Below header

ମଧ୍ୟପ୍ରଦେଶର ଏହି କୃଷକ ଭିନ୍ନ କୈାଶଳରେ ଶୁଖିଲା ଜମିରେ ଫଳାଇଛନ୍ତି ସବୁଜ ଫସଲ, କରୁଛନ୍ତି ଲକ୍ଷ ଲକ୍ଷ ଟଙ୍କା ରୋଜଗାର

‘କଥାରେ ଅଛି ଇଚ୍ଛା ଥିଲେ ଉପାୟ ବଳେ ବଳେ ଆସେ’ । ନିଜର ଦୃଢ଼ ଇଚ୍ଛା ଶକ୍ତି ଯୋଗୁ ସବୁ ପ୍ରତିବନ୍ଧକକୁ ହଟାଇ ସେ ଶୁଖିଲା ଭୂମିରେ ଫଳାଇ ପାରିଛନ୍ତି ସବୁଜ ପରିବା । ତାଙ୍କର ଏହି ନୂତନ କୈାଶଳ ଦେଶର କୃଷକଙ୍କ ପାଇଁ ଏକ ବଡ଼ ପ୍ରେରଣା । ଆସନ୍ତୁ ଜାଣିବା ମଧ୍ୟପ୍ରଦେଶର ଏହି କୃଷକଙ୍କ କାହାଣୀ ଯିଏ ଶୁଷ୍କ ଜମିରେ ଗ୍ଲୁକୋଜ୍‌ ବୋତଲକୁ ବ୍ୟବହାର କରି ବୁନ୍ଦା ଜଳସେଚନର କୈାଶଳ ଆପଣେଇଛନ୍ତି । ଏହା ଦ୍ୱାରା ସେ ଜମିରୁ ଲକ୍ଷ ଲକ୍ଷ ଟଙ୍କାର ଫସଲ ଅମଳ କରିପାରୁଛନ୍ତି ।

glucuse

ଭାରତ ଏକ କୃଷି ପ୍ରଧାନ ଦେଶ । ଦେଶର ୭୦ ଭାଗ ଲୋକ କୃଷି ଉପରେ ନିର୍ଭର କରିଥାନ୍ତି । ତେବେ ଜଳସେଚନ ଓ ନୂତନ ଜ୍ଞାନ କୈାଶଳର ଅଭାବ ଆମ ଦେଶର କୃଷକଙ୍କୁ ଲାଭ ଦେଇ ପାରି ନଥାଏ । ଜଳର ଅଭାବ ପାଇଁ ଯେଉଁଠି କୃଷକମାନେ ହାତ ବାନ୍ଧି ବସିଛନ୍ତି । ସେଠି ଜଣେ କୃଷକ ନିଜର ବୁଦ୍ଧି ବଳରେ ଲକ୍ଷ ଲକ୍ଷ ଟଙ୍କାର ଫସଲ ଅମଲ କରୁଛନ୍ତି ।

glucuse.jpg-0

ଏହି କୃଷକ ହେଉଛନ୍ତି ମଧ୍ୟପ୍ରଦେଶ ଝାବୁଆ ଜିଲ୍ଲାରେ ରହୁଥିବା ରମେଶ ବୋରିଆ । ଝାବୁଆ ଏକ ପାହାଡ଼ି ଆଦିବାସୀ ଇଲାକା । ଏଠାକାର ଜମି ଜଳ ଅଭାବରୁ ଅଧିକାଂଶ ସମୟ ଶୁସ୍କ ରହିଥାଏ । ଏଠାରେ କୃଷକମାନେ ବର୍ଷା ଜଳ ଉପରେ ନିର୍ଭର କରି ଚାଷ କାର୍ଯ୍ୟ କରିଥାନ୍ତି ।
୨୦୦୯-୧୦ ମସିହାରେ ସେ ଏଠାକାର କୃଷି ବିଶେଷଜ୍ଞ ସହ ଦେଖା କରି ଜଳ ସଙ୍କଟ ବିଷୟରେ କହିଥିଲେ । ବୈଜ୍ଞାନିକ ତାଙ୍କୁ ବୁନ୍ଦା ଜଳ ସେଚନ ବିଷୟରେ କହିଥିଲେ ।

glucose-1

ହେଲେ ଅନ୍ୟ ଉପାୟ ନପାଇ ଏହି କୃଷକ ଜଣଙ୍କ ଗ୍ଲୁକୋଜ ବୋତଲରେ ବୁନ୍ଦା ଜଳର କୈାଶଳ ଆପଣେଇଥିଲେ ।
ଫଳରେ ସେ ପୁରୁଣା ଗ୍ଲୁକୋଜ ବୋତଲ କିଲୋ ପିଛା ୨୦ ଟଙ୍କାରେ ସଂଗ୍ରହ କରିଥିଲେ । ସେଥିରେ ପାଣି ଭର୍ତ୍ତି କରି ଗଛ ପାଖରେ ଖୁଣ୍ଟ ପୋତି ଟାଙ୍ଗି ଦେଇଥିଲେ । ବୋତଲ ସଂହ ସଂଯୋଗ କରାଯାଇଥିବା ଟ୍ୟୁବ୍‌ ଦ୍ୱାରା ବୋତଲରୁ ବୁନ୍ଦା ବୁନ୍ଦା ପାଣି ଝରି ଗଛରେ ପଡ଼ିବାକୁ ଲାଗିଲା ।

ପାଣି କମ୍‌ ଖର୍ଚ୍ଚ ହେବା ସହ ଗଛ ମଧ୍ୟ ନିୟମିତ ପାଣି ପାଇ ପାରିଲା । ଚାହୁଁ ଚାହୁଁ ଗଛ ବଢ଼ିବା ସହ ଫଳ ଫୁଲରେ ଭରିଗଲା । ପାଣି ଅଭାବରେ ଯେଉଁଠି ଚାଷୀମାନେ ଫସଲ କରି ପାରୁ ନଥିଲେ । ସେଠି ସେ ଭଲ ଫସଲ ଅମଳ କରିବା ସହ ଲକ୍ଷ ଲକ୍ଷ ଟଙ୍କା ରୋଜଗାର କରିପାରିଲେ । ରମେଶଙ୍କ ଏହି ଉଦ୍ୟମ ପାଇଁ ଜିଲ୍ଲା ପ୍ରଶାସନ ଓ ମଧ୍ୟପ୍ରଦେଶ ସରକାରଙ୍କ କୃଷି ମନ୍ତ୍ରୀ ତାଙ୍କୁ ପ୍ରମାଣପତ୍ର ସହ ସମ୍ମାନୀତ କରିଛନ୍ତି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.