Below header

ଆଜିଠାରୁ ମାଘ ମାସ ହେଲା ଆରମ୍ଭ, ଜାଣନ୍ତୁ ମାଘ ମାସ ସହିତ କ’ଣ ରହିଛି ଧାର୍ମିକ ଏବଂ ବୈଜ୍ଞାନିକ ମହତ୍ତ୍ବ

ଜ୍ଯୋତିଷ ଗଣନା ଅନୁସାରେ ପୌଷ ମାସ ଶେଷ ହୋଇ ମାଘ ମାସ ଆଜିଠାରୁ ଆରମ୍ଭ ହୋଇଛି। ମାଘ ମାସର ଧାର୍ମିକ ଓ ବୈଜ୍ଞାନିକ ମହତ୍ତ୍ବ ରହିଛି। ମାଘ ମାସରେ ପବିତ୍ର ନଦୀରେ ସ୍ନାନ କରିବା, ଦାନ କରିବା ଅତ୍ଯନ୍ତ ଶୁଭ ବୋଲି କୁହାଯାଏ। ଏହି ମାସରେ ଭବାନ ବିଷ୍ଣୁଙ୍କୁ ପୂଜା କଲେ ବିଶେଷ ପୁଣ୍ଯ ପ୍ରାପ୍ତ ହୋଇଥାଏ। ଏହି ମାସରେ କଳଳ୍ପବାସ କରାଯାଏ। ମାଘ ମାସରେ ହିଁ ଯୁଧିଷ୍ଠିତର ମହାଭାରତ ଯୁଦ୍ଧରେ ବୀରଗତି ପ୍ରାପ୍ତ ହୋଇଥିଲେ।

ମାଘ ମାସ ୨୯ ଜାନୁଆରୀରୁ ଆରମ୍ଭ ହୋଇ ୨୭ ଫେବ୍ରୁଆରୀ ପର୍ଯ୍ଯନ୍ତ ଚାଲିବ। ମାଘ ମାସ ହିନ୍ଦୁ କ୍ଯାଲେଣ୍ଡର ଅନୁସାରେ ବର୍ଷର ୧୧ତମ ମାସ ବୋଲି କୁହାଯାଏ। ମାନ୍ଯତା ରହିଛି କି, ଏହି ମାସରେ ପବିତ୍ର ନଦୀରେ ସ୍ନାନ କରିବା ଦ୍ବାରା ସକାରାତ୍ମକ ଉର୍ଜା ଭରି ରହିଥାଏ। ଏହି ଉର୍ଜା ବିଭିନ୍ନ ପ୍ରକାର ରୋଗକରୁ ବଞ୍ଚାଇଥାଏ। ମାଘ ମାସରେ ଅନୁଶାସିତ ଜୀବନଶୈଳୀ ଆପଣାଇବା ଯୋଗୁଁ ଅନେକ ପ୍ରକାର ସମସ୍ଯାରୁ ମୁକ୍ତି ମିଳିଥାଏ।ମାଘ ମାସର ଖରା ଅନେକ ପ୍ରକାର ସ୍ବାସ୍ଥ୍ଯ ସମସ୍ଯା ଦୂର ହୋଇଥାଏ। ତେଣୁ ଏହି ମାସରେ ସୂର୍ଯ୍ଯଦେବତାକୁ ପୂଜା କରାଯିବାର ବିଶେଷ ମହତ୍ତ୍ବ ରହିଛି। ମାଘର ମାସର ଖରା ପିଲାଙ୍କୁ ନିମୋନିଆ ଏବଂ ଥଣ୍ଡା ଭଳି ରୋଗରୁ ରକ୍ଷା କରିଥାଏ। ଏହାଛଡା ବୟସ୍କ ଲୋକ ଖରାରେ ବସିବା ଦ୍ବାରା ସେମାନଙ୍କ ହାଡ ଜନିତ ସମସ୍ଯା ଦୂର ହୋଇ ଆରମ ମିଳିଥାଏ।

maghi_purnima 1

ମାଘ ମାସରେ ଭଗବାନ ବିଷ୍ଣୁ ଏବଂ ସୂର୍ଯ୍ଯଦେବଙ୍କୁ ପୂଜା କରିବାରେ ବିଶେଷ ଲାଭ ମିଳିଥାଏ। ମାଘ ସ୍ନାନ, ଦାନ ଏବଂ ସୂର୍ଯ୍ଯ ପୂଜା ଦ୍ବାରା ପାପରୁ ମୁକ୍ତି ମିଳିଥାଏ। ମାଘ ମାସରେ ସୂର୍ଯ୍ଯ ମନ୍ତ୍ର, ଗାୟତ୍ରୀ ମନ୍ତ୍ର ଜପ କରିବା ଉଚିତ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.