Below header

ପ୍ରଣାମ ଉତ୍କଳ ଗୌରବ, ଆସନ୍ତୁ ଜାଣିବା ମଧୁବାବୁଙ୍କ ବିଷୟରେ କିଛି ଅଜଣା କଥା

ତାଙ୍କ ନାମ ସହିତ ଯୋଡ଼ି ହୋଇଛି ଉତ୍କଳ ଗୌରବ । ଏଇ ସମ୍ମାନ ହିଁ ତାଙ୍କର ପରିଚୟ । ସେ ହେଉଛନ୍ତି ଉତ୍କଳ ଗୌରବ ମଧୁସୂଦନ ଦାସ । ଓଡ଼ିଶା ଗଠନରେ ଯାହାର ରହଥିଲା ପ୍ରମୁଖ ଭୂମିକା । ଅନେକ ବିବାଦୀୟ ପରିସ୍ଥିତି ଓ ସଂଘର୍ଷ ଭିତରେ ସେ ଲଢ଼ିଥିଲେ ରାଜ୍ୟ ପାଇଁ ଓ ଦେଶ ପାଇଁ । ଆଜି ହେଉଛି ତାଙ୍କର ୧୭୧ତମ ଜନ୍ମ ଦିବସ । ଆଜି ସାରା ରାଜ୍ୟ ଏହି ବରପୁତ୍ରଙ୍କୁ ଶ୍ରଦ୍ଧାଞ୍ଜଳି ଅର୍ପଣ କରୁଛି । ଯିଏକି ଓଡ଼ିଆଙ୍କୁ ସ୍ୱାଭିମାନୀ ହୋଇ ବଞ୍ଚିବାର ପଥ ଦେଖାଇଥିଲେ । ଆସନ୍ତୁ ଜାଣିବା ମଧୁବାବୁଙ୍କ ସମ୍ପର୍କରେ କିଛି ବିଶେଷ କଥା ।

MADHU BABAU-2୧-କଟକ ଜିଲ୍ଲା ସତ୍ୟଭାମାପୁରରେ ୧୮୪୮ ମସିହା ଏପ୍ରିଲ ୨୮ ତାରିଖରେ ଏକ ଜମିଦାର ପରିବାରରେ ତାଙ୍କର ଜନ୍ମ ହୋଇଥିଲା ।

୨-ପ୍ରଥମେ ତାଙ୍କ ନାମ ଗୋବିନ୍ଦ ବଲ୍ଲଭ ରଖା ଯାଇତିଲା । ତେବେ ପରେ ମଧୁସୂଦନ ନାମ ରଖା ଯାଇଥିଲା ।

୩-ତାଙ୍କ ପିତାଙ୍କ ନାମ ରଘୁନାଥ ଦାସ ଓ ମାଆଙ୍କ ନାମ ପ୍ରତିଭା ଦେବୀ ।

୪-ମଧୁସୂଦନଙ୍କ ପତ୍ନୀଙ୍କ ନାମ ସୌଦାମିନୀ ଦେବୀ ।

୫-ମଧୁବାବୁ କଲିକତା ବିଶ୍ୱବିଦ୍ୟାଳୟର ପୂର୍ବତନ କୁଳପତି ସାର୍‌ ଆଶୁତୋଷ ମୁଖାର୍ଜୀ ଏବଂ ସୁଭାଷ ବୋଷଙ୍କ ବାପା ଜାନକୀନାଥ ବୋଷଙ୍କର ଶିକ୍ଷକ ଥିଲେ ।

୬-ମଧୁବାବୁ ହେଉଛନ୍ତି ଓଡ଼ିଶାର ପ୍ରଥମ ଗ୍ରାଜୁଏଟ୍‌ । କଲିକତାରେ ବିଏ, ଏମ୍‌ଏ ସହ ଆଇନ୍‌ ପାଠ ପଢ଼ି ରାଜ୍ୟକୁ ଫେରିବା ପରେ ଓକିଲାତି ଆରମ୍ଭ କରିଥିଲେ । ଆଉ ସବୁଥିରେ ସେ ପ୍ରଥମ ଓଡ଼ିଆ ଥିଲେ ।

MADHU BABAU-3୭-ତାଙ୍କ ଜନ୍ମ ତିଥିକୁ ରାଜ୍ୟରେ ଆଇନଜୀବୀ ଦିବସ ଭାବେ ପାଳନ କରାଯାଏ ।

୮-ବ୍ରିଟିଶ ଶାସନ ବେଳେ ୧୯୩୬ ମସିହାରେ ଓଡ଼ିଶା ଦେଶର ପ୍ରଥମ ଭାଷା ଭିତ୍ତିକ ରାଜ୍ୟ ଭାବେ ମାନ୍ୟତା ପାଇଥିଲା । ଏହି ସ୍ୱତନ୍ତ୍ର ପ୍ରଦେଶ ଗଠନରେ ତାଙ୍କର ପ୍ରମୁଖ ଭୂମିକା ରହିଥିଲା । ତେବେ ଏହି ମାନ୍ୟତା ପାଇଲା ବେଳକୁ ମଧୁବାବୁ ଆଉ ଇହଧାମରେ ନଥିଲେ ।

୯-ବିଦେଶ ଯାତ୍ରା କରିବାରେ ମଧୁବାବା ଥିଲେ ପ୍ରଥମ ଓଡ଼ିଆ ।

୧୦-ଉତ୍କଳ ସନ୍ତାନ, ଜାତି ଇତିହାସ ଭଳି ଅନେକ ପୁସ୍ତକ ମଧ୍ୟ ସେ ଲେଖିଛନ୍ତି । ଉଭୟ ଓଡ଼ିଆ, ବେଙ୍ଗଲି ଓ ଇଂରାଜୀ ଭାଷାରେ ସେ ଜଣେ ପ୍ରଭାବୀ ବକ୍ତା ମଧ୍ୟ ଥିଲେ ।

୧୧-୧୯୩୪ ମସିହା ଫେବ୍ରୁଆରୀ ୪ ତାରିଖରେ ମଧୁବାବୁଙ୍କର ପରଲୋକ ହୋଇଥିଲା ।

୧୨- ତାଙ୍କ ପତ୍ନୀ ସୌଦାମିନୀଙ୍କର ମାତ୍ର ୩୧ ବର୍ଷ ବୟସରେ ପରଲୋକ ହୋଇଯାଇଥିଲା ଓ ତାଙ୍କର କୌଣସି ସନ୍ତାନ ନଥିଲେ ।

୧୩-ମଧୁବାବୁ ଦୁଇଜଣ ବେଙ୍ଗଲି ଝିଅଙ୍କୁ ପୋଷ୍ୟ ଭାବେ କ୍ରହଣ କରିଥିଲେ । ଜଣେ ହେଉଛନ୍ତି ଶୈଳବାଳାଦାସ ଓ ଅନ୍ୟ ଜଣକ ସୁଧାଂଶୁ ବାଳା ହାଜରା ।

୧୪-ଶୈଳବାଳାଙ୍କ ନାଁରେ କଟକ ଶୈଳବାଳା ମହିଳା ମହାବିଦ୍ୟାଳୟ ନାମତ ହୋଇଛି । ସୁଧାଂଶୁବାଳା ହେଉଛନ୍ତି ବ୍ରିଟିଶ ଶାସନ କାଳର ପ୍ରଥମ

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.