ସାବଧାନ ଏବେ ନିର୍ବାଚନ ବେଳା : ମହଙ୍ଗା ପଡ଼ିଲା ପଦ୍ମଫୁଲ ଚିତ୍ର, ନିଲମ୍ବିତ ହେଲେ ୪ ଜଣ ସ୍କୁଲ ପ୍ରିନସିପାଲ

ଉତ୍ତରପ୍ରଦେଶର ଇଟାଓ୍ଵାରେ ଚାରିଜଣ ପ୍ରାଇମେରୀ ସ୍କୁଲର ପ୍ରିନ୍ସିପାଲଙ୍କୁ ଶିକ୍ଷାଧିକାରୀ ନିଲମ୍ବନ କରିଛନ୍ତି । ଏହାର କାରଣ ଜାଣିଲେ ଯେ କେହିବି ଆଶ୍ଚର୍ଯ୍ୟ ହୋଇଯିବେ । ସୂଚନା ମୁତାବକ ପ୍ରାଇମେରୀ ସ୍କୁଲ କାନ୍ଥରେ ଅଙ୍କା ଯାଇଥିବା ଚିତ୍ରରେ ଅନେକ ଦିନ ହେବ କିଛି ପଦ୍ମଫୁଲର ଛବି ରହିଥିଲା । ଯେହେତୁ ଆଗକୁ ନିର୍ବାଚନ ଅଛି ଆଉ ପଦ୍ମ ଫୁଲ ନିର୍ଦ୍ଦିଷ୍ଟ ଏକ ଜାତୀୟ ରାଜନୈତିକ ଦଳର ସଂକେତ ଭାବେ ବ୍ୟବହାର କରାଯାଉଛି ତେଣୁ ଏହା ଆଦର୍ଶ ନିର୍ବାଚନ ଆଚରଣ ବିଧି ଉଲ୍ଲଙ୍ଘନ କରୁଛି । ଏହି କାରଣରୁ ପଦ୍ମଫୁଲ ଛବିକୁ ଲିଭାଇବା ପାଇଁ ଶିକ୍ଷାଧିକାରୀ ନିର୍ଦ୍ଦେଶ ଦେଇଥିଲେ । ହେଲେ ଶିକ୍ଷାଧିକାରୀଙ୍କ ନିର୍ଦ୍ଦେଶକୁ ସ୍କୁଲ ପ୍ରିନ୍ସିପାଲ ପାଳନ ନକରିବାରୁ ତାଙ୍କୁ ନିଲମ୍ବନ କରାଯାଇଛି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.