ଏଠାରେ ଆଜି ବି ରାଧାଙ୍କ ସହ କୃଷ୍ଣ କରନ୍ତି ରାସଲୀଳା : ସଂଧ୍ୟା ହେଲେ ନା ଖୋଲେ ଝରକା ନା କେହି କରନ୍ତି ଦର୍ଶନ

ଭାରତରେ ଥିବା ବିଭିନ୍ନ ସ୍ଥାନ ପଛରେ ଲୁଛି ରହିଛି କିଛି ଜଣାଅଜଣା ପୌରାଣିକ ତଥ୍ଯ।  ଖାସ କରି ଧାର୍ମିକ ସ୍ଥାନ ମାନଙ୍କରେ ଲୁଚି ରହିଥିବା ରହସ୍ଯ ଲୋକଙ୍କୁ ଭଗବାନଙ୍କର ନିକଟତର କରିଥାଏ। ଭାରତରେ ରହିଥିବା ସ୍ଥାନ ମାନଙ୍କରେ ଗୋଟିଏ ହେଉଛି ବୃନ୍ଦାବନସ୍ଥିତ ନିଧିବନ। ଏହି ସ୍ଥାନ ପଛରେ ବହୁତ ପବିତ୍ର ଏବଂ ଧାର୍ମିକ ରହସ୍ଯ ରହିଛି। ଆଜି ଆମେ ଏହି ସ୍ଥାନରେ ରହିଥିବା ଏପରି ଏକ ରହସ୍ଯ ବିଷୟରେ କହିବାକୁ ଯାଉଛୁ ଯାହା ଏହି ସ୍ଥାନକୁ ବିଶ୍ବରେ ଖାସ କରିଥାଏ। ମାନ୍ଯତା ଅନୁଯାୟୀ, ନିଧିବନରେ ଆଜି ମଧ୍ୟ ପ୍ରତି ରାତିରେ ଭଗବାନ କୃଷ୍ଣ ଗୋପୀଙ୍କ ସହ ରାସଲୀଳା କରିଥାନ୍ତି। ଏହି କାରଣରୁ ସକାଳୁ ଖୋଲାଯାଇଥିବା ନିଧିବନକୁ ସନ୍ଧ୍ଯା ଆରତୀ ପରେ ବନ୍ଦ କରାଯାଇଥାଏ। ଏହାପରେ ସେଠାକୁ କେହି ମଧ୍ୟ ପ୍ରବେଶ କରନ୍ତି ନାହିଁ। ଏପରି କୁହାଯାଇଥାଏ କି ନିଧିବନରେ ରହୁଥିବା ପଶୁପକ୍ଷୀ ମଧ୍ୟ ସନ୍ଧ୍ଯା ହେବା ମାତ୍ରେ ବନ ଛାଡ଼ି ପଳାଇଥାନ୍ତି।

ନିଧିବନର ମାନ୍ଯତା :

ନିଧିବନ ମଧ୍ୟରେ ହିଁ ରହିଛି ରଙ୍ଗମହଲ। ଯାହା ବିଷୟରେ କୁହାଯାଇଥାଏ କି, ପ୍ରତି ରାତି ରାଧା ଏବଂ କୃଷ୍ଣ ଏଠାକୁ ଆସି ରାସଲୀଳା କରିଥାନ୍ତି। ପ୍ରତିଦିନ ରଙ୍ଗ ମହଲରେ ରହିଥିବା ଚନ୍ଦନର ପଲଙ୍କକୁ ସନ୍ଧ୍ଯା ୭ଟାରେ ସଜ୍ଜା ଯାଇଥାଏ। ପଲଙ୍କର ପାଖରେ ରଖାଯାଇଥାଏ ପାଣି, ଦାନ୍ତ ଘଷିବା ସାମଗ୍ରୀ , ରାଧା ସଜ୍ଜବାଜ୍ଜ ସାମଗ୍ରୀ ଏବଂ ପାନ ରଖାଯାଇଥାଏ। ଏଣୁ ରଙ୍ଗମହଲରେ ଭକ୍ତ କେବଳ ସଜବାଜର ଜିନିଷ ହିଁ ଚଢ଼ାଇଥାନ୍ତି।

nidhivan

 

