ଭାରତ-ପାକିସ୍ତାନ ସୀମାରେ ଯୁଦ୍ଧ ପରିସ୍ଥିତି , ତିନି ସେନା ମୁଖ୍ୟଙ୍କ ସହ ପ୍ରତିରକ୍ଷା ମନ୍ତ୍ରୀଙ୍କ ଆଲୋଚନା

ଦିଲ୍ଲୀ(କେନ୍ୟୁଜ୍) : ଭାରତ-ପାକିସ୍ତାନ ସୀମାରେ ଯୁଦ୍ଧ ପରିସ୍ଥିତି । ପାକିସ୍ତାନ ନିଜକୁ ପ୍ରସ୍ତୁତ କରୁଥିବା ବେଳେ ଭାରତ ବି ପ୍ରତି ଆକ୍ରମଣ ପାଇଁ ତୟାର । ଏନେଇ ତିନି ସେନା ମୁଖ୍ୟଙ୍କ ସହ ଆଲୋଚନା କରିଛନ୍ତି ପ୍ରତିରକ୍ଷା ମନ୍ତ୍ରୀ ନିର୍ମଳା ସୀତାରମଣ । ସୀମାରେ ଆଜିର ପରିସ୍ଥିତି ଓ ଆଭ୍ୟନ୍ତରୀଣ ସୁରକ୍ଷାର ସମୀକ୍ଷା କରିଛନ୍ତି। ସେହିପରି ଆସନ୍ତାକାଲି ନିର୍ମଳା ସୀତାରମଣ ଜମ୍ମୁ କାଶ୍ମୀର ଗସ୍ତରେ ଯିବେ । ଆଜି ସନ୍ଧ୍ୟାରେ ପ୍ରଧାନମନ୍ତ୍ରୀ କ୍ୟାବିନେଟ୍‌ ବୈଠକ ଡାକିଛନ୍ତି। ତାପୂର୍ବରୁ ବସିବ ସୁରକ୍ଷା ସମ୍ପର୍କିତ କେନ୍ଦ୍ର କ୍ୟାବିନେଟ୍‌ ବୈଠକ ବସିବାର କାର‌୍ୟ୍ୟକ୍ରମ ରହିଛି। ଆଜି ଜମ୍ମୁ-କାଶ୍ମୀର ପୁଞ୍ଜ ସେକ୍ଟର କ୍ରିଷ୍ଣା ଘାଟି ନିକଟରେ ପୁଣି ଅସ୍ତ୍ରବିରତି ଉଲ୍ଲଂଘନ କରିଛି ପାକିସ୍ତାନ। ଗୁଳିମାଡ଼ କରିଛି। ତିନି ଦିନରେ ୨୦ ଥର ପାକିସ୍ତାନ ଅସ୍ତ୍ରବିରତି ଉଲ୍ଲଂଘନ କରିଛି।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.