ଏହି ସମୟରେ ଶୋଇଥିବା ବ୍ୟକ୍ତିଙ୍କ ଉପରେ ରାଗିଥାନ୍ତି ମା’ ଲକ୍ଷ୍ମୀ, ଜୀବନରେ ବଢ଼ିଥାଏ ନକରାତ୍ମକ ଶକ୍ତିର ପ୍ରଭାବ

ଜ୍ୟୋତିଷ ଶାସ୍ତ୍ର ଅନୁସାରେ ପୁରା ଦିନରେ କରାଯାଉଥିବା କାର୍ଯ୍ୟର ଶୁଭ ଅଶୁଭ ପ୍ରଭାବ ଆପଣଙ୍କ ଉପରେ ପଡ଼ିଥାଏ । ଏମିତିରେ କିଛି କାର୍ଯ୍ୟ ପାଇଁ ଏକ ନିଶ୍ଚିତ ସମୟ ଦିଆଯାଇଛି । ଯେଉଁଥିପାଇଁ ଗ୍ରହ ନକ୍ଷତ୍ରର ଅଶୁଭ ପ୍ରଭାବରୁ ନିଜକୁ ରକ୍ଷା କରିପାରିବେ । ଜ୍ୟୋତିଷ ଶାସ୍ତ୍ରରେ ଭୁଲ ସମୟରେ ଶୋଇବାକୁ ବର୍ଜିତ କରାଯାଇଛି । ଆସନ୍ତୁ ଜାଣିବା କେଉଁ ସମୟରେ ଶୋଇଲେ ରାଗିଥାନ୍ତି ମା’ ଲକ୍ଷ୍ମୀ ।

ଏହି ସମୟରେ ଶୁଅନ୍ତୁ ନାହିଁ :

ଧାର୍ମିକ ମାନ୍ୟତା ଅନୁସାରେ କୌଣସି ବ୍ୟକ୍ତିଙ୍କୁ ସୂର୍ଯ୍ୟାସ୍ତ ସମୟରେ ଶୋଇବା ଉଚିତ୍‌ ନୁହେଁ । କାରଣ ଏହି ସମୟରେ ଶୋଇଲେ ଦେବତା ରାଗି ପାରନ୍ତି । ଏହି ସମୟରେ ଶୋଇବା ଦୁର୍ଭାଗ୍ୟର କାରଣ ହୋଇପାରେ । ସୂର୍ଯ୍ୟାସ୍ତ ସମୟରେ ଦେବା-ଦେବୀ ପୃଥିବୀ ଲୋକକୁ ଭ୍ରମଣରେ ଆସିଥାନ୍ତି । ତେଣୁ ସନ୍ଧ୍ୟାରେ ଶୋଇଥିବା ଲୋକଙ୍କ ମଧ୍ୟରେ ନକରାତ୍ମକ ଶକ୍ତିର ପ୍ରଭାବ ରହିଥାଏ ।

ମା’ ଲକ୍ଷ୍ମୀ ହୋଇଥାନ୍ତି ଅସନ୍ତୁଷ୍ଟ :

ଜ୍ୟୋତିଷ ଶାସ୍ତ୍ର ଅନୁସାରେ କୁହାଯାଏ ଯେ ଯେଉଁ ଲୋକ ବ୍ରାହ୍ମ ମୁହୂର୍ତ୍ତରେ ନ ଉଠି ସକାଳେ ସୂର୍ଯ୍ୟ ଉଦୟ ପରେ ବି ଶୋଇଥାନ୍ତି ଓ ଡେରିରେ ଉଠିଥାନ୍ତି । ସେ ଲୋକଙ୍କ ଠାରେ ମା’ ଲକ୍ଷ୍ମୀ ଅସନ୍ତୁଷ୍ଟ ହୋଇଥାନ୍ତି । ତାଙ୍କ ଜୀବନରେ ସୁଖ ସମୃଦ୍ଧି ଉପରେ ନକରାତ୍ମକ ପ୍ରଭାବ ପଡ଼ିଥାଏ ।

ମାନ୍ୟତା ଯେ ବ୍ରାହ୍ମ ମୁହୂର୍ତ୍ତ ବା ସୂଯ୍ୟ ଉଦୟ ଠିକ ପୂର୍ବରୁ ଦେବା-ଦେବୀଙ୍କର ମିଳନ ହୋଇଥାଏ । ଶାସ୍ତ୍ର ଅନୁସାରେ ଏହା ନିଦରୁ ଉଠିବାର ସର୍ବତ୍ତୋମ ସମୟ ମନା ଯାଇଥାଏ । ଯେଉଁ ବ୍ୟକ୍ତି ବ୍ରାହ୍ମ ମୁହୂର୍ତ୍ତରେ ଉଠି ନଥାନ୍ତି ଇଶ୍ୱର ତାଙ୍କ ଉପରେ ଅସନ୍ତୁଷ୍ଟ ହୋଇଥାନ୍ତି । ଏହି ଆଦତ ଜୀବନରେ ପୂଣ୍ୟ ଫଳକୁ ନଷ୍ଟ କରିଥାଏ ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.