Below header

ଜାଣନ୍ତୁ ଆପଣଙ୍କ ଜନ୍ମ ତାରିଖରୁ ଆପଣଙ୍କ ଲକି ନମ୍ବର ଓ ଆପଣଙ୍କ ବ୍ୟକ୍ତିତ୍ୱ

ଜ୍ୟୋତିଷ ଶାସ୍ତ୍ରରେ ନ୍ୟୁମରଲୋଜି ବା ଅଙ୍କ ଜ୍ୟୋତିଷକୁ ବିଶେଷ ମାନ୍ୟତା ଦିଆଯାଇଛି । ଏହା ମାଧ୍ୟମରେ ନା ଆପଣ କେବଳ ଆପଣଙ୍କ ସ୍ୱଭାବ ଜାଣି ପାରିବେ ଆପଣଙ୍କ ଭବିଷ୍ୟତ ସମ୍ପର୍କରେ ଅନୁମାନ ଲଗାଇ ପାରିବେ । ଆସନ୍ତୁ ଜାଣିବା ଆପଣଙ୍କ ଶୁଭ ଅଙ୍କ ରୁ ଆପଣ କେମିତି ।

ଯେଉଁ ଦିନ ଆପଣ ଜନ୍ମ ହୋଇଛନ୍ତି ସେହି ତାରିଖ, ମାସ ଓ ବର୍ଷର ସମସ୍ତ ତାରିଖକୁ ମିଶାଇ ଦିଅନ୍ତୁ । ଯେଉଁ ସଂଖ୍ୟା ମିଳିବ ତାହା ହିଁ ହେବ ଆପଣଙ୍କ ଲକି ନମ୍ବର ।

ଉଦାହରଣ ସ୍ୱରୁପ – ଧରି ନିଅନ୍ତୁ ଆପଣଙ୍କ ଜନ୍ମ ୧୨ ନଭେମ୍ବର ୧୯୭୫ । ଅର୍ଥାତ : ୧୨-୧୧-୧୯୭୫ ତେବେ ଆପଣଙ୍କ ଲକି ନମ୍ବର ହେବ ୧+୨+୧+୧+୧+୯+୭+୫=୨୭ ବା ୨+୭ = ୯

ଆସନ୍ତୁ ଜାଣିବା ଅଙ୍କ ଅନୁଯାୟୀ, ଆପଣଙ୍କ ସ୍ୱଭାବ,ଶୁଭ ରଂଗ ଓ ଶୁଭ ତିଥି :

3 no
p.c : chhaicoffe

ଅଙ୍କ ୩ :

ଯଦି ଆପଣଙ୍କ ଶୁଭାଙ୍କ ୩ ଅଟେ । ତେବେ ଆପଣଙ୍କ ଉତ୍ସାହୀ ଓ ସଂଘର୍ଷଶୀଳ ଅଟନ୍ତି । ଏମାନେ ଡଉଲ ଡାଉଲ,ସୁନ୍ଦର, ଛାତି ଚଉଡା, ଓ ଆକର୍ଷକ ହୋଇଥାନ୍ତି । ଏମାନଙ୍କ ଭିତରେ କିଛି ନୂଆ କରିବାର ଭାବନା ଥାଏ । ଏମାନେ କହିବା ଅପେକ୍ଷା ଚୁପ ରହି ମଧ୍ୟ ଅନ୍ୟର ଭାବନାକୁ ବୁଝି ପାରନ୍ତି । ନିଜର ଲକ୍ଷ୍ୟ ପ୍ରାପ୍ତ କରିବା ପାଇଁ ଏମାନେ ସର୍ବଦା କ୍ରିୟାଶୀଳ ରହିଥାନ୍ତି । ନିଜେ କଠୋର ପରିଶ୍ରମ କରିଥାନ୍ତି ଓ ଅନ୍ୟ ଠାରୁ ମଧ୍ୟ ତାହା ଚାହିଥାନ୍ତି । ସମୟର ମୂଲ୍ୟ ବୁଝନ୍ତି । ଏହି ଅଙ୍କର ସ୍ତ୍ରୀମାନେ ମଧ୍ୟ ଶୃଙ୍ଗାର ପ୍ରତି ଅଧିକ ରୁଚି ରଖିନଥାନ୍ତି । ୬ ଓ ୭ ଅଙ୍କର ବ୍ୟକ୍ତିଙ୍କ ସହ ଏହି ବ୍ୟକ୍ତିଙ୍କର ପଟିଥାଏ ।

ଶୁଭ ରଂଗ– ଜାମୁକୋଳି, ଶୁଭ ତିଥି – ୯ ଓ ୨୭

କ୍ରମଶଃ……..

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.