Below header

ଗୋପାଳପୁର ପୋର୍ଟରେ ଦ୍ୱିତୀୟ ବର୍ଥକୁ ଉଦଘାଟନ କଲେ ମୁଖ୍ୟମନ୍ତ୍ରୀ , ଶେରଗଡ଼ ଓ ସାନଖେମୁଣ୍ଡିରେ ବିଭିନ୍ନ ପ୍ରକଳ୍ପର କଲେ ଭିତ୍ତିପ୍ରସ୍ତର ସ୍ଥାପନ

ଗଞ୍ଜାମ(କେନ୍ୟୁଜ୍) : ଭିତ୍ତିଭୂମି ବିକାଶରେ ଯୋଡି ହେଲା ନୂଆ ଫର୍ଦ୍ଦ । ପର୍ଯ୍ୟଟନ ଓ ଶିଳ୍ପର ବିକାଶପାଇଁ ଖୋଲିଲା ନୂଆରାସ୍ତା । ଗଞ୍ଜାମ ଗୋପାଳପୁରର ପୋର୍ଟରେ ୨ୟ ବର୍ଥର ଉଦ୍‌ଘାଟନ କରି ଏହା କହିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ। ୧୪ ଶହ କୋଟି ଟଙ୍କା ବ୍ୟୟରେ ନିର୍ମିତ ହୋଇଛି ୨ୟ ବର୍ଥ । ଏହା ଦ୍ୱାରା ଉତ୍ପାଦନ ୨ମିଲିଅନ୍‌ ଟନରୁ ୨୦ ମିଲିଅନ୍‌ ଟନକୁ ବୃଦ୍ଧି ପାଇବ । ୮ହଜାର ଯୁବକ ଯୁବତୀଙ୍କୁ ନିଯୁକ୍ତି ମଧ୍ୟ ମିଳିବ ବୋଲି ନବୀନ କହିଛନ୍ତି । ବିଜୁ ବାବୁଙ୍କ ଲକ୍ଷ୍ୟକୁ ଆମେ ଆଗକୁ ନେଇଛୁ ବୋଲି ମୁଖ୍ୟମନ୍ତ୍ରୀ କହିଛନ୍ତି ।

gopalpurଏହାପରେ ଶେରଗଡରେ ୨୦୦ କୋଟିରୁ ଅଧିକ ଟଙ୍କା ବ୍ୟୟରେ ବିିଭିନ୍ନ ପ୍ରକଳ୍ପର ଶିଳାନ୍ୟାସ କରିଛନ୍ତି ମୁଖ୍ୟମନ୍ତ୍ରୀ । ଏହି ଅବସରରେ ମୁଖ୍ୟମନ୍ତ୍ରୀ କହିଛନ୍ତି କାଳିଆ ଯୋଜନା ଚାଷୀ ଭାଇଙ୍କ ଯୋଜନା । ଆଉ ୧୦ଲକ୍ଷ ଚାଷୀ ଏହି ଯୋଜନାରେ ସାମିଲ ହେବେ । ସେହିପରି ଚାଷୀଙ୍କ ପିଲାଙ୍କ ପାଇଁ କାଳିଆ ଛାତ୍ରବୃତ୍ତି ଯୋଜନା କରାଯାଇଥିବା ମୁଖ୍ୟମନ୍ତ୍ରୀ କହିଛନ୍ତି । ଏହା ପରେ ସାନଖେମୁଣ୍ଡି ଯାଇଛନ୍ତି ମୁଖ୍ୟମନ୍ତ୍ରୀ । ନିର୍ମାଣ ଶ୍ରମିକଙ୍କୁ ବିିଭିନ୍ନ ଯୋଜନାରେ ସରକାରୀ ସହାୟତା ପ୍ରଦାନ କରିବା ସହ ବିଭିନ୍ନ ପ୍ରକଳ୍ପର ଭିତ୍ତିପ୍ରସ୍ତର ସ୍ଥାପନ କରିଛନ୍ତି ନୀବନ । ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଦିନିକିଆ ଗଞ୍ଜାମ ଓ ଗଜପତି ଜିଲ୍ଲା ଗସ୍ତରେ ଯାଇଛନ୍ତି । ମୁଖ୍ୟମନ୍ତ୍ରୀଙ୍କ ଗସ୍ତ ପାଇଁ ସୁରକ୍ଷା ବ୍ୟବସ୍ଥାକୁ କଡ଼ାକଡ଼ି କରାଯାଇଛି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.