Below header

ଆପଣଙ୍କ ଚିକିତ୍ସାର ସମସ୍ତ ଖର୍ଚ୍ଚ ବହନ କରିବେ ସରକାର, ଜାଣନ୍ତୁ ସ୍ମାର୍ଟ ହେଲ୍ଥ କାର୍ଡର ଫାଇଦା କେମିତି ପାଇବେ

ଓଡିଶାବାସୀଙ୍କ ପାଇଁ ଖୁସି ଖବର। ଏଣିକି ସୁରୁଖୁରୁରେ ହେବ ଆପଣଙ୍କ ଚିକିତ୍ସା। ଆଉ ଟଙ୍କା ପାଇଁ ଚିକିତ୍ସାରେ ଉପୁଜିବନି ସମସ୍ୟା ଆପଣଙ୍କ ଚିକିତ୍ସାର ସମସ୍ତ ଖର୍ଚ୍ଚ ବହନ କରିବେ ସରକାର। ସ୍ମାର୍ଟ ହେଲ୍ଥ କାର୍ଡ ମାଧ୍ୟମରେ ଆପଣଙ୍କ ଦୁଃଖ ହେବ ଲାଘବ। ଚିକିତ୍ସା ବୋଝ କମ୍‌ କରିବା ପାଇଁ ଓଡିଶା ସରକାର ବହନ କରିବେ ଆପଣଙ୍କ ଚିକିତ୍ସା ଖର୍ଚ୍ଚ। ଚିକିତ୍ସାରେ ବାଧକ ସାଜୁଥିବା ଟଙ୍କାର ଅଭାବକୁ ପୂରଣ କରିବେ ରାଜ୍ୟ ସରକାର।

ମେଡିକାଲ ଚିକିତ୍ସା ପାଇଁ କିଏ ଜମି ବିକୁଛି ତ ଆଉ କିଏ ସୁନା ବିକୁଛନ୍ତି। ପୁଣି କିଏ ଋଣ କରୁଛନ୍ତି। କେହି କେହି ଚିକିତ୍ସା ଖର୍ଚ୍ଚ ପାଇଁ ପିଲାମାନଙ୍କ ପାଠପଢ଼ା ମଧ୍ୟ ବନ୍ଦ କରିଦେଉଛନ୍ତି। ଆଉ ଏହିସବୁ ସମସ୍ୟାକୁ ଧ୍ୟାନରେ ରଖି ସାହାଯ୍ୟର ହାତ ବଢ଼ାଇଛନ୍ତି ଆମ ସରକାର। ସ୍ମାର୍ଟ ହେଲ୍ଥ କାର୍ଡ ଜରିଆରେ ଲୋକମାନେ ଏହି ସୁବିଧା ପାଇପାରିବେ। ସେପ୍ଟେମ୍ବର ପହିଲାରୁ ଏହି କାର୍ଡ ଲାଗୁ ହେବ। ତେବେ ଏହି କ୍ୟାସଲେସ୍‌ ସ୍ୱାସ୍ଥ୍ୟ ସେବାରେ ଅନ୍ୟ କୌଣସି କାଗଜପତ୍ରର ଆବଶ୍ୟକତା ରହିବନାହିଁ।

ଓଡିଶାର ୯୬ ଲକ୍ଷ ପରିବାରର ପ୍ରାୟ ସାଢ଼େ ୩ କୋଟି ଜନସାଧାରଣ ଏହି ଯୋଜନାରେ ସାମିଲ ହେବେ। ରାଜ୍ୟ ତଥା ରାଜ୍ୟ ବାହାରର ୨୦୦ ରୁ ଅଧିକ ହସ୍ପିଟାଲରେ ପୁରୁଷମାନେ ୫ ଲକ୍ଷ ଟଙ୍କା ପର୍ଯ୍ୟନ୍ତ ଏବଂ ମହିଳାମାନେ ୧୦ ଲକ୍ଷ ପର୍ଯ୍ୟନ୍ତ ନିଶୁଳ୍କ ଚିକିତ୍ସା ସେବା ପାଇପାରିବେ। ଆପଣଙ୍କୁ ଜଣାଇବାକୁ ଚାହିଁବୁ ଯେ ଏଭଳି ସୁବିଧା ଯୋଗାଇ ଦେବାରେ ସାରା ଦେଶରେ ଓଡ଼ିଶା ପ୍ରଥମ ।

