Below header

ଆସନ୍ତା ୧୭ ଅକ୍ଟୋବରରେ ଆରମ୍ଭ ହେବ ନବରାତ୍ରୀ, ଜାଣନ୍ତୁ ଚଳିତ ବର୍ଷ କେଉଁ ବାହନରେ ଆଗମନ କରିବେ ମାଁ ଦୁର୍ଗା

ଚଳିତ ବର୍ଷ ମଳମାସ ପଡିବା କାରଣରୁ ଶାରଦୀୟ ନବରାତ୍ରୀ ପାଖାପାଖି ଏକ ମାସ ପରେ ଆରମ୍ଭ ହେବ। ହିନ୍ଦୁ ପଞ୍ଚାଗ ଅନୁଯାୟୀ ପ୍ରତ୍ୟେକ ବର୍ଷ ପିତୃପକ୍ଷ ସମାପ୍ତିର ପରଦିନରୁ ହିଁ ଶାରଦୀୟ ନବରାତ୍ରୀ ଆରମ୍ଭ ହୋଇଥାଏ। କିନ୍ତୁ ଚଳିତବର୍ଷ ମଳମାସ କାରଣରୁ ପିତୃପକ୍ଷ ସମାପ୍ତି ପରେ ନବରାତ୍ରୀ ପୂଜା ଆରମ୍ଭ ହୋଇପାରିନାହିଁ। ହିନ୍ଦୁ ଧର୍ମରେ ନବରାତ୍ରୀର ବିଶେଷ ମହତ୍ୱ ରହିଛି। ନବରାତ୍ରୀର ନଅ ଦିନରେ ମାଁ ଦୁର୍ଗାଙ୍କ ଭିନ୍ନ-ଭିନ୍ନ ସ୍ୱରୂପ ପୂଜା କରାଯାଇଥାଏ। ଏଥିସହ ନବରାତ୍ରୀର ପ୍ରଥମ ଦିନରେ ଘଟ ସ୍ଥାପନା ସହ ନବରାତ୍ରୀ ଆରମ୍ଭ ହୋଇଥାଏ।

navratri-pujaନବରାତ୍ରୀରେ ମାଁ ଦୁର୍ଗାଙ୍କ ଧରିତ୍ରୀରେ ଆଗମନର ମଧ୍ୟ ବିଶେଷ ମହତ୍ତ୍ୱ ରହିଛି। ଦେବୀ ଭାଗବତ ପୁରାଣ ଅନୁଯାୟୀ ନବରାତ୍ରୀ ସମୟରେ ମାଁ ଦୁର୍ଗାଙ୍କ ଆଗମନ ଭବିଷ୍ୟତରେ ହେବାକୁ ଥିବା ଘଟଣାର ସଂକେତ ରୂପେ ଦେଖାଯାଇଥାଏ। ପ୍ରତ୍ୟେକ ବର୍ଷ ନବରାତ୍ରୀରେ ଦେବୀ ଦୁର୍ଗାଙ୍କ ଆଗମନ ଅଲଗା ଅଲଗା ବାହାନରେ ହୋଇଥାଏ, ଯାହାର ଭିନ୍ନ ଭିନ୍ନ ମହତ୍ତ୍ୱ ରହିଛି।

maa durga-ଯଦି ନବରାତ୍ରୀ ସୋମବାର କିମ୍ବା ରବିବାର ଦିନ ଆରମ୍ଭ ହୋଇଥାଏ ତେବେ ଏହାର ଅର୍ଥ ହେଉଛି ମାତା ହାତୀ ଉପରେ ବସି ଆଗମନ କରିବେ।

-ସେହିଭଳି ଯଦି ଶନିବାର ଏବଂ ମଙ୍ଗଳବାର ନବରାତ୍ରୀର ପ୍ରଥମ ଦିନ ହୋଇଥାଏ ତେବେ ମାଁ ଘୋଡାରେ ଆସିଥାନ୍ତି।

-ଗୁରୁବାର କିମ୍ବା ଶୁକ୍ରବାର ଦିନ ନବରାତ୍ରୀ ଆଶ୍ୱିନ ଶୁକ୍ଳପକ୍ଷ ପ୍ରତିପଦା ତିଥିରେ ମାଁଙ୍କ ଆଗମନ ହୋଇଥାଏ ତେବେ ମାତା ସବାରୀରେ ଆସି ଭକ୍ତଙ୍କୁ ଆଶୀର୍ବାଦ ଦେଇଥାନ୍ତି।

-ଯଦି ବୁଧବାର ନବରାତ୍ରୀର ପ୍ରଥମ ଦିନ ହୋଇଥାଏ ତେବେ ମାଁ ନୌକାରେ ବସି ଧରିତ୍ରୀକୁ ଆଗମନ କରିଥାନ୍ତି।
ଚଳିତ ବର୍ଷ ୧୭ ଅକ୍ଟୋବରରୁ ଆରମ୍ଭ ହେବ ଶାରଦୀୟ ନବରାତ୍ରୀ

deviଚଳିତ ବର୍ଷ ଶଶରଦୀୟ ନବରାତ୍ରୀ ପାଖାପାଖି ଏକ ମାସ ବିଳମ୍ବ ଅର୍ଥାତ ୧୭ ଅକ୍ଟୋବର ଶନିବାର ଦିନ ଆରମ୍ଭ ହେଉଛି। ଏହି ଦିନ ଶନିବାର ପଡୁଥିବାରୁ ମାଁ ଘୋଡା ସବାରୀ (ଅଶ୍ୱ) କରି ପୃଥିବୀକୁ ଆଗମନ କରିବେ। ଦେବୀ ଭାଗବତ ପୁରାଣ ଅନୁଯାୟୀ ଯେତେବେଳେ ମାତା ଦୁର୍ଗା ନବରାତ୍ରୀରେ ଘୋଡାରେ ଆଗମନ କରିଥାନ୍ତି ସେତେବେଳେ ପଡୋଶୀଙ୍କ ସହ ଝଗଡା କିମ୍ବା ଘରେ କଳି ଝଗଡା ହେବାର ସମ୍ଭାବନା ରହିଥାଏ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.