ଶ୍ରୀଲଙ୍କାରେ ପୁଣି ଖୋଲିଲା ସ୍କୁଲ, ଇନ୍ଧନ ଅଭାବ ଯୋଗୁ କରାଯାଇଥିଲା ବନ୍ଦ

ଶ୍ରୀଲଙ୍କାରେ ଏବେ ଆର୍ଥିକ ସଙ୍କଟ ଗମ୍ଭୀର ହୋଇଛି। ଇନ୍ଧନ ଅଭାବ ଯୋଗୁ ଗତ ୪ ଜୁଲାଇରୁ ବନ୍ଦ ଥିବା ସ୍କୁଲ ସୋମବାର ଠାରୁ ଖୋଲିଛି। ଶିକ୍ଷା ମନ୍ତ୍ରାଳୟ ମୁତାବକ, ଦେଶରେ ସମସ୍ତ ସରକାରୀ ଓ ସରକାରୀ ମାନ୍ୟତା ପ୍ରାପ୍ତ ବେସରକାରୀ ସ୍କୁଲ ପୁଣିଥରେ ଖୋଲିଛି। ଶ୍ରୀଲଙ୍କାର ଏକ ନ୍ୟୁଜ୍‌ ଏଜେନ୍ସ ସୂଚନା ମୁତାବକ, ପୂରା ଦେଶରେ ଇନ୍ଧନର ଅଭାବ ସତ୍ତ୍ୱେ ସୋମବାର ସ୍କୁଲ ପିଲାଙ୍କ ପାଇଁ ପର୍ଯ୍ୟାପ୍ତ ସଂଖ୍ୟାରେ ବସ୍‌ ସେବା ଯୋଗାଯାଇଛି।

ଶ୍ରୀଲଙ୍କାର ବେସରକାରୀ ବସ୍‌ ମାଲିକ ସଂଘର ଅଧ୍ୟକ୍ଷ କହିଛନ୍ତି, ଗତ ଦୁଇ ଦିନରେ କେତେକ ସ୍ଥାନରେ ଇନ୍ଧନ ଉପଲବ୍ଧ ହୋଇଛି। ଏନେଇ ଜାତୀୟ ପରିବହନ ଆୟୋଗର ମହାନିର୍ଦ୍ଦେଶକ ନୀଲାନ୍‌ ମିରାଣ୍ଡା କହିଛନ୍ତି, ପ୍ରାପ୍ତ ଇନ୍ଧନ ମାତ୍ରା ଅନୁସାରେ, ଛାତ୍ରଛାତ୍ରୀଙ୍କ ପାଇଁ ବସ୍‌ ସେବା ଯୋଗାଇ ଦିଆଯାଇଛି।

ଅନ୍ୟପଟେ ଶ୍ରୀଲଙ୍କାର ରାଜଧାନୀ କଲମ୍ବୋରେ ଏକ ମାଜିଷ୍ଟ୍ରେଟ୍‌ କୋର୍ଟ କିଛି ମାସରୁ ସରକାର ବିରୋଧୀ ପ୍ରଦର୍ଶନର ନେତୃତ୍ୱ କରୁଥିବା ୬ ପ୍ରଦର୍ଶନକାରୀଙ୍କ ବିଦେଶ ଯାତ୍ରା ଉପରେ ରୋକ୍‌ ଲଗାଇଛି। ସୋମବାର ଦିନ ତାଙ୍କ ଯାତ୍ରା ଉପରେ ପ୍ରତିବନ୍ଧକ ଲଗାଯାଇଛି। ପ୍ରକାଶ ଯେ ଶ୍ରୀଲଙ୍କାରେ ଲାଗି ରହିଥିବା ଗମ୍ଭୀର ସ୍ଥିତିକୁ ଦୃଷ୍ଟିରେ ରଖି ପଡ଼ୋଶୀ ଦେଶମାନେ ସାହାଯ୍ୟର ହାତ ବଢ଼ାଉଛନ୍ତି। ତଥାପି ବର୍ତ୍ତମାନର ସ୍ଥିତି ଉଦ୍‌ବେଗଜନକ ରହିଛି।

Also Read: ନଗ୍ନ ଫଟୋ ଉଠାଇ ବିବାଦରେ ରଣବୀର ସିଂହ, ପୋଲିସରେ ମାମଲା ରୁଜୁ କଲେ ଲୋକ

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.