Below header

କ୍ବିକ୍ ଆକ୍ସନ୍ ଟିମ୍ ଓ ସହିଦନଗର ଥାନା ପୋଲିସ୍ ପକ୍ଷରୁ ମିଳିତ ଚଢାଉ: ୧୮ଗ୍ରାମର ବ୍ରାଉନ୍ ସୁଗାର ଜବତ , ୨ ଗିରଫ

ଭୁବନେଶ୍ବର(କେନ୍ୟୁଜ୍) : କୌଣସି ବିଶେଷ ସୂତ୍ରରୁ ଖବର ପାଇ ଗତକାଲି ରାତି ପ୍ରାୟ ୧୦ଟା ୧୫ମିନିଟରେ କ୍ବିକ୍ ଆକ୍ସନ୍ ଟିମ୍ ଏବଂ ସହିଦନଗର ଥାନା ପୋଲିସ୍ ପକ୍ଷରୁ ଭୁବନେଶ୍ବର ଭବାନୀ ମଲ୍ ନିକଟରେ ମିଳିତ ଚଢାଉ କରାଯାଇଥିଲା । ଚଢାଉରେ ରସୁଲଗଡ ଜିଜିପି କଲୋନୀର ୨୩ ବର୍ଷିୟ ବବୁଲୁ ମିଶ୍ର ଏବଂ ହଳଦୀ ପଡିଆ ବସ୍ତିର ୩୫ ବର୍ଷିୟା ବବିତା ବେହେରାଙ୍କୁ ଗିରଫ କରାଯାଇଛି । ସେମାନଙ୍କ ନିକଟରୁ ୧୮ଗ୍ରାମର ବ୍ରାଉନ୍ ସୁଗାର, ଗୋଟେ ବାଇକ୍, ୬୦ହଜାର ଟଙ୍କା ସହିତ ଦୁଇଟି ମୋବାଇଲ୍ ଫୋନ୍ ଜବତ କରାଯାଇଛି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.