ଚାକିରିର ପ୍ରଥମ ଦିନ ପାଲଟିଲା ଜୀବନର ଶେଷ ଦିନ, ଅଧାବାଟରେ ଚାଲିଗଲା ଯୁବକଙ୍କ ଜୀବନ

ଚାକିରିର ପ୍ରଥମ ଦିନ ହିଁ ପାଲଟିଗଲା ଜୀବନର ଶେଷ ଦିନ । ଅଫିସ୍ ଯାଉଥିବା ବେଳେ ଅଧାରାସ୍ତାରେ ଜୀବନ ହାରିଲେ ଯୁବକ । ଘଟଣାଟି ହେଉଛି ନୂଆଦିଲ୍ଲୀ ମଙ୍ଗୋଲପୁରୀ ଅଂଚଳର । ଅଫସ୍ ଯାଉଥିବା ବେଳେ ଏକ ବସ୍ ଧକ୍କା ଦେବା ଫଳରେ  ଯୁବକଙ୍କ ମୃତ୍ୟୁ ହୋଇଛି । ଯୁବକଙ୍କ ନାଁ ହେଉଛି ଯୋଗେଶ ।

ସୂଚନା ମୂତାବକ, ୧୯ ବର୍ଷୀୟ ଯୋଗେଶ ନିଜ ପରିବାର ସହ ପ୍ରେମ ନଗରରେ ରୁହନ୍ତି । ଦୀର୍ଘ ଦିନ ଧରି କାମ ଖୋଜୁଥିବା ଦିନେଶ ଗୁରୁଗ୍ରାମର ଏକ ସପିଂ ମଲରେ ଚାକିରି ପାଇଥିଲେ । ବୁଧବାର ଯୋଗେଶ ଚାକିରିରେ ପ୍ରଥମ ଦିନ ଥିଲା । ଆଉ ନିଜର ଜଣେ ସାଙ୍ଗ ବିଶ୍ବଜିତଙ୍କ ସହ ସେ ଗୁରୁଗ୍ରାମ ବାହାରିଥିଲେ । ତେବେ ଅଧାବାଟରେ ଏକ ବନ୍ଧୁ ସହ ଦେଖା କରି ବାଇକରେ ଷ୍ଟାର୍ଟ କରିବା ସମୟରେ ପଛପଟୁ ଦ୍ରୁତଗତିରେ ଆସୁଥିବା ଏକ ବସ୍ ଯୋଗେଶଙ୍କୁ ଧକ୍କା ଦେଇଥିଲା । ଆଉ ଧକ୍କା ଏତେ ଜୋରରେ ଥିଲା ଯେ ଯୋଗେଶ ଉପରକୁ ଉଠି ପୁଣି ତଳେ ପଡିଯାଇଥିଲେ ।

ଗୁରୁତର ଅବସ୍ଥାରେ ଯୋଗେଶ ଏବଂ ବିଶ୍ବଜିତଙ୍କୁ ଡାକ୍ତରଖାନାରେ ଭର୍ତ୍ତି କରାଯାଇଥିଲା । କିନ୍ତୁ ଚିକିତ୍ସାଧୀନ ଅବସ୍ଥାରେ ହିଁ ଯୋଗେଶଙ୍କ ମୃତ୍ୟୁ ହୋଇଯାଇଥିଲା । ଅନ୍ୟପଟେ ଡ୍ରାଇଭର୍ ଫେରାର୍ ହୋଇଯାଇଛି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.