Below header

ମେ ୨୩ : ଭୋଟ୍‌ ଗଣତି ଗୃହରେ ଜନ୍ମଦିନ ପାଳନ କରିବାକୁ ଅନୁମତି ମାଗିଲେ ସାମ୍ବାଦିକ, କାରଣ ଜାଣନ୍ତୁ

ଭୋଟ ଗଣତି ସ୍ଥଳରେ କେକ୍ କାଟି ଜନ୍ମଦିନ ମନେଇବା ପାଇଁ ଇଲେକ୍ସନ କମିଶନଙ୍କ ନିକଟରେ ଅନୁରେଧ କଲେ ସାମ୍ବାଦିକ ।

ଭୋପାଳ: ନିର୍ବାଚନ ଫଳ ବାହାରିବା ଦିନଟି ସମସ୍ତ ଆଶୟୀଙ୍କ ପାଇଁ ସବୁଠାରୁ ଗରୁତ୍ବପୂର୍ଣ୍ଣ ଦିନ । କାରଣ ପ୍ରାର୍ଥୀମାନେ ଜିତିବାର ଆଶା ରଖିଥାନ୍ତି । ଜିତିବା ଖୁସି ଓ ହାରିବା ଦୁଃଖରେ ସମର୍ଥକମାନେ କିଛି ନା କିଛି ଅଘଟଣ ଘଟାଇବାର ଆଶଙ୍କା ଥାଏ । ଗଣତି ବେଳେ ସବୁଠାରୁ ଅଧିକ ସୁରକ୍ଷା ବ୍ୟବସ୍ଥା କରାଯାଏ । ତେଣୁ ସୁରକ୍ଷା ପାଇଁ ନିର୍ବାଚନ କମିଶନଙ୍କୁ ମଧ୍ୟ ବହୁତ କସରତ କରବାକୁ ପଡେ । ତଥାପି ଏତେ କଟକଣା ଭିତରେ ବି ଭୋଟ୍‌ ଗଣତି ଗୃହରେ କେକ୍ କାଟି ଜନ୍ମ ଦିନ ପାଳିବା ପାଇଁ ନିର୍ବାଚନ କମିଶନଙ୍କୁ ଆବେଦନ କରିଛନ୍ତି ଜଣେ ସାମ୍ବାଦିକ ।
ବେତୁରର ରାମକିଶୋର ଦୟାରାମ ପାୱାର ନାମକ ଜଣେ ୫୫ବର୍ଷ ବୟସ୍କ ସାମ୍ବାଦିକଙ୍କର ଆସନ୍ତା ମେ ମାସ ୨୩ ତାରିଖରେ ଜନ୍ମ ଦିନ ପଡୁଛି । ଯେଉଁଦିନ ଲୋକସଭା ନିର୍ବାଚନର ଫଳାଫଳ ବାହାରିବ। ଦିନ ତମାମ ମିଡିଆ ଗ୍ୟାଲେରୀରେ ରହି ନିର୍ବାଚନ ସମ୍ପର୍କିତ ଟିକିନିଖି ଖବର ରାମକିଶୋରଙ୍କୁ ଦେବାକୁ ହେବ। ତେଣୁ ସେ ଜନ୍ମଦିନକୁ ଭୋଟଗଣତି ସ୍ଥଳରେ କେକ୍ କାଟି ପାଳନ କରିବାକୁ ଚାହୁଁଛନ୍ତି । ସେଥିଲାଗି ନିର୍ବାଚନ କମିଶନଙ୍କୁ ଆବେଦନ କରିଛନ୍ତି ।
୯ବର୍ଷ ପୂର୍ବେ ଏକ ଦୁର୍ଘଟଣାରେ ରାମକିଶୋର ଦିବ୍ୟାଙ୍ଗ ହୋଇଯାଇଥିଲେ ମଧ୍ୟ ସାମ୍ବାଦିକତା ବୃତ୍ତିରୁ ଓହରି ନାହାନ୍ତି । ତେଣୁ ନିର୍ବାଚନ ଫଳାଫଳ ଗଣତି ଦିନ ବାହାରକୁ ଯାଇପାରିବେ ନାହିଁ ବୋଲି ଇଲେକ୍ସନ କମିଶନଙ୍କୁ ଦୁଇଟି ପତ୍ର ପଠାଇ ସାରିଛନ୍ତି ।
ହେଲେ ମଜା କଥା ହେଉଛି ରାମକିଶୋରଙ୍କୁ ନିର୍ବାଚନ କମିଶନ୍‌ ଉତ୍ତର ଦେବେେ କଣ ଓଲଟା ପ୍ରଶ୍ନ କରିଛନ୍ତି, କଣ ନିର୍ବାଚନ କମିଶନଙ୍କ ପାଖରେ ଏମିତି କିଛି ଗାଇଡଲାଇନ ଅଛି କି ? ତେଣୁ ଦିବ୍ୟାଙ୍ଗ ସାମ୍ବାଦିକ ଜଣକ ଜନ୍ମଦିନ ପାଳିବା ଲାଗି ଅନୁମତିକୁ ଅପେକ୍ଷା କରିଛନ୍ତି ।
ଏହାପରେ ରାମକିଶୋର କହିଛନ୍ତି ଯଦି କମିଶନ ଅନୁମତି ନଦିଅନ୍ତି ତେବେ ଏହା ବିରୋଧରେ କୋର୍ଟର ଆଶ୍ରୟ ନେବେ ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.