Below header

ଗଞ୍ଜାମ: ଗାଧୋଇବା ବେଳେ ଋଷିକୂଲ୍ୟା ନଦୀରେ ବୁଡ଼ି ଯୁବକ ମୃତ

ଗଞ୍ଜାମ: ଗଞ୍ଜାମ ଜିଲ୍ଲା ପୁରୁଷୋତ୍ତମପୁର ବ୍ଲକ ଅନ୍ତର୍ଗତ କେଏନପୁର ପଞ୍ଚାୟତର ଅଲାଡ଼ିଗାଁରେ ଆଜି ସକାଳେ ଏକ ଅଘଟଣ ଘଟିଛି । ଗାଁର ଟିଣା ମହାନ୍ତି ନାମକ ଜଣେ ଯୁବକଙ୍କର ଋଷିକୂଲ୍ୟା ନଦୀରେ ବୁଡ଼ି ମୃତ୍ୟୁ ହୋଇଛି । ଆଜି ସକାଳେ ସେ ଗାଧୋଇବା ବେଳ କୌଣସି ଅସାବଧନତା କାରଣରୁ ଗୋଡ଼ ଖସି ଯାଇଥିଲା । ଯାହାଫଳରେ ସେ ନଦୀର ଗଭୀର ପାଣିରେ ବୁଡ଼ି ଯାଇଥିଲେ । ପାଣିରେ ବୁଡ଼ି ଯିବା ପରେ ସ୍ଥାନୀୟ ଗ୍ରାମବାସୀ ମାନେ ଉଦ୍ଧାର କରିବା ଲାଗି ଉଦ୍ୟମ କରିଥିଲେ ସୁଦ୍ଧା ବିଫଳ ହୋଇଥିଲେ ।

ପରେ ପୁରୁଷୋତ୍ତମପୁର ଅଗ୍ନିଶମ ବିଭାଗକୁ ଖବର ଦେବା ପରେ ଅଗ୍ନିଶମ ବିଭାଗର କର୍ମଚାରୀ ମାନେ ପହଞ୍ଚି ମୃତଦେହକୁ ଉଦ୍ଧାର କରିଥିଲେ । ଏନେଇ ପୁରୁଷୋତ୍ତମପୁର ଥାନା ପୋଲିସ ଏକ ଅପମୃତ୍ୟୁ ମାମଲା ରୁଜ୍ଜୁ କରି ମୃତଦେହକୁ ବ୍ୟବଚ୍ଛେଦ ପାଇଁ ପଠାଇଛି । ସେପଟେ ସକାଳୁ ସକାଳୁ ଏଭଳି ଏକ ଅଘଟଣ ହୋଇଥିବା ନେଇ ଗାଁରେ ଶୋକର ଛାୟା ଖେଳିଯାଇଛି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.