Below header

ବନ୍ୟା ବିପଦ ପରେ କେରଳରେ ବ୍ୟାପିଲା ରାଟ୍ ଫିଭର, ୪୩ ଜଣଙ୍କ ପ୍ରାଣହାନି

କୋଚି : ଭୟଙ୍କର ବନ୍ୟା ପରେ ଏବେ କେରଳରେ ଦେଖା ଦେଇଛି ରାଟ୍ ଫିଭର । ଏହି ଭାଇରାଲ ଫିଭର ଅତ୍ୟନ୍ତ ବିପଜ୍ଜନକ । ଗତ ଅଗଷ୍ଟ ୨୦ ତାରିଖରୁ ଏହି ଜ୍ବରରେ ୪୩ ଜଣଙ୍କର ପ୍ରାଣ ଗଲାଣି । କେବଳ ଗତକାଲି ୧୦ ଜଣଙ୍କର ଜୀବନ ଯାଇଛି ରାଟ୍ ଫିଭରରେ । ଏହି ଜ୍ବର ପାଇଁ ରାଜର ୧୩ଟି ଜିଲ୍ଲାରେ ହାଇଆଲର୍ଟ ଜାରି କରାଯାଇଛି । ଏବେ ହଜାର ହଜାର ଲୋକ ଆକ୍ରାନ୍ତ ହୋଇ ଡାକ୍ତରଖାନାରେ ଚିକିତ୍ସିତ ହେଉଛନ୍ତି । ଏହା ଏକ ଜଳ ଜନିତ ରୋଗ । ଯାହା ବ୍ୟାପିବାରେ ଲାଗିଛି । ଲେପଟୋସ୍ପିରା ନାମକ ଏକ ବ୍ୟାକଟେରିଆରୁ ଏହି ରୋଗ ହୋଇଥାଏ । ଏହି ରୋଗ ହେଲେ ଦେହରେ ପ୍ରବଳ ଜ୍ବର ରହେ । ବାନ୍ତି ସାଙ୍ଗକୁ ଦୁର୍ବଳତା ବଢ଼ିଯାଏ । ତା ସହିତ ଭୀଷଣ ଦେହ ବିନ୍ଧା ହୁଏ ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.