ନୂଆ ଆକ୍ରାନ୍ତ ଚିହ୍ନଟ ହେବା ପରେ ଯାଜପୁରରେ ବଢିଚାଲିଛି କଣ୍ଟେନମେଣ୍ଟ ଜୋନ୍

ଯାଜପୁର/ଯାଜପୁର ଟାଉନ: ଯାଜପୁରରେ ପୁଣି ବଢ଼ିଲା କଣ୍ଟେନମେଣ୍ଟ ଜୋନ। ଜିଲ୍ଲାର ରସୁଲପୁର ବ୍ଲକରୁ ନୂଆ ୩ଜଣ ଆକ୍ରାନ୍ତ ଚିହ୍ନଟ ହେବା ପରେ ଏଭଳି ପଦକ୍ଷେପ ନେଇଛି ପ୍ରଶାସନ। ଆଜି ରସୁଲପୁର ବ୍ଲକର ରସୁଲପୁର, ରାହାମ୍ବା, ଭୋଟକା, ଶ୍ରୀବନ୍ତପୁର, ଜାବରା, ନଠୁଆବର ପଞ୍ଚାୟତର ୧୩ଟି ଗାଁକୁ କଣ୍ଟେନମେଣ୍ଟ ଜୋନ ଘୋଷଣା କରିଛି ଜିଲ୍ଲା ପ୍ରଶାସନ। ଆସନ୍ତା ୧୯ତାରିଖ ସକାଳ ୬ଟା ପର୍ଯ୍ୟନ୍ତ ଜାରି ରହିବ ଏହି କଟକଣା। ଏନେଇ ୩ଜଣ ନୋଡାଲ ଅଧିକାରୀଙ୍କୁ ନିଯୁକ୍ତ କରାଯାଇଥିବା ବେଳେ ସିଲ ହୋଇଥିବା ଗାଁ ଗୁଡିକରେ ବିଶୋଧନୀକରଣ ପ୍ରକ୍ରିୟା ଜାରି ରହିଛି।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.