Below header

ପୂର୍ବତନ ବିଧାୟକ ଜୀବନ ପ୍ରଦୀପ ଦାଶଙ୍କ ଘର ବାହୁଡ଼ା: ବିଜେଡି ଛାଡ଼ିବା ପରେ ପୁଣି ବିଜେପିରେ ସାମିଲ

ଭୁବନେଶ୍ବର: ପୂର୍ବତନ ବିଧାୟକ ଜୀବନ ପ୍ରଦୀପ ଦାଶଙ୍କ ଘର ବାହୁଡ଼ା । ବିଜେଡି ଛାଡ଼ିବା ପରେ ସେ ପୁଣି ବିଜେପିରେ ସାମିଲ ହୋଇଛନ୍ତି । ଆଜି କେନ୍ଦ୍ରମନ୍ତ୍ରୀ ପ୍ରତାପ ଷଡ଼ଙ୍ଗୀଙ୍କ ଉପସ୍ଥିତିରେ ବିଜେପିରେ ମିଶିଛନ୍ତି ।

୨୦୦୯ରେ ଜୀବନ ପ୍ରଦୀପ ଦାଶ ବିଜେପି ଛାଡ଼ି ବିଜେଡିରେ ଯୋଗ ଦେଇଥିଲେ । ବାଲେଶ୍ୱର ସଦର ବିଧାନସଭା ଆସନରୁ ସେ ୩ ଥର ବିଧାୟକ ହୋଇଛନ୍ତି । ଗତ ସଦର ଉପନିର୍ବାଚନରେ ଦଳ ବିରୋଧୀ କାର୍ଯ୍ୟ ପାଇଁ ବିଜେଡି ତାଙ୍କୁ ସସପେଣ୍ଡ କରିଥିଲା ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.