ଜଳପଥରେ ୨୭ ବସ୍ତା ରାସନ ଚାଉଳ ଚୋରା ଚାଲାଣ ବେଳେ ଜବତ

କେନ୍ଦ୍ରାପଡା : କେନ୍ଦ୍ରାପଡା ଜିଲ୍ଲା ଆଳିବ୍ଲକ ପଦନୀପାଳ ପଞ୍ଚାୟତରୁ ଜଳପଥରେ ଚୋରାଚାଲାଣ ହେଉଥିବା ୨୭ ବସ୍ତା ସରକାରୀ ରାସନ ଚାଉଳକୁ କଣ୍ଡିଆ ଫାଣ୍ଡି ପୁଲିସ ଜବତ କରିଛି।

ପଦନୀପାଳ ଗ୍ରାମରୁ ଏକ ଡଙ୍ଗାରେ ବୋଝେଇ ହୋଇ ୨୭ ବସ୍ତା ରିଲିଫ ଚାଉଳ ନଦୀ ଅପରପାର୍ଶ୍ଵରେ ଥିବା ରାଜକନିକା ବ୍ଲକର କଣ୍ଡିଆହାଟକୁ ଯାଉଥିଲା। ଏ ସମ୍ପର୍କରେ ପୋଲିସ ଗ୍ରାମବାସୀଙ୍କ ଠାରୁ ଖବର ପାଇ ଚଢାଉ କରି ଚାଉଳ ବସ୍ତା ଜବତ କରିଛି।

 

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.