Below header

ସେନାରୁ ଖବର ଆସିଲା ସ୍ୱାମୀ ସହିଦ ହୋଇଛନ୍ତି, ପତ୍ନୀଙ୍କୁ ଫୋନ୍‌ ଆସିଲା ‘ମୁଁ ବଞ୍ଚିଛି’

ଭାରତ-ଚୀନ୍‌ ସୀମା ଗାଲବାନ୍‌ ଘାଟୀରେ ହୋଇଥିବା ଉତ୍ତେଜନାରେ ଭାରତର ୨୦ ଜଣ ବୀର ଯବାନ ପ୍ରାଣ ହରାଇଛନ୍ତି। ସହିଦ ଯବାନଙ୍କ ମଧ୍ୟରେ ପାଟଣାର ସୁନୀଲ କୁମାର ଥିବା ସୂଚନା ମିଳିଥିଲା। କିନ୍ତୁ ବୁଧବାର ମିଳିଥିବା ଖବର ମୁତାବକ ସୁନୀଲ କୁମାର ସହିଦ ହୋଇନାହାନ୍ତି। ସେ ଏବେ ବି ଜୀବିତ ଅଛନ୍ତି। ଫୋନ୍‌ରେ ପରିବାର ସହ କଥା ହୋଇ ନିଜେ ଏହି କଥା ସ୍ପଷ୍ଟ କରିଛନ୍ତି ପରସା ଥାନା ଅନ୍ତର୍ଗତ ଗୀଘରା ଗ୍ରାମ ନିବାସୀ ସୁନୀଲ ରାୟ।

India China Rift Jawan Sunil Rai who decleared martyr then alive ...

ମଙ୍ଗଳବାର ଦିନ ସେନାବାହିନୀ ତରଫରୁ ସୁନୀଲଙ୍କ ମୃତ୍ୟୁ ଖବର ପରିବାର ଳୋକଙ୍କୁ ଦିଆଯାଇଥିଲା। ଏହା ଶୁଣିବା ପରେ ତାଙ୍କ ଘର କାନ୍ଦ ବୋବାଳିରେ ଫାଟି ପଡ଼ିଥିଲା। ଏମିତିକି ତାଙ୍କ ପତ୍ନୀ ବି ସିନ୍ଦୁର ପୋଛି ଦେଇଥିଲେ। ମାତ୍ର ବୁଧବାର ସକାଳେ ସୁନୀଲ ଏହି ଖବର ଶୁଣିବା ପରେ ଘରକୁ ଫୋନ୍‌ କରି ନିଜେ ବଞ୍ଚିିଥିବା ଖବର ଦେଇଥିଲେ। ସେ ସମ୍ପୂର୍ଣ୍ଣ ସୁସ୍ଥ ଥିବା କହିଛନ୍ତି। ତାଙ୍କ ନାଁକୁ ନେଇ ଏହି ସମସ୍ୟା ସୃଷ୍ଟି ହୋଇଛି। ସହିଦ ହୋଇଥିବା ଯବାନଙ୍କ ନାଁ ମଧ୍ୟ ସୁନୀଲ ହୋଇଥିବାରୁ ଏଭଳି ଦ୍ୱନ୍ଦ୍ୱ ଉପୁଜିଛି। ଏଣୁ ଭୁଲ ପରିବାର ନିକଟକୁ ଫୋନ୍‌ କଲ ଆସିଥିଲା। ଯେଉଁ ସୁଶୀଲଙ୍କ ମୃତ୍ୟୁ ଘଟିଛି ସେ ପଟଣା ଜିଲ୍ଲାର ବୋଲି ଜଣାଯାଇଛି।

Bihar regiment havildar from Saran among three martyred on China ...

ଏନେଇ ସୁନୀଲଙ୍କ ପତ୍ନୀ କହିଛନ୍ତି ଯେ ୧୬ ଘଣ୍ଟା ଯାଏଁ ଆମ ପରିବାର ଦୁଃଖରେ ବୁଡ଼ି ରହିଥିଲା। କିନ୍ତୁ ସେ ବଞ୍ଚିଥିବା ଶୁଣି ଆମେ ନିଜ କାନକୁ ବିଶ୍ୱାସ କରିପାରିଲୁନି। ଆମେ ଖୁସିରେ କାନ୍ଦି ପକାଇଥିଲୁ। କାନ୍ଦି କାନ୍ଦି ପରିବାର ଲୋକଙ୍କ ଆଖି ଫୁଲିଯାଇଥିବା ବେଳେ ଏବେ ସେମାନଙ୍କ ଓଠରେ ହସ ଦେଖିବାକୁ ମିଳିଛି। ତେବେ ନାଁ ଦୁଇଟିଯାକ ସମାନ ଥିବାରୁ ସେନା ତରଫରୁ ଏହି ଭୁଲ ହୋଇଥିବା ଜଣେ ବରିଷ୍ଠ ଅଧିକାରୀ କହିଛନ୍ତି।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.