ଟ୍ରକ ଚାଳକଙ୍କ ଠାରୁ ଭିନ୍ନ ଅନ୍ଦାଜରେ ଟ୍ୟାକ୍ସ ଆଦାୟ କରୁଛି ହାତୀ, ଥରେ ଦେଖନ୍ତୁ ଏହି ଭିଡିଓ

ସାଧାରଣତଃ ଆମେ ଜଙ୍ଗଲର ରାଜା ଭାବେ ସିଂହକୁ ଜାଣିଥାଉ । କିନ୍ତୁ ଯଦି ବଳ ଓ ରାଗକୁ ଦେଖାଯାଏ ତେବେ ଜଙ୍ଗଲର ପ୍ରକୃତ ରାଜା ଭାବରେ ହାତୀକୁ ଧରାଯିବ । ଯଦି କେବେ ହାତୀକୁ ରାଗ ଲାଗେ ସେହି ସମୟରେ ବଳବାନ ସିଂହର ବି ଅବସ୍ଥା ଖରାପ ହୋଇଯାଏ । ଆଉ କେବେ କେବେ ହାତୀ ନିଜ ପୁରା ପରିବାର ସହିତ ସଡକ ଉପରକୁ ଚାଲି ଆସନ୍ତି । ଏହି ସମୟରେ ଉପସ୍ଥିତ ଥିବା ସମସ୍ତେ ଯେମିତି ଜଡ଼ ପାଲଟିଯାନ୍ତି । ଏଇ କିଛି ଦିନ ହେବ ଏକ ହାତୀ ଗ୍ୟାଙ୍ଗର ଭିଡିଓ ଖୁବ ଭାଇରଲ ହେବାରେ ଲାଗିଛି ।ଭାଇରଲ ହେଉଥିବା ଏହି ଦୃଶ୍ୟରେ ଜଙ୍ଗଲର ଏହି ମହାରାଜା ଏକ ଟ୍ରକ ସାମ୍ନାକୁ ଆସି ଯାଉଛନ୍ତି ।

 

ଆଉ ଏହି ସମୟରେ ହାତୀକୁ ସାଇଟ କରିବା ପାଇଁ ଟ୍ରକ ଚାଳକ ଯାହା କରୁଛନ୍ତି ତାହା ଖୁବ ଆଶ୍ଚର୍ଯ୍ୟ ଲାଗୁଛି । ଏହି ଘଟଣାର ଭିଡିଓ ଆଇଏଫଏସ ଅଧିକାରୀ ପରବୀନ କାଶବାନ ସେୟାର କରିଛନ୍ତି । ଭିଡିଓଟିରେ ଆପଣ ଦେଖିପାରିବେ ହାତୀ ଓ ତାର ଛୁଆ ଟ୍ରକ ସାମ୍ନାରେ ଛିଡା ହୋଇଛନ୍ତି । ଜଣେ ବ୍ୟକ୍ତି ଟ୍ରକ ଉପରେ ଛିଡା ହୋଇଛନ୍ତି । ଆଉ ହାତୀକୁ ମନେଇବା ପାଇଁ ତାକୁ ଆଖୁ ଲାଞ୍ଚ ଦେଉଛନ୍ତି । ସେ ଆଖୁ ପକେଇବାରେ ଲାଗିଛନ୍ତି ଆଉ ହାତୀ ସେହି ଗୁଡିକୁ ଉଠାଇ ଖାଇ ଦେଉଛନ୍ତି । ଯେଉଁମାନେ ଏହି ଭିଡିଓକୁ ଦେଖିଛନ୍ତି ତାଙ୍କୁ ଖୁବ ପସନ୍ଦ ଆସିଛି । କିଛି ଲୋକ ତ ଏମିତି ବି ଲେଖିଛନ୍ତି ଆଜି ବି ଦୁନିଆରେ ମଣିଷ ପଣିଆ ମହଜୂତ ଅଛି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.