ଏବେ ଜାଣନ୍ତୁ କେଉଁମାନେ ଏହି ସ୍ମାର୍ଟ ହେଲ୍ଥ କାର୍ଡର ଲାଭ ଉଠାଇପାରିବେ

  • ଯେଉଁମାନଙ୍କ ପାଖରେ ବିଜୁ ସ୍ୱାସ୍ଥ୍ୟ କଲ୍ୟାଣ କାର୍ଡ ଅଛି।
  • ଯେଉଁମାନଙ୍କ ପାଖରେ ଅର୍ଣ୍ଣପୂର୍ଣ୍ଣା ଅନ୍ତର୍ଦ୍ୱୟ କାର୍ଡ ଅଛି।
  • ବିଜୁ କୃଷକ କଲ୍ୟାଣ ଯୋଜନା କାର୍ଡ ଯେଉଁମାନଙ୍କ ପାଖରେ ଅଛି ସେମାନେ ଲାଭ ପାଇପାରିବେ।
  • ଯେଉଁମାନେ ଜାତୀୟ ଖାଦ୍ୟ ସୁରକ୍ଷା ଯୋଜନାରେ ସାମିଲ ଅଛନ୍ତି।
  • ଯେଉଁମାନେ ଓଡିଶା ରାଜ୍ୟ ସରକାରଙ୍କ ଠାରୁ ରାସନ କାର୍ଡ ପାଇଛନ୍ତି।
  • ଏଥିସହିତ ଯେଉଁମାନଙ୍କ ଆୟ କମ୍‌, ସେମାନେ ସମସ୍ତେ ଏହି ସ୍ମାର୍ଟ ହେଲ୍ଥ କାର୍ଡର ସୁବିଧା ପାଇପାରିବେ।

ଆଜିଠାରୁ ମୁଖ୍ୟମନ୍ତ୍ରୀ ମାଲକାନାଗିରି ଗସ୍ତରେ ଯାଇ ଏହି ସ୍ମାର୍ଟ ହେଲ୍ଥ କାର୍ଡ ସେବା ଆରମ୍ଭ କରିଛନ୍ତି। ବିଜୁ ସ୍ଵାସ୍ଥ୍ୟ କଲ୍ୟାଣ ଯୋଜନାରେ ପ୍ରାଥମିକ ସ୍ବାସ୍ଥ୍ୟ କେନ୍ଦ୍ର ଠାରୁ ଆରମ୍ଭ କରି ଜିଲ୍ଲା ମୁଖ୍ୟ ଚିକିତ୍ସାଳୟ ପର୍ଯ୍ୟନ୍ତ ସବୁ ସରକାରୀ ହସ୍‌ପିଟାଲରେ ଓଡିଶାବାସୀଙ୍କର ଚିକିତ୍ସା ଖର୍ଚ୍ଚ ରାଜ୍ୟ ସରକାର ବହନ କରୁଛନ୍ତି। ଡ଼ାଇଲିସିସ୍‌ ଠାରୁ ଆରମ୍ଭ କରି କେମୋ ଥେରାପୀ, ସିଟି ସ୍କାନ, ଏମଆରଆଇ ଏବଂ ବିଭିନ୍ନ ପାଥୋଲୋଜି ଟେଷ୍ଟ ସୁବିଧା ମିଳୁଛି ରାଜ୍ୟର ସବୁ ସରକାରୀ ହସ୍‌ପିଟାଲଗୁଡିକରେ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.