ଭାରତର ସବୁଠୁ ବଡ଼ ମଥୁରା-ରେଳ-ଜଙ୍କସନ୍

ଏହା ହେଉଛି ଭାରତର ସବୁଠୁ ବଡ଼ ରେଳ ଜଙ୍କସନ୍ , ଯେଉଁଠୁ ଆପଣ ଦେଶର ପ୍ରତେକ ସ୍ଥାନକୁ ପାଇ ପାରିବେ ଟ୍ରେନ। ଏହା ଏମିତି ଏକ ଜଙ୍କସନ ଯେଉଁଠି ଟ୍ରାକ କେବେ ବି ଖାଲି ରୁହେନି। ଏଠାରେ ୨୪ ଘଣ୍ଟା ପ୍ରତେକ ଟ୍ରେନ ଯିବା ଆସିବ କରେ। ଆପଣ ଏଠାରୁ ଦେଶ ର ଯେକୌଣସି ସ୍ଥାନ କୁ ଆରାମରେ ଯାଇପାରିବେ।

କଣ ଆପଣ ଦେଶ ର ସବୁଠୁ ବଡ଼ ରେଳ ଜଙ୍କ ସନ୍ ସମ୍ପର୍କରେ ଜାଣିଛନ୍ତି? ଏହା ଏମିତି ଗୋଟିଏ ଜଙ୍କସନ୍ ଯେଉଁଠି ଟ୍ରେନ ୨୪ ଘଣ୍ଟା ଯିବା ଆସିବା କରେ। ଏହି ଜଙ୍କ ସନ୍ ସାରା ଦେଶ ରେ ନିଜର ଇତିହାସ ରଚନା କରିଛି।

ସାରା ଦେଶ ରେ ଅନେକ ଯାତ୍ରୀ ଟ୍ରେନ ରେ ଯାତ୍ରା କରନ୍ତି। ତେବେ ସବୁ ଷ୍ଟେସନ ରେ ଟ୍ରେନ ସବୁ ସ୍ଥାନ କୁ ଯାତ୍ରା କରିନଥାଏ। କିଛି ଲୋକ ଦୂର ସ୍ଥାନ କୁ ଯିବା ପାଇଁ ହେଲେ ଗୋଟିଏ ଟ୍ରେନ ରେ ଯାଇ ପୁଣି ଥରେ ଅନ୍ୟ ଏକ ଷ୍ଟେସନ ରୁ ଭିନ୍ନ ଏକ ଟ୍ରେନ ଧରିଥନ୍ତି। ନଚେତ୍ ଅନ୍ୟ ମାନେ ବସ୍ କିମ୍ବା ଅଟୋ ର ସାହାଯ୍ୟ ନିଅନ୍ତି ନିଜର ସଠିକ୍ ସ୍ଥାନ ରେ ପହଞ୍ଚିବ ପାଇଁ।। ତେବେ ଆମେ ଆଜି ଏମିତି ଏକ ଜଙ୍କସନ୍ କଥା କହିବୁ ଯେଉଁଠୁ ଆପଣ ଦେଶ ର ସବୁ କୋଣ କୁ ଯିବା ପାଇଁ ଟ୍ରେନ ଧରିପାରିବେ। ଜାଣନ୍ତୁ ଏହା କେଉଁଠି ଅଛି।।

ଏହା ଏମିତି ଏକ ଜଙ୍କସନ ଯେଉଁଠି ଟ୍ରାକ କେବେ ବି ଖାଲି ରୁହେନି। ଏଠାରେ ୨୪ ଘଣ୍ଟା ପ୍ରତେକ ଟ୍ରେନ ଯିବା ଆସିବ କରେ। ଆପଣ ଏଠାରୁ ଦେଶ ର ଯେକୌଣସି ସ୍ଥାନ କୁ ଆରାମରେ ଯାଇପାରିବେ।

