Below header

ଆଇଏଏଫ୍ କମାଣ୍ଡର ଅଭିନନ୍ଦନ ମନେ ପକାଇଲେ କାରଗିଲ ହିରୋ ନଚିକେତାଙ୍କ କଥା, ଜାଣନ୍ତୁ ପାକିସ୍ତାନୀଙ୍କ କବଳରୁ କିଭଳି ଫେରିଥିଲେ

ପାକିସ୍ତାନୀ ସେନାର କବଳରେ ଗତକାଲିଠୁ ଫସି ରହିଛନ୍ତି ଆଇଏଏଫ୍ କମାଣ୍ଡର ଅଭିନନ୍ଦନା ତାଙ୍କର ଗିରଫ ବର୍ତ୍ତମାନ କାରଗିଲ ହିରୋ ନଚିକେତାଙ୍କ ମନେ ପକାଇଛିା ଆପଣଙ୍କୁ କହିବାକୁ ଚାହିଁବୁ କାରଗିଲ ଯୁଦ୍ଧ ସମୟରେ ମଧ୍ୟ ପାକିସ୍ତାନୀ ସେନା ଜଣେ ଭାରତୀୟ ଯବାନଙ୍କୁ ଗିରଫ କରିଥିଲୋ ପାଖାପାଖି ୮ଦିନ ପର‌୍ୟ୍ୟନ୍ତ ତାଙ୍କୁ ନିର‌୍ୟାତନା ଦେବା ପରେ ଭାରତକୁ ହସ୍ତାନ୍ତର କରି ଦେଇଥିଲୋ ତେବେ ବର୍ତ୍ତମାନ ପାକିସ୍ତାନୀ ସେନାଙ୍କ ପାଖରେ ଜଣେ ଭାରତୀୟ ପାଇଲଟ ଥିବା ସେ ସ୍ବୀକାର କରିଛନ୍ତିା

ଗତକାଲି ଅର୍ଥାତ୍ ଫେବ୍ରୁଆରୀ ୨୭ରେ ପାକିସ୍ତାନୀ ସେନା ଏକ ଭିଡିଓ ଜାରି କରିଥିଲୋ ଯେଉଁଥିରେ ଜଣେ ବ୍ୟକ୍ତି ରକ୍ତ ଜୁଡୁବୁଡୁ ଅବସ୍ଥାରେ ଥିବା ବେଳେ ସେ ଭାରତୀୟ କମାଣ୍ଡର ଅଭିନନ୍ଦନ ବୋଲି କୁହାଯାଇଥିଲାା ପରେ ସନ୍ଧ୍ୟାରେ ଆଉ ଏକ ଭିଡିଓ ଜାରି କରାଯାଇଥିଲା ଯେଉଁଥିରେ କମାଣ୍ଡର ଅଭିନନ୍ଦନ ପାକିସ୍ତାନୀ ସେନା ତାଙ୍କର ଖାତିରଦାରୀ କରୁଥିବା କହୁଥିବା ନଜର ଆସିଥିଲାା ତେବେ ଏହି ଦୁଇ ଭିଡିଓ ନେଇ ଭାରତୀୟ ସେନା ପକ୍ଷରୁ କୌଣସି ଆଧିକାରୀକ ସୂଚନା ମିଳିନାହିା

Nachiketa-

କିପରି ପାକିସ୍ତାନରେ ଫସିଥିଲେ ନଚିକେତା :

ୱିଙ୍ଗ କମାଣ୍ଡର ଅଭିନନ୍ଦନ ପାକିସ୍ତାନରେ ଧରାପଡ଼ିବା ଖବର ଏବେ ସମସ୍ତଙ୍କୁ ପ୍ଳାଇଟ ଲେଫନେଣ୍ଟ ନଚିକେତାଙ୍କ କଥା ମନେ ପକେଇଛିା କାରଗିଲ ଯୁଦ୍ଧ ସମୟରେ ପାକିସ୍ତାନୀ ସେନା ନଚିକେତାଙ୍କୁ କଏଦ କରିଥିଲାା କହିବାକୁ ଚାହିଁବୁ, ୧୯୯୯ ମସିହା ୨୭ ମଇରେ ଭାରତୀୟ ବାୟୁ ସୀମା ମଧ୍ୟରେ ପଶିଥିବା ବିମାନକୁ ପିଛା କରିବା ସମୟରେ ନଚିକେତାଙ୍କ ମିଗ୍-୨୭ ଏୟାରକ୍ରାଫ୍ଟର ଇଞ୍ଜିନରୁ ଧୂଆଁ ବାହାରିବା ଆରମ୍ଭ ହୋଇଥିଲାା ଯାହା ପରେ ତାଙ୍କୁ ପାକିସ୍ତାନ ସୀମାନ୍ତରେ କଏଦ କରାଯାଇଥିଲାା ପାଖାପାଖି ୮ ଦିନ ପର‌୍ୟ୍ୟନ୍ତ ତାଙ୍କୁ ଅନେକ ପଚରାଉଚରା କରିବା ପରେ ଭାରତକୁ ହସ୍ତାନ୍ତର କରାଯାଇଥିଲାା

k-nachiketa

ନିର‌୍ୟାତିତ ହୋଇଥିଲେ ନଚିକେତା

ନଚିକେତାଙ୍କୁ ଉତ୍ତରୀ ପାକିସ୍ତାନର ସେନାବାହାନୀ ଧରିଥିଲୋ ପାକିସ୍ତାନୀ ବରିଷ୍ଠ ଅଧିକାରୀଙ୍କ କୌଣସି ହସ୍ତକ୍ଷେପ ପୂର୍ବରୁ ତାଙ୍କୁ ଖୁବ ନିର‌୍ୟାତିତ କରାଯାଇଥିଲାା ଯାହାପରେ ଭାରତୀୟ ସରକାର ତାଙ୍କୁ ଫେରାଇ ଆଣିବା ପାଇଁ ପ୍ରୟାସ କରିଥିଲୋ ପରେ ସଚିକେତାଙ୍କୁ ରେଡକ୍ରସକୁ ହସ୍ତାନ୍ତର କରାଯାଇଥିଲଶା ଭାରତ ଫେରିବା ପରେ ରାଷ୍ଟ୍ରପତି କେଆର ନାରାୟଣମ୍ ଏବଂ ପ୍ରଧାନମନ୍ତ୍ରୀ ଅଟଳ ବିହାରୀ ବାଜପେୟୀ ତାଙ୍କୁ ହିରୋ ଭାବେ ସମ୍ମାନିତ କରିଥିଲୋ

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.