ସନ୍ଧ୍ଯା ସମୟରେ କାହିଁକି ବନ୍ଦ ରୁହେ ନିଧିବନ:

ପ୍ରତିଦିନ ସନ୍ଧ୍ଯା ହେବା ମାତ୍ରେ ହିଁ ନିଧିବନ ବନ୍ଦ ହୋଇଯାଇଥାଏ। ଏହି ପାଖରୁ ସମସ୍ତ ଲୋକ ପଳାଇ ଯାଇଥାନ୍ତି। ଏହାପରେ ମଧ୍ୟ ଯଦି କୌଣସି ବ୍ଯକ୍ତି ଲୁଚି ନିଧିବନ ମଧ୍ୟରେ ପ୍ରବେଶ କରିଥାନ୍ତି ପରବର୍ତ୍ତି ସମୟରେ ସେ ଅନ୍ଧ, ମୁକ, ବଧିର କିମ୍ବା ପାଗଳ ହୋଇଯାଇଥାନ୍ତି।  ଯାହାଫଳରେ ସେଠାରେ ସେ କଣ ଦେଖିଲେ ତାହା ବିଷୟରେ କାହାକୁ କହିପାରନ୍ତି ନାହିଁ। ରାତି ୮ଟାପରେ ପଶୁପକ୍ଷୀ ତଥା ମନ୍ଦିର ପରିସରରେ ବହୁମାତ୍ରାରେ ଦେଖାଯାଇଥିବା ମାଙ୍କଡ଼,ଭକ୍ତ, ପୂଜାରୀ ଇତ୍ଯାଦି କେହି ଦେଖାଯାଇନଥାନ୍ତି। ଏହାପରେ ମନ୍ଦିରର ମୁଖ୍ଯଦ୍ବାରରେ ତାଲା ପକାଇ ଦିଆଯାଇଥାଏ। ସ୍ଥାନୀୟଲୋକଙ୍କ ମାନ୍ଯତା ଅନୁଯାୟୀ, ଏହି ସ୍ଥାନରେ ରାତି ସମୟରେ ଯିଏ ମଧ୍ୟ ରହିଥାନ୍ତି ,ସେମାନେ ସଂସାର ମୋହମାୟାରୁ ମୁକ୍ତ ହୋଇଯାଇଥାନ୍ତି।

ନିଧିବନରେ ଲାଗିଥିବା ଗଛର ମାନ୍ଯତା :

ନିଧିବନ ମଧ୍ୟରେ ପ୍ରାୟ ଆଢ଼େଇ ଏକର ସ୍ଥାନରେ ଗଛ ଲଗାଯାଇଛି। ଏହି ଗଛ ମାନଙ୍କର ଖାସ କଥା ହେଉଛି, ଏଠାରେ କୌଣସି ଗଛର ଡ଼ାଳ ଆପଣଙ୍କୁ ସିଧା ଦେଖିବାକୁ ମିଳିବ ନାହିଁ। ଏହି ଗଛ ମାନଙ୍କର ଡ଼ାଳ ତଳକୁ ଝୁଲି ରହିବା ସହ ପରସ୍ପର ସହ ଛନ୍ଦି ହୋଇ ରହିଥାଏ। ଏଠାରେ ରହିଥିବା ତୁଳସୀ ଗଛ ଗୁଡ଼ିକ ମଧ୍ୟ ଯୋଡ଼ିରେ ରହିଥାଏ। ଏହା ପଛରେ ଏପରି ମାନ୍ଯତା ରହିଛି, ଯେତେବେଳେ ରାଧା କୃଷ୍ଣ ଏହି ବନ ମଧ୍ୟରେ ରାସଲୀଳା କରିଥାନ୍ତି। ଏହି ଗଛ ଗୁଡ଼ିକ ଗୋପୀ ରୁପରେ ପରିବର୍ତ୍ତିତ ହୋଇଯାଇଥାନ୍ତି। ସକାଳେ ହେଲେ ପୁଣି ଗଛରେ ପରିବର୍ତ୍ତିତ ହୋଇଯାଇଥାନ୍ତି।