ଦେଶ ର ସବୁଠୁ ବଡ଼ ରେଳ ଜଂକ୍ସନ ଉତ୍ତରପ୍ରଦେଶ ର ମଥୁରା ଜିଲ୍ଲା ରେ ରହିଛି। ଏହାର ନାମ ମଥୁରା ଜଙ୍କସନ୍। ଏହା ଉତ୍ତର ମଧ୍ୟ ରେଲୱେ ଅନ୍ତର୍ଗତ ରହିଛି। ଏହା ମଧ୍ୟମରେ ପୂର୍ବ, ପଶ୍ଚିମ ,ଉତ୍ତର ଓ ଦକ୍ଷିଣ ଦିଗ ରେ ୭ଟି ଭିନ୍ନ ଭିନ୍ନ ରୁଟ ର ଟ୍ରେନ ଯାଇଥାଏ। ଏଠି ମୋଟ ୧୦ ଟି ପ୍ଲାଟଫର୍ମ ରହିଛି।

ରାତି ଦିନ ଆପଣ କେବେ ବି ଏଠାକୁ ଆସନ୍ତୁ ।ଆପଣ ଏଠାରେ ଶହ ଶହ ଟ୍ରେନ ଦେଖିବାକୁ ପାଇବେ । ଆପଣ ଏଠାରୁ ଦେଶ ର ସବୁ ସ୍ଥାନ କୁ ଯାଇପାରିବେ । ଏଠାରେ ପ୍ରଥମେ ୧୮୭୫ ମସିହା ରେ ଟ୍ରେନ ଯାଇଥିଲା। ଏଠାରେ ସେହି ସମୟର ୪୭ ଟ୍ରେନ ଚାଲିଥିଲା। ଏହାପରେ ୧୮୮୯ ରେ ମଥୁରା ବୃନ୍ଦାବନ ମଧ୍ୟରେ ୧୧ କିଲୋମିଟର ଲମ୍ବା ମିଟର ଗେଜ୍ ଲାଇନ୍ ଆରମ୍ଭ ହୋଇଥିଲା। ରେଲୱେ ବିଭାଗ ର କହିବା ଅନୁଯାୟୀ ଏହି ଜଙ୍କସଂ ସବୁଠୁ ଅଧିକ ବୁକିଂ ପାଇଥିବା ଦେଶର ୧୦୦ ଟି ରେଳ ଷ୍ଟେସନ ମଧ୍ୟରୁ ଏକ।

ଭାରତୀୟ ରେଳ ବିଭାଗ ଦୁନିଆରେ ୪ର୍ଥ ଏବଂ ଏସିଆର ଦ୍ୱିତୀୟ ସବୁଠୁ ବଡ଼ ରେଳ ନେଟଓ୍ଵାର୍କ। ଭାରତରେ ରେଳ ଷ୍ଟେସନର ସଂଖ୍ୟା ପାଖାପାଖି ୮ହଜାର। ଅଧିକାଂଶ ଲୋକ ରେଳ ଯାତ୍ରା କରିବା ପାଇଁ ପସନ୍ଦ କରିଥାନ୍ତି। ଏହା ଶସ୍ତା ସହ ହୋଇଥାଏ ଆରାମଦାୟକ। ଟ୍ରେନ ଟିକେଟ ବୁକିଙ୍ଗ ଏବଂ ତାହାର ରଦ୍ଦ କରିବାର ନିୟମ ସମସ୍ତଙ୍କୁ ଜଣା ଅଛି। ରେଳ ସେବା ସମ୍ବନ୍ଧରେ କିଛି ଏମିତି ନିୟମ ଅଛି ଯାହା ବିଷୟରେ ସମସ୍ତଙ୍କୁ ଜଣା ନାହିଁ ଏବଂ ସହଜରେ ଏହାର ସୂଚନା ମିଳେ ନାହିଁ । କିନ୍ତୁ ଯଦି ଏହି ନିୟମ ଆପଣଙ୍କୁ ଜଣା ପଡିଯାଏ ତେବେ ଏହା ଦ୍ବାରା ଆପଣଙ୍କୁ ବହୁତ ଫାଇଦା ମିଳିବ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.