ଭୁବନେଶ୍ଵରରେ ବଢୁଛି କରୋନା ସଂଖ୍ୟା, ଆଜି ଆଉ ୧୧୮ ପଜିଟିଭ ଚିହ୍ନଟ ଲୋକାଲ କେସ ୪୯

କେନ୍ୟୁଜ୍(ବ୍ୟୁରୋ): ରାଜଧାନୀ ଭୁବନେଶ୍ୱରରୁ ଆଜି ଆଉ ୧୧୮ ପଜିଟିଭ ଚିହ୍ନଟ ହୋଇଛନ୍ତି। ଏମାନଙ୍କ ମଧ୍ୟରେ ଅଛନ୍ତି କ୍ବାରେଣ୍ଟାଇନରୁ ୬୯ ଓ ଲୋକାରୁ ୪୯ କେସ ରହିଛି। ଏହି ଆକ୍ରାନ୍ତଙ୍କ ମଧ୍ୟରେ ନୟାପଲ୍ଲୀ, ଓଲଡ଼ ଟାଉନ, ଡମଣା, ବରଗଡ଼, ଖଣ୍ଡଗିରି, ଶାସ୍ତ୍ରୀନଗର, ପଳାଶପାଲ୍ଲୀ, ଟଙ୍କପାଣି ରୋଡ଼ ଇତ୍ୟାଦି ସ୍ଥାନରୁ କ୍ୱାରେଣ୍ଟାଇନରୁ ୬୯ ଜଣ ଚିହ୍ନଟ ହୋଇଛନ୍ତି ।

Image

ଏହା ସହିତ କିଛି ପୋଲିସ କର୍ମଚାରୀ ମଧ୍ୟ କରୋନାରେ ଆକ୍ରାନ୍ତ ହୋଇଥିବା ସୂଚନା ଦେଇଛି ବିଏମସି। ଏହା ସହିତ ଲୋକାଲ କେଶରେ ଆଚାର୍ଯ୍ୟବିହାର , ବରମୁଣ୍ଡା, ଜୟଦେବ ବିହାର, ସହିଦ ନଗର, ପଳାଶୁଣୀ, ବଡ଼ଗଡ଼, ନୟାପଲ୍ଲୀ ଖଣ୍ଡଗିରି ଇତ୍ୟାଦି ସ୍ଥାନରୁ ୪୯ ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ନୀଳାଦ୍ରି ବିହାରରୁ ୨ ଓ ଶୈଳଶ୍ରୀ ବିହାରରୁ ୧ ମିଡିଆ ହାଉସ କର୍ମଚାରୀ କରୋନା ପଜିଟିଭ୍ ଚିହ୍ନଟ ହୋଇଛନ୍ତି ।

Image

ଏହାକୁ ମିଶାଇ ଭୁବନେଶ୍ଵରରେ ସମୁଦାୟ ୨୯୭୯ ଜଣ ଚିହ୍ନଟ ହୋଇଥିବା ବେଳେ ୧୬୯୧ ଜଣ ସୁସ୍ଥ ହୋଇ ଘରକୁ ଫେରିଛନ୍ତି । ତେବେ ଏଠାରେ ୧୨୬୮ ଆକ୍ଟିଭ କେଶ ରହିଥିବା ବେଳେ ୧୮ ଜଣଙ୍କର ମୃତ୍ୟୁ ଘଟିଛି ବୋଲି BMC ପକ୍ଷରୁ ସୂଚନା ମିଳିଛି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.