ପରକୀୟା ପ୍ରୀତି ପାଇଁ ଖୋଲିଛି ଆପ୍‌, ବଢ଼ିବାରେ ଲାଗିଛି ଭାରତୀୟଙ୍କ ସଂଖ୍ୟା

ବୈବାହିକ ଜୀବନରେ ଖୁସି ନଥିବା ଦମ୍ପତିମାନଙ୍କ ପାଇଁ ପାର୍ଟନର ଖୋଜିବା ଲାଗି ତିଆରି କରାଯାଇଛି ଗ୍ଲିଡେନ ଆପ୍‌। ଏହି ଆପ୍‌ରେ ଏବେ ଭାରତୀୟଙ୍କ ସଂଖ୍ୟା ବଢ଼ିବାରେ ଲାଗିଛି। ଏହାର ଏକ ୱେବସାଇଟ ରହିଛି, ଯାହା ବେଶ୍‌ ଲୋକପ୍ରିୟ ହେବାରେ ଲାଗିଛି । ସାରା ବିଶ୍ୱରେ ଏହି ଆପ୍‌ ଓ ୱେବସାଇଟ ବ୍ୟବହାରକାରୀଙ୍କ ସଂଖ୍ୟା ୪୯ ଲକ୍ଷ ରୁ ଅଧିକ ହେଲାଣି। ଏଥିରେ ଭାରତୀୟ ୟୁଜର୍ସଙ୍କ ସଂଖ୍ୟା ୫ ଲକ୍ଷରୁ ବେଶି । ଦେଖିବାକୁ ମିଳିଛି ଏଥିରେ ୩୦ ପ୍ରତିଶତ ମହିଳା ଓ ୭୦ ପ୍ରତିଶତ ପୁରୁଷ ୟୁଜର୍ସ ଅଛନ୍ତି। ଗ୍ଲିଡେନ ଦାବି କରିଛି ପୂରା ବିଶ୍ୱରେ ଏହା ପ୍ରଥମ ଏକ୍ସଟ୍ରା ମାରିଟାଲ ଡେଟିଂ ଆପ୍‌ ଓ ୱେବସାଇଟ୍‌।

DATING-3ଏହି ଆପ୍‌ ମହିଳାଙ୍କ ପାଇଁ ସମ୍ପୂର୍ଣ୍ଣ ମାଗଣା। ତେବେ ପୁରୁଷଙ୍କ ଠାରୁ ନିଆଯାଉଛି ଅର୍ଥ। ୨୦୦୯ରେ ଆରମ୍ଭ କରାଯାଇଥିଲା ଏହି ଆପ୍‌ । ଏଥିରେ ସଦସ୍ୟ ହବା ଲାଗି ପୁରୁଷଙ୍କୁ ୭୫୦ ଟଙ୍କାରୁ ୯ ହଜାର ୫ ଶହ ଟଙ୍କା ପର୍ଯ୍ୟନ୍ତ ଦେବାକୁ ପଡ଼ିଥାଏ। ଗ୍ଲିଡେନ କହିବା ଅନୁଯାୟୀ ଏହି ଆପ୍‌କୁ କେବଳ ମହିଳାଙ୍କ ସୁବିଧା ପାଇଁ ତିଆରି କରାଯାଇଥିଲା। ଏହାର ମାର୍କେଟିଂ ଷ୍ଟ୍ରାଟେଜିଷ୍ଟ ସୋଲେନ ପୋଲେଟ ଏକ ନ୍ୟୁଜ ଏଜେନ୍ସିକୁ କହିଛନ୍ତି ଯେ ଭାରତୀୟ ମହିଳାଙ୍କ ଭିତରେ ଆମର ଲୋକପ୍ରିୟତା ଖୁବ ବଢିଛି। ପ୍ରତ୍ୟକ ଦିନ ମହିଳା ୟୁଜର୍ସଙ୍କ ସଂଖ୍ୟା ବଢୁଥିବା କହିଛନ୍ତି ପୋଲେଟ।

ଆଉ ଏକ ମଜା କଥା ହେଉଛି, ଗତ ବର୍ଷ ସୁପ୍ରିମକୋର୍ଟ ପରକୀୟା ପ୍ରୀତିକୁ ନେଇ ଥିବା ଅପରାଧିକ ଆଇନ ଧାରା-୪୯୭ ଉଚ୍ଛେଦ କରିଥିଲେ, ଏହା ପରେ ଭାରତୀୟ ୟୁଜର୍ସଙ୍କ ସଂଖ୍ୟା ବଢି ସାରା ବିଶ୍ୱରେ ୩୦ ପ୍ରତିଶତ ହେଲାଣି । 20ଅବଶ୍ୟ ସଦସ୍ୟ ଭାବେ ଗ୍ରହଣ କରିବା ପୂର୍ବରୁ ଏଥିରେ ଅସଲ ଓ ଫେକ୍‌ ଲୋକଙ୍କୁ ଯାଞ୍ଚ କରାଯାଏ। ଯେଉଁ ପୁରୁଷମାନେ ଟଙ୍କା ଦେଇ ଆପ୍‌କୁ ବ୍ୟବହାର କରୁଛନ୍ତି ସେମାନେ ସାଧାରଣତଃ ମହିଳାଙ୍କ ଭାବନା ସହ ଖେଳୁନହାନ୍ତି କି କୌଣସି ପ୍ରକାରର ଅସୁବିଧାରେ ପକାଉ ନାହାନ୍ତି । ପୁରୁଷଙ୍କ ଠାରୁ ଏଥିପାଇଁ ଟଙ୍କା ନିଆଯାଉଛି, ସେମାନେ ନିଜ ପ୍ରାଇଭେଟ ଫଟୋ, ମେସେଜ ବା ଲାଇଭ ଚାଟ୍‌, ଗିଫ୍ଟ ଓ ଫଟୋ ଆଲବମ ପାଇଁ ଏହି ଆପ୍‌ର କମ୍ୟୁନିକେସନକୁ ବ୍ୟବହାର କରିପାରିବେ।

ଏହି ଆପ୍‌ରୁ ଫେକ୍‌ ଫଟୋ ଓ ଟେକ୍ସଟକୁ ହଟାଇ ଦିଆଯାଏ। ଏହାଛଡ଼ା ଯେଉଁ ବ୍ୟକ୍ତି ନକଲି ପ୍ରୋଫାଇଲ ବନାଇ ଆପତ୍ତିଜନକ ବ୍ୟବହାର କରୁଛନ୍ତି ସେମାନଙ୍କ ବିଷୟରେ ଯାଞ୍ଚ କରାଯାଉଛି ଓ ତୁରନ୍ତ ସେମାନଙ୍କୁୁ ସାଇଟରୁ ସମ୍ପୂର୍ଣ୍ଣ ହଟାଇ ଦିଆଯାଉଛି। ଦେଖିବାକୁ ମିଳିଛି ଭାରତରେ ଦିଲ୍ଲୀ, ମୁମ୍ବାଇ ଓ ବେଙ୍ଗାଳୁରୁ ଭଳି ମେଟ୍ରୋ ସିଟିରେ ଏହି ଆପ୍‌ର ୟୁଜର୍ସଙ୍କ ସଂଖ୍ୟା ସବୁଠାରୁ ଅଧିକ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.