Below header

ବାଃ କି ପ୍ରତିଭା: ବିନା ଦେଖି ଦୁଇ ହାତରେ ଚିତ୍ର ଆଙ୍କୁଛନ୍ତି ବ୍ୟକ୍ତି

ଆଜିକା ସମୟରେ ଅନେକ  ପ୍ରତିଭାବାନ ବ୍ୟକ୍ତି ଘଟଣାମାନ ସାମ୍ନାକୁ ଆସୁଛି । ଯେଉଁ ବ୍ୟକ୍ତି ବିଶେଷ ମାନେ ବିଭିନ୍ନ କ୍ଷେତ୍ରରେ ପାରଦର୍ଶିତା ହାସଲ କରିଛନ୍ତି । କିଏ ମାତ୍ର ଗୋଟିଏ ମିନିଟ ଭିତରେ ଏକାଧିକ ଶ୍ଳୋକ ମନେ ରଖି କହିପାରନ୍ତି ତ କିଏ ସୁନ୍ଦର ସୁନ୍ଦର ଚିତ୍ରମାନ ନିଜ ହାତରେ ବନେଇ ପାରନ୍ତି । ଆଉ ଯେଉଁମାନେ ଜନ୍ମରୁ ବାଉଆଁ ହୋଇଥାନ୍ତି ସେମାନେ ସବୁ କାମ ନିଜ ବାମ ହାତରେ ହିଁ କରିଥାନ୍ତି । ଖାଇବା ଠାରୁ ଲେଖିବା ପର୍ଯ୍ୟନ୍ତ ସବୁ କାମ ବାମ ହାତରେ ହିଁ କରିଥାନ୍ତି । ତାଙ୍କର ଏହି ଅଜବ ଗୁଣକୁ ଅନ୍ୟମାନେ ଦେଖି ଆଶ୍ଚର୍ଯ୍ୟ ମଧ୍ୟ ହୁଅନ୍ତି । ଆପଣ ମାନଙ୍କର “ଥ୍ରୀ ଇଡିଆଟ୍ସ”ର ବୋମାନ ଇରାନୀଙ୍କ ଚରିତ୍ର ତ ନିଶ୍ଚିତ ରୂପେ ମନେଥିବ । ଫିଲ୍ମର ଗୋଟେ ସିନରେ ସେ ଏକା ସାଥିରେ ଦୁଇ ହାତରେ ଲେଖୁଥିବାର ନଜର ଆସିଥିଲେ । ଅବଶ୍ୟ ଏମିତି ଘଟଣା ଖୁବ ବିରଳ । ହୁଏତ ଏମିତି କାହା ଦ୍ୱାରା ସମ୍ଭବ ହେବ ନାହିଁ । ଏବାବଦରେ ଆଉ ବେଶୀ ଚିନ୍ତା କରନ୍ତୁ ନାହିଁ । ଏଇ ନିକଟରେ ଜଣଙ୍କର ଭିଡିଓ ଖୁବ ଭାଇରଲ ହେବାରେ ଲାଗିଛି । କିନ୍ତୁ ଏହି ବ୍ୟକ୍ତି ଜଣଙ୍କ ପଟାରେ କିଛି ଲେଖୁନାହାନ୍ତି । ବରଂ ଚିତ୍ର ଆଙ୍କୁଛନ୍ତି ।

black board
image credit: PKBnews

ଭାଇରାଲ ହେଉଥିବା ଏହି ଭିଡିଓରେ ଆପଣ ଦେଖିପାରିବେ କିପରି ଜଣେ ବ୍ୟକ୍ତି ଏକ ଚୌକି ଉପରେ ବସିଛନ୍ତି । ଖାସ କଥା ହେଉଛି ସେ କଳା ପଟାକୁ ପଛକୁ ମୁହଁ କରି ବସିଛନ୍ତି । ସେ କ୍ୟାମେରାକୁ ଅନାଇଥିବା ବେଳେ ଦୁଇ ହାତରେ ପଛ ପଟେ ଚିତ୍ର ଆଙ୍କି ଚାଲିଛନ୍ତି । ଖୁବ ଆରାମରେ ଖୁବ ସୁନ୍ଦର ଚିତ୍ର ଆଙ୍କି ଚାଲିଛନ୍ତି ଏହି ବ୍ୟକ୍ତି ଜଣଙ୍କ ।Hindustan Now Global Press ପକ୍ଷରୁ ଏହି ଭିଡିଓଟିକୁ ଫେସବୁକ ପେଜରେ ସେୟାର କରାଯାଇଛି । ଖବର ଲେଖାଯିବା ଯାଏଁ ଏହାକୁ ୧୫ ଲକ୍ଷରୁ ଅଧିକ ଜଣ ଦେଖିସାରିଥିବା ବେଳେ ୨ ହଜାରରୁ ଅଧିକ ଜଣ ଭିଡିଓ ଦେଖି ତା ଉପରେ କମେଣ୍ଟ ଦେଇଛନ୍ତି । ଲୋକଙ୍କୁ ଭିଡିଓ ଏହା ସହ ତାଙ୍କ ବିଶେଷ କଳାକୃତି ବେଶ ପସନ୍ଦ ଆସିଛି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.