ଜୟପୁରରେ ପରିବର୍ତ୍ତନର ଆହ୍ଵାନ ଦେଲେ ମୋଦି, କହିଲେ ଡବଲ୍‌ ଇଞ୍ଜିନ୍‌ ଆସିଲେ ରାଜ୍ୟରେ ହୋଇପାରେ ଉନ୍ନତି

କୋରାପୁଟ (କେ ନ୍ୟୁଜ୍‌) : ରାଜ୍ୟରେ ସରକାର ପରବର୍ତ୍ତନର ଆହ୍ଵାନ ଦେଇଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି । ଆଜି କୋରାପୁଟ ଜିଲ୍ଲାର ପ୍ରମୁଖ ସହରଜୟପୁର ସମାବେଶରେ ଯୋଗ ଦେଇ ମୋଦି କହିଛନ୍ତି ଡବଲ ଇଞ୍ଜିନ ଆସିଲେ ଓଡ଼ିଶାରେ ଉନ୍ନତି ହୋଇ ପାରିବ । ହେଲେ ଥରୁଟିଏ ବି ନବୀନଙ୍କ ନାଁ ନେଲେ ନାହିଁ ମୋଦି । କହିଛନ୍ତି ଓଡ଼ିଶାକୁ ମଜଭୁତ ସରକାର ଆବଶ୍ୟକ । ନିଜ ଅଭିଭାଷଣରେ ମୋଦି କହିଛନ୍ତି ରେଳ କ୍ଷେତ୍ରରେ ଓଡ଼ିଶାରେ ବହୁ ବିକାଶ କରାଯାଇଛି । ରାୟଗଡ଼ାରେ ନୂଆ ରେଳ ଡିଭିଜନ ହୋଇଛି । ନବରଙ୍ଗପୁର-ମାଲକାନଗିରି ରେଳ ଲାଇନ୍‌ କରାଯାଇଛି ।
ପୁଣି ଥରେ ଆୟୁଷ୍ମାନ୍‌ ଯୋଜନା କଥା କହିଛନ୍ତି ପ୍ରଧାନମନ୍ତ୍ରୀ । ଏଥିରେ ଓଡ଼ିଶା ସାମିଲ ହୋଇନାହିଁ । ସେହିପରି ପିଏମ୍‌ କିଷାନ ଯୋଜନାରେ ରାଜ୍ୟ ସରକାର ସହଯୋଗ କରୁନାହାନ୍ତି ବୋଲି ପ୍ରଧାନମନ୍ତ୍ରୀ କହିଛନ୍ତି । ଏହା ସହ ଚିଟ୍‌ଫଣ୍ଡ ଓ ନାରୀ ସୁରକ୍ଷା କଥା ମଧ୍ୟ ଉଠାଇଛନ୍ତି । ଅଭିଭାଷଣରେ ସେନାକୁ ପ୍ରଶଂସା କରିଛନ୍ତି ମୋଦି । ସେନାର କାର୍ଯ୍ୟ ଉପରେ ବିରୋଧୀଙ୍କ ଭରସା ନାହିଁ । ଘରେ ପଶି ଶତ୍ରୁକୁ ମାରିଛି, କିନ୍ତୁ ବିରୋଧୀ ପ୍ରମାଣ ମାଗୁଛନ୍ତି ବୋଲି ମୋଦି କହିଛନ୍ତି

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.