ଶାଢ଼ି ଓ ଜୋତାରେ ଯୁବତୀଙ୍କ ନାଚ ଦେଖି ଫ୍ଲାଟ ହେବେ ଆପଣ, ଦେଖନ୍ତୁ ଭାଇରାଲ ଭିଡିଓ

ଆପଣ ଅନେକ ଡ୍ୟାନ୍ସ ଭିଡିଓ ଦେଖିଥିବେ କିନ୍ତୁ ଏମିତିକା ୟୁନିକ ଡ୍ୟାନ୍ସ ବୋଧ ହୁଏ ପୂର୍ବରୁ କେବେବି ଦେଖିନଥିବେ। ହୁପ୍ ଡ୍ୟାନ୍ସର ଏସନା କୁଟ୍ଟୀ ‘ଗେନ୍ଦା ଫୁଲ’ ସଙ୍ଗରେ ଜବରଦସ୍ତ ଡ୍ୟାନ୍ସ କରିଛନ୍ତି, ଯାହାର ଭିଡିଓ ସୋସିଆଲ ମିଡିଆରେ ଖୁବ୍ ଭାଇରାଲ ହେଉଛି।
ଆପଣ ଜାଣିଥିବେ ଶାଢ଼ି ପିନ୍ଧି ଡ୍ୟାନ୍ସ କରିବା କେତେ ମୁସକିଲ। କିନ୍ତୁ ଏହି ଡ୍ୟାନ୍ସର ଶାଢ଼ି ସହିତ ହୁଲା ହୁପ ସହିତ ଗେନ୍ଦା ଫୁଲ ଗୀତରେ ଡ୍ୟାନ୍ସ କରୁଛନ୍ତି। ଯାହାକୁ ଦେଖି ଲୋକମାନେ ଆଶ୍ଚର୍ଯ୍ୟ ହେବା ସହିତ ତାଙ୍କ ଡ୍ୟାନ୍ସକୁ ଖୁବ୍ ପସନ୍ଦ କରୁଛନ୍ତି।
୨୩ ବର୍ଷିୟା ଏସନା କୁଟ୍ଟି ତାଙ୍କର ଏହି ଜବରଦସ୍ତ ଡ୍ୟାନ୍ସ ଭିଡିଓକୁ ଇନଷ୍ଟାଗ୍ରାମରେ ସେୟାର କରିଛନ୍ତି। ସେ ଏହି ଭିଡିଓ ପୋଷ୍ଟ କରିବା ମାତ୍ରକେ ତୁରନ୍ତ ଟ୍ଵିଟରରେ ଭାଇରାଲ ହେବାକୁ ଲାଗିଲା। ଆପଣ ବି ଦେଖନ୍ତୁ ଏହି ସୁନ୍ଦର ଭିଡିଓ।
When Saree meets Sports shoes meets Genda phool they gotta have some crazy fun. A perfect video to welcome #Friyay pic.twitter.com/E6wjKUJzdO
— rachna kanwar (@Rachnakanwar) September 24, 2020