ମାର୍କେଟରେ ଧୁମ୍ ମଚାଉଛି ଏହି ଟ୍ରାଉଜର, ଅଧିକ ମୂଲ୍ୟ ହୋଇଥିଲେ ମଧ୍ୟ ପିନ୍ଧିବା ନପିନ୍ଧିବା ସହ ସମାନ

ଫ୍ୟାସନ ଡିଜାଇନରମାନେ ପ୍ରତ୍ୟେକ ଋତୁରେ ସ୍ବତନ୍ତ୍ର ଧରଣର ବା ନୂଆ ଭେରାଇଟର ଜିନିଷ ମାର୍କେଟକୁ ଆଣିଥାନ୍ତି। ଏହା ମଧ୍ୟରେ କିଛି ଜିନିଷ ହିଟ୍ ହୋଇଥିବା ବେଳେ କିଛି ଫ୍ଳପ୍ ମଧ୍ୟ ହୋଇଯାଇଥାଏ। କିଛି ଦିନ ପୂର୍ବରୁ ପ୍ୟାରିସ୍ ଫ୍ୟାଶନ ୱିକ୍ ରେ ସବୁଠାରୁ ଛୋଟ ହ୍ୟାଣ୍ଡ ବ୍ୟାଗ ଦେଖିବାକୁ ମିଳିଥିଲା, ଯାହା ଏତେ ଛୋଟ ଥିଲା ଯେ କୌଣସି କାମରେ ମଧ୍ୟ ବ୍ୟବହାର କରାଯାଇପାରିବ ନାହିଁ। ବର୍ତ୍ତମାନ ବ୍ରିଟିସ୍ ଫ୍ୟାସନ ବ୍ରାଣ୍ଡ ASOS ଏକ ନୂଆ ଫ୍ୟାସନ ଆଣିଛି, ଯାହାର ଚର୍ଚ୍ଚା ଚାରିଆଡ଼େ ଦେଖିବାକୁ ମିଳିଛି।

trasparent trauserସୋସିଆଲ ମିଡ଼ିଆରେ ASOS ର ଏହି ନୂଆ ଜିନ୍ସର ଚର୍ଚ୍ଚା ଖୁବ୍ ଚର୍ଚ୍ଚା ଦେଖିବାକୁ ମିଳିଛି। ଏହି ନୂଆ ଡିଜାଇନର ଜିନ୍ସ ମାର୍କେଟରେ ଆସିବା ପରେ ଅନେକ ଲୋକଙ୍କ ପସନ୍ଦ ହୋଇପାରିଛି। କିନ୍ତୁ ଏହାର ମୂଲ୍ୟ ଏବଂ ଡିଜାଇନ ପାଇଁ ସର୍ବଦା ଏହି ଜିନ୍ସର ଉପରେ ଆଲୋଚନା ହେଉଛି। ଏହି ଜିନ୍ସଟି ଟ୍ରାନ୍ସପରେଣ୍ଟ ଅଟେ ଏବଂ ଏହାର ଦୁଇ ସାଇଡ଼ରେ ପକେଟ ମଧ୍ୟ ରହିଛି। ଫ୍ୟାସନ ଡିଜାଇନର ଏହି ଜିନ୍ସକୁ ବିକିନି ସହିତ ତିଆରି କରିଛନ୍ତି। ପ୍ରକୃତରେ ଏହି ପ୍ୟାଣ୍ଟର ମୂଲ୍ୟ ହେଉଛି ୩,୬୪୦ ଟଙ୍କା।

jeansଏହି ଜିନ୍ସକୁ ନେଇ ଅନେକ ଲୋକମାନେ ମତ ଦେଇଛନ୍ତି- ଏହା ପିନ୍ଧିବା ନ ପିନ୍ଧିବା ସହ ସମାନ। ଅନ୍ୟ କିଛି ଲୋକମାନେ ମଧ୍ୟ ମତ ରଖିଛନ୍ତି- ଯେଉଁ ଲୋକମାନେ ପାର୍ଲର ଯାଇ ୱାକସିଂ କରୁଛନ୍ତି ସେମାନଙ୍କ ପାଇ ମଧ୍ୟ ଏହି ଅପ୍ସନ ବେଷ୍ଟ ହେବ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.