ନୂଆଁଖାଇ ପାଇଁ ବାହାରିଲା ଲଗ୍ନ : ଆସନ୍ତା ୧୪ ତାରିଖ ସକାଳ ୮. ୧୦ରୁ ୮.୪୦ ମଧ୍ୟରେ ମା’ ସମଲେଶ୍ୱରୀଙ୍କୁ ଲାଗି ହେବ ନବାନ୍ନ

ଭୁବନେଶ୍ବର : ପଶ୍ଚିମ ଓଡ଼ିଶାର ଗଣପର୍ବ ନୂଆଁଖାଇ ପାଇଁ ଲଗ୍ନ ଧାର୍ୟ୍ୟ । ଆସନ୍ତା ୧୪ ତାରିଖ ସକାଳ ୮ଟା ୧୦ରୁ ୮ଟା ୪୦ ମିନିଟ ମଧ୍ୟରେ ନବାନ୍ନ ଲାଗି ହେବ । ପଶ୍ଚିମ ଓଡ଼ିଶାର ଅଧିଷ୍ଠାତ୍ରୀ ଦେବୀ ମାଆ ସମଲେଶ୍ୱରୀଙ୍କ ନିକଟରେ ଲାଗି ହେବ ନବାନ୍ନ । ଏହାପରେ ସମସ୍ତେ ନୂଆ ଖାଇବେ । ଆଜି ସମ୍ବଲପୁର ଝାଡୁଆପଡ଼ାସ୍ଥିତ ବ୍ରହ୍ମପୁରା ମନ୍ଦିରରେ ଜ୍ୟୋତିଷ ମହାସଭା ବସିଥିଲା । ଏଥିରେ ପଣ୍ଡିତମାନେ ଅଂଶଗ୍ରହଣ କରି ନୂଆଁଖାଇ ଲଗ୍ନ ଧାର୍ୟ୍ୟ କରିଛନ୍ତି । ଏହି ମହାସଭାରେ ଧାର୍ୟ୍ୟ ହୋଇଥିବା ଲଗ୍ନକୁ ନେଇ ବ୍ରହ୍ମପୁରା ମନ୍ଦିରର ଜଣେ ପ୍ରତିନିଧି ମାଆ ସମଲେଶ୍ୱରୀଙ୍କ ନିକଟକୁ ଯାଇଛନ୍ତି । ନୂଆଖାଇକୁ ମଝିରେ ଆଉ ୧୦ ଦିନ ରହିଲା । ଲଗ୍ନ ଧାର୍ୟ୍ୟ ସହ ଆଜିଠୁ ପଶ୍ଚିମ ଓଡ଼ିଶାରେ ନୂଆଖାଇ ପ୍ରସ୍ତୁତି ବି ଆରମ୍ଭ ହୋଇଛି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.