ କରାଯାଇଥାଏ। କାରଣ ଯେ ପର୍ଯ୍ୟନ୍ତ ସାପ ବଞ୍ଚିଥାଏ ସେ ପର୍ଯ୍ୟନ୍ତ ରକ୍ତ ଖରାପ ହୋଇନଥାଏ ବୋଲି ଲୋକମାନେ କହିଥାନ୍ତି।

Cobra Gold Bloodରକ୍ତର ଡିମାଣ୍ଡକୁ ଦେଖି ଏହି ସହରରେ ପ୍ରତ୍ୟେକ ଦିନ ହଜାର ହଜାର ସାପ କଟାଯାଇଥାଏ। ଏଠାରେ ରକ୍ତ ବିକ୍ରି ଦୋକାନ ସଂନ୍ଧ୍ୟା ୫ଟା ରୁ ରାତି ୧ ପର୍ଯ୍ୟନ୍ତ ଖୋଲା ରହିଥାଏ। ଏହା ଦ୍ବାରା ଦୋକାନିମାନେ ଗୋଟେ ରାତିରେ ୫ ରୁ ୧୦ ଲକ୍ଷ ଟଙ୍କା ଆୟ କରିଥାନ୍ତି।
ରକ୍ତ ଶରୀରରେ ସହଜରେ କାମ କରିବା ପାଇଁ ରକ୍ତ ପିଇବାର ୩ ରୁ ୪ ଘଣ୍ଟା ପର୍ଯ୍ୟନ୍ତ ଚା କିମ୍ବା କଫି ପିଇବା ପାଇଁ ମନା କରାଯାଇଥାଏ। ସେହିପରି ଇଣ୍ଡୋନେସିଆର ଯବାନ ମାନଙ୍କୁ ଯୁଦ୍ଧ ସମୟରେ ସାପ ରକ୍ତ ପିଇ ବଞ୍ଚିବା ପାଇଁ ଟ୍ରେନିଂ ମଧ୍ଯ ଦିଆଯାଇଥାଏ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.