ଆଜି ଭାରତ ବର୍ଷରେ ପାଳନ କରାଯାଉଛି ବୁଦ୍ଧ ପୂର୍ଣ୍ଣିମା। ଏହି ପର୍ବ ଭାରତ ସହିତ ଦକ୍ଷିଣ ଏସିଆର ଅନ୍ୟ ଦେଶରେ ମଧ୍ୟ ଧୂମଧାମରେ ପାଳନ କରାଯାଇଥାଏ। ଭଗବାନ ବୁଦ୍ଧଙ୍କ ଜନ୍ମ ୫୬୩ ଖ୍ରୀଷ୍ଟପୂର୍ବରେ ନେପାଳର ଲୁମ୍ବିନୀ ନଗରରେ ବୈଶାଖ ମାସ ପୂର୍ଣ୍ଣିମା ତିଥିରେ ହୋଇଥିଲେ। ଭଗବାନ ବୁଦ୍ଧଙ୍କ ଦର୍ଶନ ଖୁବ ସରଳ ଏବଂ ଉଚ୍ଚ କୋଟିର, ଯାହାକୁ ମଧ୍ୟମ ମାର୍ଗ ନାମରେ ଜଣାଯାଇଥାଏ। ଭଗବାନ ବୁଦ୍ଧଙ୍କ ଦର୍ଶନ ଉପରେ ଆଧାରିତ ଏକ ଜୀବନ ପଦ୍ଧତି ଯାହାକୁ ଆମେ ବୌଦ୍ଧ ଧର୍ମ ନାମରେ ଜାଣିଥାଉ। ବୁଦ୍ଧଙ୍କ ମୂଳ ସିଦ୍ଧାନ୍ତରେ ଚାରଟି ପ୍ରମୁଖ କଥା ରହିଛି, ତାହା ହେଉଛି ଦୁଃଖର ସତ୍ୟ, ଦୁଃଖ ଉତ୍ପତିର ସତ୍ୟତା, ଦୁଃଖ ସମାପ୍ତିର ସତ୍ୟତା ଏବଂ ଦୁଃଖ ସମାପ୍ତି ମାର୍ଗର ସତ୍ୟ।
ଏହାର ଅର୍ଥ ହେଉଛି ଭଗବାନ ବୁଦ୍ଧ ମାନିଥାନ୍ତି ଜୀବନ ଦୁଃଖର ଭଣ୍ଡାର ଏବଂ ଜୀବନର ପ୍ରତ୍ୟେକ ପକ୍ଷରେ ଦୁଃଖ ସମାହିତ ହୋଇଥାଏ। ଦୁଃଖର ମୂଳ କାରଣ ଇଛା ବୋଲି ବୁଦ୍ଧ ମାନିଥାନ୍ତି। ଇଛା ହିଁ ମଣିଷକୁ ଭୌତିକ ଜୀବନ ସହ ବାନ୍ଧି ରଖିଥାଏ। ଯଦି କୌଣସି ବ୍ୟକ୍ତିଙ୍କର ନିଜ ଇଛାରେ ମୃତ୍ୟୁ ହୋଇଥାଏ ତେବେ ସେମାନେ ମୋକ୍ଷ ପ୍ରାପ୍ତି କରିଥାନ୍ତି। ଭଗାବନ ବୁଦ୍ଧ କହିଛନ୍ତି, ଇଛାକୁ ତ୍ୟାଗ କରି ବ୍ୟକ୍ତି ଅଷ୍ଠ ସୁତ୍ରୀୟ ମାର୍ଗ ଦ୍ୱାରା ପ୍ରାପ୍ତ କରାଯାଇପାରିବ।
ଜାଣନ୍ତୁ ବୁଦ୍ଧଙ୍କ ଆଠ ସୁତ୍ରୀୟ ମାର୍ଗ କ’ଣ
-ଦୟାଳୁତା, ପୁଣ୍ୟ, ସତ୍ୟବାଦୀ ଏବଂ ଉଚିତ ସଂଭାଷଣ
-ନିଷ୍କପଟ, ଶାନ୍ତିପୂର୍ଣ୍ଣ ଏବଂ ଉଚିତ କର୍ମ
-ସଠିକ୍ ଜୀବିକା ଅନେ୍ଵଷଣ କରିବା, ଯାହା ଦ୍ୱାରା କୌଣସି କ୍ଷତି ହେବ ନାହିଁ
-ଉଚିତ ପ୍ରୟସେ ଏବଂ ଆତ୍ମ-ନିୟନ୍ତ୍ରଣ
-ଉଚିତ ମାନସିକ ଚେତନା
-ଜୀବନର ଅର୍ଥ ଉପରେ ଧ୍ୟାନ କେନ୍ଦ୍ରିତ କରିବା
-ନିଷ୍ଠାବାନ ଏବଂ ବୁଦ୍ଧିମାନ ବ୍ୟକ୍ତିଙ୍କ ମୂଲ୍ୟ ସେମାଦନଙ୍କ ଉଚିତ ବିଚାରରେ ରହିଥାଏ
-ଅନ୍ଧବିଶ୍ୱାସ ଠାରୁ ଦୂରେଇ ରୁହନ୍ତୁ ଏବଂ ସଠିକ ରୂପେ ବୁଝିପାରୁଥିବାକୁ ବିକଶିତ କରିବା ଉଚିତ।
ଭଗବାନ ବୁଦ୍ଧଙ୍କ ଅନୁଯାୟୀ, ଦେଖାଯାଇଥିବା ମଧ୍ୟମ ମାର୍ଗ ଡ଼ହି ଆଠ ସୁତ୍ରୀୟ ମାର୍ଗର ବାଖ୍ୟା କରିଥାଏ, ଯାହା ବ୍ୟକ୍ତିଙ୍କୁ ମୋକ୍ଷ ମାଡକୁ ନେଇଯାଇଥାଏ। ଭଗବାନଙ୍କ ମହାପରିନିର୍ବାଣ ପରେ ତାଙ୍କ ଦର୍ଶନକୁ ସଂକଳିତ କରିନନବା ପାଇଁ ୫୦୦ ବର୍ଷ ପର୍ଯ୍ୟନ୍ତ ବୌଦ୍ଧ ଧର୍ମର ଚାରଟି ବୌଦ୍ଧ ସଂଗୀତ ଆୟୋଜିତ କରାଯାଇଥିଲା। ଏହାର ଫଳସ୍ୱରୂପ ତ୍ରି-ପଟକ ବିନୟ, ଶତ୍ରୁ ଏବଂ ଅଭିଧମ୍ମର ଲେଖା ହୋଇଥିଲା। ଏଡା ପାଲି ଭାଷୋରେ ଉଲ୍ଲେଖ କରାଯାଇଛି।