Below header

ଚଳନ୍ତା କାରରେ ନିଆଁ ଲାଗେ କାହିଁକି ? ଏଭଳି ପରିସ୍ଥିତିରେ ପ୍ରଥମେ କଣ କରିବେ ଜାଣନ୍ତୁ

ଭବିଷ୍ୟତକୁ କେହି ମଧ୍ୟ ଦେଖିପାରନ୍ତି ନାହିଁ । ଆଗକୁ କଣ ଘଟିବ ତାହା କାହାକୁ ବି ଜଣା ନଥାଏ । ଆଉ ଠିକ ସେହିପରି କାରରେ କେଉଁଠିକୁ ଯାଉଥିଲେ କଣ ଘଟିବ ସେ ବାବଦରେ ବି ଆମେ ଜାଣି ନଥାଉ । ହଟାତ ଯଦି ଟାୟାର ପଂକଚର ହୋଇଯାଏ ବା ଫୁଏଲ ଲିକ ହୁଏ ତେବେ କଣ କରିହେବ ସେ ବାବଦରେ ଆମେ ଜାଣିଥାଉ । କିନ୍ତୁ ଅଧା ବାଟରେ ଯଦି କାରରେ ନିଆଁ ଲାଗିଯାଏ ତେବେ କଣ କରାଯିବ ସେନେଇ ଆମର ସେତେଟା ଧାରଣା ନଥାଏ । ଆଉ ଏଭିତରେ ପୁରା କାର ଜାଳି ପାଉଁଶ ହୋଇଯାଏ ।
କିନ୍ତୁ ଚିନ୍ତା କରନ୍ତୁ ନାହିଁ । ଏମିତି ପରିସ୍ଥିତିରେ କଣ କରିହେବ ଓ ଆମେ କିପରି ପୂର୍ବରୁ ଏନେଇ ସୂଚନା ପାଇପାରିବା ସେନେଇ ଜାଣି ରଖିବା ।

କାହିଁକି ଲାଗେ କାରରେ ନିଆଁ:

– କାର ଇଂଜିନରେ କୌଣସି ତ୍ରୁଟି ଥିଲେ

– କାର ଇଲେକ୍ଟ୍ରିକାଲ ବାୟାରିଂରେ ତ୍ରୁଟି ଥିଲେ

– କାରରୁ ତେଲ ଲିକ ହେଉଥିଲେ

– ଫୁଏଲ ପାଇପ ଭାଙ୍ଗିଥିଲେ

car firing

କେଉଁ କେଉଁ ସାଇନରୁ ଜାଣିବେ:

ଯଦି ଆଗକୁ କାରରେ ନିଆଁ ଲାଗିବାକୁ ଥାଏ । ତେବେ ଆଗରୁ ହିଁ କିଛି କିଛି ଲକ୍ଷଣ ଦେଖାଯାଏ । ଯେଉଁ ଲକ୍ଷଣରୁ ଆପଣ ଆଗୁଆ ସତର୍କ ହୋଇପାରିବେ ଆଉ ବେଳ ଥାଉ ଥାଉ ପଦକ୍ଷେପ ନେଇପାରିବେ । ଏହି ସତର୍କତା ଆପଣଙ୍କର ଓ ଆପଣଙ୍କ ସହଯାତ୍ରୀଙ୍କ ଜୀବନ ବଞ୍ଚାଇବା ସହିତ କାରକୁ ବି ସୁରକ୍ଷା ଦେଇପାରିବ । ଏଠି ଆମେ ଆପଣଙ୍କୁ କିଛି ସତର୍କ ଚିହ୍ନ ବିଷୟରେ କହିରଖୁଛୁ:

– ଯଦି ଆପଣଙ୍କ କାରର ଫ୍ୟୁଜ ବାରମ୍ବାର ଫୁଙ୍କି ହେଉଥାଏ ।

– ଯଦି ଆପଣଙ୍କ କାର୍ର ହସ ଲୁଜ ହୋଇଯାଇଥାଏ ।

– ତେଲ ଟାଙ୍କିର କ୍ୟାପ ହଜି ଯାଇଥିଲେ

– କାର ତଳୁ ତେଲ ଲିକ ହେଉଥିଲେ ।

– କାର ଇଂଜିନର ତାପମାତ୍ରା, ତେଲ ସ୍ତର ବାରମ୍ବାର ବଦଳୁଥିଲେ ।

– ଯଦି ୱାୟାରିଂରେ କିଛି ତ୍ରୁଟି ଦେଖିବାକୁ ପାଇଲେ ।

କାରରେ ନିଆଁ ଲାଗିଲେ କଣ କରିବେ:

– କାରକୁ ବନ୍ଦ କରିଦିଅନ୍ତୁ ଇଂଜିନକୁ ବି ବନ୍ଦ କରି ଦିଅନ୍ତୁ

– କାର ବନ୍ଦ କରିବା ପରେ ସଂଗେ ସଂଗେ ଅନ୍ୟ ଯାତ୍ରୀଙ୍କ ସହ ବାହାରକୁ ଚାଲିଯାଆନ୍ତୁ । ଅନ୍ୟ ସ୍ଥାନକୁ ସ୍ଥାନାନ୍ତରିତ ହୋଇଯାନ୍ତୁ ।

– କାର ଠାରୁ ଅତି କମରେ 100 ଫୁଟ ଦୁରକୁ ଯାଆନ୍ତୁ ।

– କାରର ସର୍ଭିସ ସେଣ୍ଟର ଓ ଇନ୍ସୁରାନ୍ସ ପ୍ରୋଭାଇଡ଼ରଙ୍କୁ ଏ ବାବଦରେ ସୂଚନା ଦିଅନ୍ତୁ ।

– ଜିନିଷ ବଞ୍ଚାଇବା ଲୋଭରେ ଭୁଲରେ ବି କାର ପାଖକୁ ଯାଆନ୍ତୁ ନାହିଁ ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.