Army Day 2021: ଭାରତୀୟ ସେନା ବିକଶିତ କଲା ଦୁନିଆର ପ୍ରଥମ ୟୁନିଭର୍ସାଲ ବୁଲେଟପ୍ରୁଫ୍‌ ଜ୍ୟାକେଟ ‘ଶକ୍ତି’

ଭାରତୀୟ ସେନା ଏକ ବଡ଼ ଉପଲବ୍ଧି ହାସଲ କରିଛି। ସେନାର ମେଜର ଅନୁପ ମିଶ୍ରା ଦୁନିଆର ପ୍ରଥମ ୟୁନିଭର୍ସାଲ ବୁଲେଟପ୍ରୁଫ ଜ୍ୟାକେଟ ବିକଶିତ କରିଛନ୍ତି। ଏହି ସ୍ୱଦେଶୀ ବୁଲେଟପ୍ରୁଫ ଜ୍ୟାକେଟକୁ ‘ଶକ୍ତି’ ନାଁ ଦିଆଯାଇଛି। ଏହାର ସବୁଠାରୁ ଖାସ୍‌ କଥା ହେଉଛି, ଏହାକୁ ମହିଳା ଏବଂ ପୁରୁଷ, ଉଭୟ ପିନ୍ଧିପାରିବେ, ଯାହାକି ବାକି ବୁଲେଟପ୍ରୁଫ ଜ୍ୟାକେଟଠାରୁ ପୂରା ଭିନ୍ନ। ଏହ ଜ୍ୟାକେଟ ଦୁନିଆର ପ୍ରଥମ ଫ୍ଲେକ୍ସିବଲ୍‌ ବଡି ଆର୍ମର।

ଏତଦ୍‌ ବ୍ୟତୀତ ଭାରତୀୟ ସେନା ନିଜ ସୀମାଗୁଡ଼ିକରେ ନଜର ରଖିବା ପାଇଁ ସ୍ୱିଚ୍‌ ଡ୍ରୋନ୍‌ କିଣିବା ଲାଗି ଏକ ବୁଝାମଣା ପତ୍ରରେ ସ୍ୱାକ୍ଷର କରିଛି। ଭର୍ଟିକାଲ ଉଡ଼ାଣ ଭରିବା ଏବଂ ଲ୍ୟାଣ୍ଡ କରିବାକୁ ଥିବା ଏହି ଡ୍ରୋନ୍‌ ଅଧିକତର ୪୫୦୦ ମିଟର ଉଚ୍ଚରେ ଲଗାତାର ୨ ଘଣ୍ଟା ପର୍ଯ୍ୟନ୍ତ ଉଡ଼ାଣ ଭରିପାରିବ।

କେବଳ ଏତିକି ନୁହେଁ, ଏବେ ସେନା ଅଧିକାରୀ କ୍ୟାପଟେନ୍‌ ରାଜପ୍ରସାଦ ଖାଦନର ସୁରକ୍ଷା ପାଇଁ ରୋବଟ୍‌ ପ୍ଲାଟ୍‌ଫର୍ମ ବିକଶିତ କରିଛନ୍ତି। ଲକ୍ଷ୍ୟର ଲମ୍ବା ଦୂରତା ଫାୟାରିଙ୍ଗ୍‌ ପାଇଁ ଓ୍ଵାୟରଲେସ୍‌ ଇଲେକ୍ଟ୍ରୋନିକ୍‌ ଡେଟୋନେଶନ ସିଷ୍ଟମ୍‌ ମଧ୍ୟ ବିକଶିତ କରିଛନ୍ତି। ଏହି ନୂଆ ଉପଲବ୍ଧିଗୁଡ଼ିକୁ ଭାରତୀୟ ସେନା, ସେନା ଦିବସ ଅବସରରେ ପ୍ରଦର୍ଶିତ କରିଛି।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.