ଟଙ୍କିକିଆ ସାନିଟାରି ନାପକିନ୍ ବିକ୍ରି କରୁଛନ୍ତି ସରକାର, ଜାଣନ୍ତୁ କିଣିବେ କେଉଁଠୁ

ସାମାଜିକ ଅଭିଯାନ ଜରିଆରେ ସମଗ୍ର ଦେଶରେ ୬୩୦୦ରୁ ଅଧିକ ପ୍ରଧାନମନ୍ତ୍ରୀ ଭାରତୀୟ ଜନଔଷଧି କେନ୍ଦ୍ରରେ ସାନିଟାରି ନାପକିନ୍ ୧ଟଙ୍କାରେ ଉପଲବ୍ଧ। ବଜାରରେ ଏଭଳି ନାପକିନର ମୂଲ୍ଯ ପ୍ରତି ପ୍ଯାଡ ପାଇଁ ୮ଟଙ୍କା ହୋଇଥାଏ। ଗତ ୨୭ ଅଗଷ୍ଟ ୨୦୧୯ରେ ମୂଲ୍ଯ ହଟାଇ ଏକ ଟଙ୍କା କରାଯାଇଛି। ଯାହାପରେ ୧୦ ଜୁନ୍ ୨୦୨୦ ପର୍ଯ୍ଯନ୍ତ ଏହି କେନ୍ଦ୍ର ଜରିଆରେ ୩.୪୩ କୋଟି ରୁ ଅଧିକ ପ୍ଯାଡ୍ ବିକ୍ରୀ କରାଯାଇଛି।

napkins-ବାସ୍ତବରେ ବିଶ୍ବ ପର୍ଯ୍ଯାବରଣ ଦିବସର ପୂର୍ବ ସଂଧ୍ଯା ଗତ ୪ ଜୁନ୍ ୨୦୧୮ରେ ଭାରତ ସରକାର ମହିଳାମାନଙ୍କ ପାଇଁ ‘ଜନଔଷଧି ସୁବିଧା ଆକ୍ସୋ-ବାୟୋଡିଗ୍ରେଡେବଲ ସାନିଟାରି ନାପକିନ୍’ ଲଞ୍ଚ କରିବାର ଘୋଷଣା କରିଥିଲେ। ସେହି ଦିନଠାରୁ ୧୦ ଜୁନ୍ ୨୦୨୦ ପର୍ଯ୍ଯନ୍ତ ଜନଔଷଧି କେନ୍ଦ୍ର ମାଧ୍ଯମରେ ୪.୬୧ କୋଟିରୁ ଅଧିକ ସାନିଟାରି ନାପକିନ୍ ବିକ୍ରି କରାଯାଇସାରିଛି।

napkins1ମାସିକ ଧର୍ମ ଏବଂ ଏହା ସହ ଜଡିତ ପ୍ରଥାକୁ ବର୍ତ୍ତମାନ ମଧ୍ଯ ଅନେକ ପ୍ରକାର ସାମାଜିକ, ସାଂସ୍କ୍ତିକ ଏବଂ ଧାର୍ମିକ ଉପେକ୍ଷାର ସାମ୍ନା କରିବାକୁ ପଡିଥାଏ, ଯାହା ମାସିକ ଧର୍ମ ସମୟରେ ସଫା ସୁତୁରା ଏବଂ ସ୍ବାସ୍ଥ୍ଯ କ୍ଷେତ୍ରରେ ସମସ୍ଯା ସୃଷ୍ଟି କରିଥାଏ। ଦେଶର ଅନେକ ସ୍ଥାନରେ ବିଶେଷରୂପେ ଗାଁ ଗହଳିର ଝିଅ ଏବଂ ବୋହୂମାନଙ୍କ ପାଖରେ ସାନିଟାରି ପହଞ୍ଚି ପାରିନଥାଏ। କାରଣ ବଜାରରେ ଉପଲବ୍ଧ ଥିବା ଏହି ନାପକିନ୍ ଖୁବ୍ ମହଙ୍ଗା ହୋଇଥାଏ।

napkins2ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ସମସ୍ତଙ୍କ ପାଇଁ ଶସ୍ତା ଏବଂ ଗୁଣବତ୍ତାପୂର୍ଣ୍ଣ ସ୍ବାସ୍ଥ୍ଯ ସେବା ଉପଲବ୍ଧ କରିବା ପାଇଁ ଶୌଚକୁ ମୁଖ୍ଯ ରୂପ ଦେବା ପାଇଁ କେନ୍ଦ୍ରୀୟ ଔଷଧି ବିଭାଗ ଦ୍ବାରା ଏହି ପଦକ୍ଷେପ ନିଆଯାଇଛି। ଜନଔଷଧି ସୁବିଧା ସାନିଟାରି ନାପକିନ୍ ମସସ୍ତ କେନ୍ଦ୍ରରେ ପର୍ଯ୍ଯାପ୍ତ ମାତ୍ରାରେ ଉପଲବ୍ଧ ରହିଛି। ସେହିଭଳି ଦେଶରେ ଚଳିତ ବର୍ଷ ଗତ ମାର୍ଚ୍ଚ, ଏପ୍ରିଲ ଏବଂ ମେ ମାସରେ ଏଭଳି ୧.୪୨ କୋଟିରୁ ଅଧିକ ପ୍ଯାଡ୍ ବିକ୍ରୀ କରାଯାଇଛି।

padsସାନିଟାରି ନାପକିନ୍ ପର୍ଯ୍ଯାବରଣର ଅନୁକୁଳ କାରଣ ଏହା ଜୈବିକ ରୂପେ ନଷ୍ଟ ହେଉଯାଉଥିବା ଭଳି ଅକ୍ସୋ-ବାୟୋଡିଗ୍ରେଡେବଲ ସାମଗ୍ରୀ ଦ୍ବାରା ପ୍ରସ୍ତୁତ କରାଯାଇଥାଏ। ଏହାର ପରୀକ୍ଷଣ ଏଏସଟିଏମ ଡି-୬୯୫୪ ମାନକରେ କରାଯାଇଥାଏ। ପ୍ରଧାନମନ୍ତ୍ରୀ ଜନଔଷଧି କେନ୍ଦ୍ର କୋଭିଡ-୧୯ ପ୍ରକୋପର ଏଭଳି ମୁହୂର୍ତ୍ତରେ ମଧ୍ଯ ନିଜର ସମ୍ପୂର୍ଣ୍ଣ କ୍ଷମତା ସହ କାମ କରୁଛି। ଏଥିସହ ଲୋକଙ୍କୁ ଶସ୍ତା ଦାମରେ ଆବଶ୍ଯକୀୟ ଔଷଧ ଏବଂ ଚିକିତ୍ସା ଯୋଗାଉଛି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.