nidhivan

ଏପରିକି ନିଧିବନରୁ କେହିଁ ମଧ୍ୟ ଗୋଟିଏ ପତ୍ର ବା ତୁଳସୀର ଗୋଟିଏ ଡ଼ାଳ ନେଇଯାଇ ପାରନ୍ତି ନାହିଁ । ଏହାକୁ ନେଇଥିବା ବ୍ଯକ୍ତି କୌଣସି ନା କୌଣସି ଅସୁବିଧାର ସମ୍ମୁଖିନ ହୋଇଥାନ୍ତି। ଆପଣ ଜାଣିଛନ୍ତି କି , ନିଧିବନ ପାଖରେ ଥିବା ଘର ମାନଙ୍କରେ ଝରକା ରଖାଯାଇନାହିଁ। ସନ୍ଧ୍ଯା ୭ଟାପରେ ଯଦି କାହାର ନଜର ନିଧିବନ ଆଡ଼େ ପଡ଼ିଥାଏ ତେବେ ସେ ଦୃଷ୍ଟିହୀନ ହୋଇଯାଇଥାନ୍ତି। ଯେଉଁ ବ୍ଯକ୍ତି ମାନଙ୍କ ଘରେ ଝରକା କରାଯାଇଛି ସେମାନେ ସନ୍ଧ୍ଯା ୭ଟା ପରେ ଘର ଝରକା ଗୁଡ଼ିକରେ ବନ୍ଦ କରିଦେଇଥାନ୍ତି।

nidhivan

ନିଧବନ ମଧ୍ୟକୁ ପ୍ରବେଶ କରିଥିବା ବ୍ଯକ୍ତିଙ୍କ କଣ ହୋଇଥାଏ ଅବସ୍ଥା :

କିଛି ବର୍ଷ ପୂର୍ବେ ଜୟପୁରରୁ ଆସିଥିବା ଜଣେ ବ୍ଯକ୍ତି ରାଧା କୃଷ୍ଣଙ୍କ ରାସଲୀଳା ଦେଖିବା ପାଇଁ ନିଧିବନ ମଧ୍ୟରେ ଲୁଚି ରହିଥିଲେ। ସକାଳେ କବାଟ ଖୋଲିବା ସମୟରେ ବ୍ଯକ୍ତି ଜଣଙ୍କ ମନ୍ଦିର ପରିସରରେ ଅଚେତ ଅବସ୍ଥାରେ ପଡ଼ିଥିଲେ। ଚେତା ଫେରିବା ପରେ ତାଙ୍କର ମାନସିକ ଅବସ୍ଥା ଠିକ ରହିନଥିଲା । ସେହିପରି ଆଉଜଣେ ବ୍ଯକ୍ତିଙ୍କର ପାଗଳ ବାବାଭାବେ ନିଧିବନ ପରିସରରେ ସମାଧି ପ୍ରସ୍ତୁତ କରାଯାଇଛି। କାରଣ ବାବା ଜଣଙ୍କ ରାଧା କୃଷ୍ଣଙ୍କ ରାସଲୀଳା ଦେଖିବା ନିମନ୍ତେ ନିଧିବନ ମଧ୍ୟରେ ଲୁଚି ରହିଥିଲେ। ପରେ ସେ ପାଗଳ ହୋଇଯିବା ସହ ତାଙ୍କର ଦେହାନ୍ତ ହୋଇଯାଇଥିଲା । ଯେତେତୁ ସେ କୃଷ୍ଣଙ୍କର ସେବକ ଥିଲେ ଏଣୁ କମିଟି ମେମ୍ବର ମନ୍ଦିର ପରିସରରେ ତାଙ୍କର ସମାଧି ସ୍ଥାପନ କରିଥିଲେ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.